ବିରାଟ କୋହଲି କାହିଁକି ଆଇଁଷ ଛାଡ଼ି ଦେଲେ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଚାରି ମାସ ହେଲାଣି ସେ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ପ୍ରୋଟିନ୍ ପାଇଁ ସେ ଆଉ ଅଣ୍ଡା କି ମାଂସ ଖାଉ ନାହାନ୍ତି। ଏମିତି କି ସେ କ୍ଷୀର ମଧ୍ୟ ପିଉ ନାହାନ୍ତି। କୌଣସି ପଶୁଜାତ ପ୍ରୋଟିନ୍‌କୁ ସେ ଖାଦ୍ୟ ଭାବେ ଗ୍ରହଣ କରୁ ନାହାନ୍ତି। ଆମିଷ ଛାଡ଼ିବା ପରେ ସେ ଭଲ ଅନୁଭବ କରୁଛନ୍ତି। ଏହାର ସୁପ୍ରଭାବ ତାଙ୍କ ଖେଳ […]

kkk

kkk

Jitendra Garnayak
  • Published: Sunday, 07 October 2018
  • Updated: 07 October 2018, 03:57 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଚାରି ମାସ ହେଲାଣି ସେ ଆମିଷ ଖାଇବା ଛାଡ଼ି ଦେଇଛନ୍ତି।

ପ୍ରୋଟିନ୍ ପାଇଁ ସେ ଆଉ ଅଣ୍ଡା କି ମାଂସ ଖାଉ ନାହାନ୍ତି। ଏମିତି କି ସେ କ୍ଷୀର ମଧ୍ୟ ପିଉ ନାହାନ୍ତି। କୌଣସି ପଶୁଜାତ ପ୍ରୋଟିନ୍‌କୁ ସେ ଖାଦ୍ୟ ଭାବେ ଗ୍ରହଣ କରୁ ନାହାନ୍ତି। ଆମିଷ ଛାଡ଼ିବା ପରେ ସେ ଭଲ ଅନୁଭବ କରୁଛନ୍ତି। ଏହାର ସୁପ୍ରଭାବ ତାଙ୍କ ଖେଳ ଉପରେ ପଡ଼ିଛି ବୋଲି ସେ ଅନୁଭବ କରୁଛନ୍ତି।

କୋହଲି ଏବେ ପ୍ରୋଟିନ୍ ଶେକ୍ ନେଉଛନ୍ତି। ତା’ସହିତ ସେ ବିଭିନ୍ନ ପ୍ରକାର ପନିପରିବା ଓ ସୋୟା ଖାଉଛନ୍ତି।

[caption id="attachment_285051" align="aligncenter" width="750"]anushka image credit- the indian express[/caption]

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋହଲି ଚାରି ମାସ ତଳେ ଆମିଷ ଛାଡ଼ିଥିଲେ। ଏବେ ସେ ପୂର୍ବାପେକ୍ଷା ନିଜକୁ ଅଧିକ ଶକ୍ତ ଅନୁଭବ କରୁଛନ୍ତି। କାରଣ ତାଙ୍କ ହଜମ ଶକ୍ତି ବୃଦ୍ଧି ପାଇଛି। ସେ କହିଛନ୍ତି ଅଣ୍ଡା, ମାଂସ ଓ କ୍ଷୀରର ଅଭାବ ସେ ଅନୁଭବ କରୁନାହାନ୍ତି।

ଯେଉଁ ସମୟରେ କୋହଲି ଆମିଷ ଛାଡ଼ିଲେ ସେହି ସମୟରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଆମିଷ ଛାଡ଼ି ଥିଲେ। ତେବେ ଏହାର ବହୁତ ଦିନ ପୂର୍ବରୁ ସେ ଆମିଷ ଛାଡ଼ିବା ନେଇ ଚିନ୍ତା କରୁଥିଲେ। ଦୁଇ ବର୍ଷ ତଳେ ଯେତେବେଳେ ସେ କେବଳ ସାଧାରଣ ଖାଦ୍ୟ ଖାଉଥିଲେ, ସେତେବେଳେ ସେ କହିଥିଲେ ଯେ ସୁଯୋଗ ମିଳିଲେ ସେ ଆମିଷ ଖାଇବା ଛାଡ଼ି ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos