ଦିନିକିଆ କ୍ରିକେଟ୍‌ ମ୍ୟାଚରେ ମାତ୍ର ୨ ରନ୍‌ରେ ଅଲଆଉଟ୍ ହେଲା ଏହି ଟିମ୍‌: ୯ଜଣ ଖେଳାଳି ଖାତା ଖୋଲିପାରିନାହାଁନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ଟିମ୍‌ ମାତ୍ର ୨ ରନରେ ଆଉଟ୍‌ ହୋଇଯିବା କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ କଥାଟି ସତ। ବିସିସିଆଇ ଅଧୀନରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଠାରେ ଖେଳାଯାଇଥିବା ଅଣ୍ଡର-୧୯ ମହିଳା ଲିଗ୍‌ର ଏକ ମ୍ୟାଚ୍‌ରେ ଏପରି ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରେ କେରଳ ବିପକ୍ଷରେ ନାଗାଲାଣ୍ଡ ଟିମ୍‌ ମାତ୍ର ୨ରନରେ ଆଉଟ୍‌ ହୋଇଯାଇଛି। ଏହି ୨ ରନ୍‌ ଭିତରେ ଗୋଟିଏ ରନ୍‌ ଏକ୍ସଟ୍ରା ମଧ୍ୟ ରହିଛି। ୫୦ ଓଭର ମ୍ୟାଚରେ […]

nagaland-3_1511522030

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 06:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ଟିମ୍‌ ମାତ୍ର ୨ ରନରେ ଆଉଟ୍‌ ହୋଇଯିବା କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ କଥାଟି ସତ। ବିସିସିଆଇ ଅଧୀନରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଠାରେ ଖେଳାଯାଇଥିବା ଅଣ୍ଡର-୧୯ ମହିଳା ଲିଗ୍‌ର ଏକ ମ୍ୟାଚ୍‌ରେ ଏପରି ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରେ କେରଳ ବିପକ୍ଷରେ ନାଗାଲାଣ୍ଡ ଟିମ୍‌ ମାତ୍ର ୨ରନରେ ଆଉଟ୍‌ ହୋଇଯାଇଛି। ଏହି ୨ ରନ୍‌ ଭିତରେ ଗୋଟିଏ ରନ୍‌ ଏକ୍ସଟ୍ରା ମଧ୍ୟ ରହିଛି। ୫୦ ଓଭର ମ୍ୟାଚରେ ନାଗାଲାଣ୍ଡ ୧୭ ଓଭର ବ୍ୟାଟିଂ କରି ମାତ୍ର ୨ରନ କରିପାରିଥିଲା। କେରଳ ଟିମ୍‌ର ଅଧିନାୟକ ମିନୁ ମଣୀ ଆକର୍ଷଣୀୟ ବୋଲିଂ କରି ୪ଟି ୱିକେଟ୍‌ ନେଇଛନ୍ତି। ନାଗାଲାଣ୍ଡର କେବଳ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିଛନ୍ତି  ସେ ୧୮ ବଲ ଖେଳି ୧ ରନ କରିବାରେ ସକ୍ଷମ ହୋଇଥିଲେ। ୨ଜଣ ବ୍ୟାଟ୍ସମ୍ୟାନ ରନ୍‌ ଆଉଟ୍‌ ମଧ୍ୟ ହୋଇଥିଲେ। କେରଳ ପକ୍ଷରୁ ସୌରଭିୟା ୨ଟି ୱିକେଟ୍‌ ନେଇଥିବା ବେଳେ ଅନ୍ୟ ଦୁଇ ବୋଲର ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। ୩ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା କେରଳ ଟିମ୍‌ ମାତ୍ର ଗୋଟିଏ ବଲ ଖେଳି ବିଜୟୀ ହୋଇଛି।

Related story