ଆଇପିଏଲ୍‌ରେ ୱାର୍ନରଙ୍କ ସ୍ଥାନ ନେଲେ ଆଉ ଜଣେ ବିଦେଶୀ: ଧୱନଙ୍କ ଫ୍ୟାନ୍‌ ନିରାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୨୦୧୮ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ର ନେତୃତ୍ୱ ନେବେ ନ୍ୟୁଜିଲାଣ୍ଡ ଟିମ୍‌ର ଷ୍ଟାର୍‌ କ୍ରିକେଟର୍‌ କେନ୍ ୱିଲୟମସନ୍‌। ଏପ୍ରିଲ ୭ ତାରିଖ ଠାରୁ ଆଇପାଏଲ୍‌ର ୧୧ତମ ସିଜିନ ଆରମ୍ଭ ହେବାକୁ ଯାଉଛି। ତେଣୁ ବଲ୍‌ ଟାମ୍ପରିଂ ବିବାଦରେ ଛନ୍ଦିହୋଇଥିବା ୱାର୍ନର ଆଇପିଏଲରୁ ବାସନ୍ଦ ହେବାପରେ ଏବେ ୱିଲିୟମସନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ହାଇଦ୍ରାବାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଇପିଏଲରୁ ୱାର୍ନର ବାସନ୍ଦ ହେବା ପରେ କିଏ ହାଇଦ୍ରାବାଦ ଟମ୍‌ର ଅଧିନାୟକ ହେବେ ଏନେଇ […]

gfhy

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 05:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୨୦୧୮ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ର ନେତୃତ୍ୱ ନେବେ ନ୍ୟୁଜିଲାଣ୍ଡ ଟିମ୍‌ର ଷ୍ଟାର୍‌ କ୍ରିକେଟର୍‌ କେନ୍ ୱିଲୟମସନ୍‌। ଏପ୍ରିଲ ୭ ତାରିଖ ଠାରୁ ଆଇପାଏଲ୍‌ର ୧୧ତମ ସିଜିନ ଆରମ୍ଭ ହେବାକୁ ଯାଉଛି। ତେଣୁ ବଲ୍‌ ଟାମ୍ପରିଂ ବିବାଦରେ ଛନ୍ଦିହୋଇଥିବା ୱାର୍ନର ଆଇପିଏଲରୁ ବାସନ୍ଦ ହେବାପରେ ଏବେ ୱିଲିୟମସନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ହାଇଦ୍ରାବାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଇପିଏଲରୁ ୱାର୍ନର ବାସନ୍ଦ ହେବା ପରେ କିଏ ହାଇଦ୍ରାବାଦ ଟମ୍‌ର ଅଧିନାୟକ ହେବେ ଏନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ରେସ୍‌ରେ ୱିଲିୟମସନ ଓ ଶିଖର ଧୱନ୍‌ ଆଗରେ ଥିଲେ। କିନ୍ତୁ ୱିଲିୟମସନଙ୍କୁ ଦଳର ନେତୃତଭାର ଦିଆଯାଇଥିବା ବେଳେ ଧୱନଙ୍କ ପ୍ରଶଂସକ ସୋସିଆଲ୍‌ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହାଇଦ୍ରାବାଦ ଟିମ୍‌ର ଏହି ନୂଆ ଦାୟିତ୍ୱ ପାଇଁ ସେ ପ୍ରସ୍ତୁତ ଥିବା ୱିଲିୟମସିନ୍‌ କହିଛନ୍ତି। ଏହି ଟିମ୍‌ରେ ଅନେକ ଆକର୍ଷଣୀୟ ଖେଳାଳି ଅଛନ୍ତି ଏବଂ ଏହାକୁ ଚ୍ୟାଲେଞ୍ଜ ଭାବେ ସେ ଗ୍ରହଣ କରିଥିବା ୱିଲିୟମସନ କହିଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଏହା ପୂର୍ବରୁ ହାଇଦ୍ରାବାଦ ଦଳର ଅଧିନୟକଭାର ୱାର୍ନରଙ୍କୁ ଦିଆଯାଇଥିଲା। କିନ୍ତୁ ନିକଟରେ ବଲ୍‌ ଟାମ୍ପରିଂ ମାମଲାରେ ଛନ୍ଦି ହୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଆସୋସିଏସନ୍ ଦ୍ୱାରା କ୍ରିକେଟ୍‌ରୁ ଗୋଟିଏ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ଏହାପରେ ବିସିସିଆଇ ମଧ୍ୟ ଆଇପିଏଲ ଖେଳିବା ପାଇଁ ତାଙ୍କୁ ଅନୁମତି ଦେଇନାହିଁ। ୱାର୍ନରଙ୍କ ସହ ସ୍ମିଥ ମଧ୍ୟ ଆଇପିଏଲରୁ ବ୍ୟାନ୍‌ ହୋଇଛନ୍ତି।

ଦକ୍ଷିଣଆଫ୍ରିକା ବିପକ୍ଷ କେପଟାଉନ୍‌ ଟେଷ୍ଟରେ ଅଷ୍ଟ୍ରେଲିଆ ଓପନର୍‌ ବେନ୍‌କ୍ରାଫ୍ଟ ବଲ୍‌ ଟାମ୍ପରିଂ କରୁଥିବା ବେଳେ କ୍ୟାମେରାରେ ଧରାପଡ଼ିବା ପରେ ବିବାଦ ବଢିଥିଲା। ପରେ ଏହି ମାମଲାର ଖୁଲାସା ହୋଇଥିଲା। କେବଳ ବେନ୍‌କ୍ରଫ୍ଟ୍‌ ନୁହଁନ୍ତି ଅଧିନାୟକ ସ୍ମିଥ୍ ଓ ଉପଅଧିନାୟକ ୱାନର ମଧ୍ୟ ଏହି ବଲ୍ ଟାମ୍ପରିଂ ମାମଲାରେ ସାମିଲ ଥିବ କଥା ଜଣାପଡ଼ିଥିଲା। ଏହାର ତଦନ୍ତ କରି ଆଇସିସି କେବଳ ସ୍ମିଥଙ୍କୁ ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ୍‌ କରିଥିବା ସହ ଜୋରିମାନ କରିଥିଲେ। ଅନ୍ୟପଟେ ବେନକ୍ରାଫ୍ଟ୍‌ଙ୍କୁ ଆଇସିସି କେବେଳ ମ୍ୟାଚ୍‌ ଫିସ୍‌ର ୭୫ ପ୍ରତିଶତ ଟଙ୍କା ଜୋରାମାନା କରିଥିବା ବେଳେ ୱାର୍ନରଙ୍କୁ ଆଇସିସି ଦୋଷୀ ମାନିନଥିଲା। ଅଷ୍ଟ୍ରେଲିଆ ବୋର୍ଡ କିନ୍ତୁ ଏମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସ୍ମିଥ୍‌ ଓ ୱାର୍ନରଙ୍କୁ ବୋର୍ଡ ଗୋଟିଏ ବର୍ଷ ପାଇଁ କ୍ରିକେଟ୍‌ରୁ ବାସନ୍ଦ କରିଥିବା ବେଳେ ବେନ୍‌କ୍ରାଫ୍ଟଙ୍କୁ ୯ମାସ ପାଇଁ ବାସନ୍ଦ କରିଛି।

Related story