ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖୁଲାସା: କ'ଣ ପାଇଁ ଟିମ୍‌ରେ ମିଳିଲାନି ସ୍ଥାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ସିରିଜରୁ ବାଦ ପଡିଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆରେ କଣ ପାଇଁ ସ୍ଥାନ ପାଇ ନାହାଁନ୍ତି ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଶରୀର ସାମାନ୍ୟ ଅସୁସ୍ଥ ଥିବାରୁ ସେ ବିସିସିଆଇକୁ ବିଶ୍ରାମ ପାଇଁ ନିବେଦନ କରିଥିଲେ। ଏବଂ ବିସିସିଆଇ ଏହି ନିବେଦନକୁ ଗ୍ରହଣ କରି ତାଙ୍କୁ ବିଶ୍ରାମ ଦେଇଥିବା ପାଣ୍ଡ୍ୟା କହିଛନ୍ତି। […]

178047-hardik-pandya

178047-hardik-pandya

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 08:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ସିରିଜରୁ ବାଦ ପଡିଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆରେ କଣ ପାଇଁ ସ୍ଥାନ ପାଇ ନାହାଁନ୍ତି ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଶରୀର ସାମାନ୍ୟ ଅସୁସ୍ଥ ଥିବାରୁ ସେ ବିସିସିଆଇକୁ ବିଶ୍ରାମ ପାଇଁ ନିବେଦନ କରିଥିଲେ। ଏବଂ ବିସିସିଆଇ ଏହି ନିବେଦନକୁ ଗ୍ରହଣ କରି ତାଙ୍କୁ ବିଶ୍ରାମ ଦେଇଥିବା ପାଣ୍ଡ୍ୟା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଏହି ସମୟକୁ ସେ ଠିକ୍‌ ଭାବେ ଉପଯୋଗ କରିବେ। କାରଣ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜରେ ସେ ଯେମିତି ଶତ ପ୍ରତିଶତ ପ୍ରଦର୍ଶନ କରିପାରିବେ ସେଥିପାଇଁ ଏବେଠୁ ନିଜର ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେବେ।

ଭାରତ ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ଏହି ସମୟରେ ଭାରତ ୩ଟି ଟେଷ୍ଟ, ୬ଟି ଦିନିକିଆ ସହ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ସେ ଫିଟ୍‌ ରହିବାକୁ ଏହି ସମୟରେ ବିଶ୍ରାମ ନେଇଥିବା କହିଛନ୍ତି ପାଣ୍ଡ୍ୟା। ସେ ଏହା ମଧ୍ୟ କହିଛନ୍ତି ଲଗାତର କ୍ରିକେଟ୍ ଖେଳିବାରୁ ତାଙ୍କ ଶରୀର ସାମାନ୍ୟ ଅସୁସ୍ଥ ହୋଇଛି। ଏହି ସମୟରେ ସେ ଶତ ପ୍ରତିଶତ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଆରାମ ନେବାକୁ ଚାହୁଁଛନ୍ତି। ଏଥିସହ ପାଣ୍ଡ୍ୟା  କହିଛନ୍ତି ଯେ ସେ ସେତେବେଳେ କ୍ରିକେଟ୍‌ ଖେଳିବେ ଯେତେବେଳେ ସେ ସମ୍ପୂର୍ଣ୍ଣ ଫିଟ୍‌ ରହିବେ।

ଆହୁରି ମଧ୍ୟ ପଢନ୍ତୁ: ୨୩ରେ ଭୁବିଙ୍କ ବିବାହ: ଏଭଳି ଦିନ ଓ ସ୍ଥାନରେ ରିସେପସନ୍‌, ଯେଉଁଠି ଭାରତ ଓ ଶ୍ରୀଲଙ୍କା ଖେଳାଳି ବି ହେବେ ସାମିଲ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos