ଫିଫା ବିଶ୍ୱକପ ପାଇଁ ଭାରତ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲା, ତଥାପି ଭାଗ ନେଇପାରିଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ ୧୪ ଠାରୁ ଋଷ୍‌ ଠାରେ ଫିଫା ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ବିଶ୍ୱର ୩୨ଟି ଦେଶ ଏହି ପ୍ରତିଯୋଗିତାରେ ଭାଗନେବେ। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌। ସାରା ବିଶ୍ୱ ଏହି ପ୍ରତିଯୋଗିତା ପାଇଁ ଅନାଇ ବସିଛି। ବିଶ୍ୱର ଅଧିକାଂଶ ଦେଶ ଫୁଟ୍‌ବଲ୍‌ ଖେଳୁଥିବା ବେଳେ ବିଶ୍ୱକପରେ କିନ୍ତୁ ଖେଳିବାକୁ ସମସ୍ତଙ୍କୁ ସୁଯୋଗ ମିଳି ନଥାଏ। ୪ ବର୍ଷରେ ଥରେ ଏହି ପ୍ରତିଯୋଗିତା ଖେଳାଯାଇଥାଏ। ଫୁଟବଲ୍‌ ବିଶ୍ୱକପ ଆସନ୍ତା ଜୁନ ୧୪ରୁ ଆରମ୍ଭ […]

swapna

swapna

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 07:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ ୧୪ ଠାରୁ ଋଷ୍‌ ଠାରେ ଫିଫା ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ବିଶ୍ୱର ୩୨ଟି ଦେଶ ଏହି ପ୍ରତିଯୋଗିତାରେ ଭାଗନେବେ। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌। ସାରା ବିଶ୍ୱ ଏହି ପ୍ରତିଯୋଗିତା ପାଇଁ ଅନାଇ ବସିଛି। ବିଶ୍ୱର ଅଧିକାଂଶ ଦେଶ ଫୁଟ୍‌ବଲ୍‌ ଖେଳୁଥିବା ବେଳେ ବିଶ୍ୱକପରେ କିନ୍ତୁ ଖେଳିବାକୁ ସମସ୍ତଙ୍କୁ ସୁଯୋଗ ମିଳି ନଥାଏ। ୪ ବର୍ଷରେ ଥରେ ଏହି ପ୍ରତିଯୋଗିତା ଖେଳାଯାଇଥାଏ। ଫୁଟବଲ୍‌ ବିଶ୍ୱକପ ଆସନ୍ତା ଜୁନ ୧୪ରୁ ଆରମ୍ଭ ହୋଇ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଋଷ୍‌ରେ ଖେଳାଯିବ।

ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଏଥର ଏହି ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ୩୨ଟି ଟିମ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ଯେଉଁଥିରେ ଭାରତର ନାଁ ନାହିଁ। କିନ୍ତୁ ଇତିହାସକୁ ଯଦି ଲକ୍ଷ୍ୟ କରିବା ତେବେ ଭାରତ ପୂର୍ବରୁ ଥରେ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ମ୍ୟାଚ୍‌ ଖେଳିବା ସମ୍ଭବ ହୋଇପାରିନଥିଲା। ୧୯୫୦ରେ ବ୍ରାଜିଲ୍‌ ବିଶ୍ୱକପ ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ମନାକରିଦେଇଥିଲା।

କୁହାଯାଏ ବ୍ରାଜିଲ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଖେଳାଳିଙ୍କ ନିକଟରେ ଜୋତା ନ ଥିବାରୁ ଭାରତକୁ ଏହି ପ୍ରତିଯୋଗାତାରେ ଖେଳିବାକୁ ସୁଯୋଗ ଦିଆଯାଇନଥିଲା। ଯଦିଓ ଏହି କଥାକୁ ଭୁଲ୍‌ ବୋଲି କହି ହେବନି ତଥାପି ଏହା ସହ ଆଉ ଏକ୍‌ କାରଣ ଅଛି ଯେଉଁଥିପାଇଁ ଭାରତ ବିଶ୍ୱକପ ଖେଳିପାରିନଥିଲା।

ପ୍ରକୃତ କଥାଟି ହେଉଛି ୧୯୪୮ ଅଲିମ୍ପିକରେ ଭାରତୀୟ ଫୁଟବଲ୍‌ ଟିମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲ। ସେହି ଅଲିମ୍ପିକରେ ଭାରତ ବିନା ଜୋତାରେ ଖେଳି ୧୧ତମ ସ୍ଥାନ ହାସଲ କରିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ଏହାପରେ ୧୯୫୦ ବ୍ରାଜିଲ ବିଶ୍ୱକପ ପାଇଁ ଭାରତ ଯୋଗ୍ୟତା ଅର୍ଜନ ମଧ୍ୟ କରିଥିଲା। ହେଲେ ଭାରତୀୟ ଫୁଟବଲ୍‌ ଫେଡରେସନ୍‌ ସେହି ସମୟରେ ବ୍ରାଜାଲି ଗସ୍ତ କରି ବିଶ୍ୱକପ ଖେଳିବାକୁ ଚାହୁଁନଥିଲା। ରିପୋର୍ଟ ଅନୁସାରେ ବ୍ରାଜିଲ ଯାଇ ବିଶ୍ୱକପ ଖେଳିବା ପାଇଁ ଯେଉଁ ଅର୍ଥ ଦରକାର ଥିଲା ତାହା ଭାରତୀୟ ଫୁଟବଲ୍‌ ଫେଡରେସନ୍‌ ଖର୍ଚ୍ଚ କରିବାକୁ ହାହୁଁନଥିଲା। ଏହାସହ ଟିମ୍‌ର ପ୍ରସ୍ତୁତି ଶେଷ ହୋଇନଥିଲା। ତେଣୁ ଏହି ଘଟଣା ଉପରେ ନଜର ଉଠାଇବାକୁ ଯାଇ ଜୋତା ନ ଥିବା କଥା କୁହାଯାଇଥିଲା। ଜୋତା ନ ଥିବାରୁ ଭାରତକୁ ବିଶ୍ୱକପ ଖେଳିବାକୁ ଦିଆଯାଇ ନ ଥିଲା ବୋଲି ପ୍ରଚାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos