କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ନୂଆଦିଲ୍ଲୀ: ୨୫ ଜୁନରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନସିଂ ଜରିଆରେ ଆଇସିସି ସଦସ୍ୟମାନେ ଏହି ବୈଠକରେ ଯୋଗଦେବେ। ଏହି ବୈଠକ ଜରିଆରେ ଆଇସିସିର ପରବର୍ତ୍ତୀ ମୁଖ୍ୟଙ୍କ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏବେ ଆଇସିସି ମୁଖ୍ୟ ଶଶାଙ୍କ ମନୋହର ରହିଛନ୍ତି। ୨୦୧୫ରୁ ସେ ଏହି ପଦବୀରେ ରହିଛନ୍ତି। ଏବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ପୂର୍ବତନ ମୁଖ୍ୟ ଏନ ଶ୍ରୀନିବାସନ୍ ଆଇସିସିର ମୁଖ୍ୟ […]

icc (1)

icc (1)

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 10:55 PM IST

Sports

Latest News

ନୂଆଦିଲ୍ଲୀ: ୨୫ ଜୁନରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନସିଂ ଜରିଆରେ ଆଇସିସି ସଦସ୍ୟମାନେ ଏହି ବୈଠକରେ ଯୋଗଦେବେ। ଏହି ବୈଠକ ଜରିଆରେ ଆଇସିସିର ପରବର୍ତ୍ତୀ ମୁଖ୍ୟଙ୍କ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଏବେ ଆଇସିସି ମୁଖ୍ୟ ଶଶାଙ୍କ ମନୋହର ରହିଛନ୍ତି। ୨୦୧୫ରୁ ସେ ଏହି ପଦବୀରେ ରହିଛନ୍ତି। ଏବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ପୂର୍ବତନ ମୁଖ୍ୟ ଏନ ଶ୍ରୀନିବାସନ୍ ଆଇସିସିର ମୁଖ୍ୟ ଥିଲେ। ତେବେ ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ତାରିଖ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ତେବେ ଶଶାଙ୍କ ମନୋହର ପରେ ପରବର୍ତ୍ତୀ ଆଇସିସି ମୁଖ୍ୟଙ୍କ ବିଷୟରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆଇସିସି ସଦସ୍ୟମାନେ ନିଜ ନିଜର ମତ ଏ ନେଇ ବୋର୍ଡକୁ ଜଣାଇବେ।

ଏହି ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହେଲେ ଜଣେ ସଦସ୍ୟ ଅତି କମରେ ଦୁଇଟି ବୋର୍ଡ ବୈଠକରେ ଯୋଗଦେବା ବାଧ୍ୟତାମୂଳକ ଏବଂ ଏକକାଳୀନ ସମ୍ପୃକ୍ତ ଦେଶର ବର୍ତ୍ତମାନର କିମ୍ବା ପୂର୍ବତନ ନିର୍ଦ୍ଦେଶକ ଦ୍ୱାରା ମନୋନୀତ ହେବା ଆବଶ୍ୟକ। ଏବେ ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହି ପଦବୀ ପାଇଁ ପାକିସ୍ତାନ ଦାବି କରିବ ନାହିଁ ବୋଲି ପିସିବି ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos