ପାକିସ୍ତାନ କ୍ରିକେଟ୍ ଟିମକୁ ନେଇ ଏମିତି କହିଲେ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବିଶ୍ୱ ବିଜେତା କ୍ରିକେଟ୍ ଟିମ୍ କ୍ୟାପଟେନ୍ ତଥା ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୃଢ଼ତାର ସହ କହିଛନ୍ତି ଯେ ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ କରି ଦେଖାଇବେ। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱରେ ପାକିସ୍ତାନ ଟିମ୍ ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପରେ କେବଳ ଭାରତଠୁ ପରାଜୟ ନୁହେଁ ବରଂ ସେମିଫାଇନାଲରେ ବି ସ୍ଥାନ ହାସଲ କରିପାରିନଥିଲା। ଭାରତ ବିପକ୍ଷ ପରାଜୟ ପରେ ତାଙ୍କ ଟିମର ପ୍ରଦର୍ଶନରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା, କିନ୍ତୁ […]

imran

imran

Ranjit Kumar Jena
  • Published: Monday, 22 July 2019
  • Updated: 22 July 2019, 09:32 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବିଶ୍ୱ ବିଜେତା କ୍ରିକେଟ୍ ଟିମ୍ କ୍ୟାପଟେନ୍ ତଥା ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୃଢ଼ତାର ସହ କହିଛନ୍ତି ଯେ ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ କରି ଦେଖାଇବେ। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱରେ ପାକିସ୍ତାନ ଟିମ୍ ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପରେ କେବଳ ଭାରତଠୁ ପରାଜୟ ନୁହେଁ ବରଂ ସେମିଫାଇନାଲରେ ବି ସ୍ଥାନ ହାସଲ କରିପାରିନଥିଲା। ଭାରତ ବିପକ୍ଷ ପରାଜୟ ପରେ ତାଙ୍କ ଟିମର ପ୍ରଦର୍ଶନରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା, କିନ୍ତୁ ସେମାନେ ଅନ୍ତିମ-୪ରେ ପହଞ୍ଚିପାରିନଥିଲେ।

ବିଶ୍ୱକପରୁ ବିଦାୟ ନେବା ପାକିସ୍ତାନ ଟିମକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କ୍ୟାପଟେନ୍ ସର୍ଫରାଜଙ୍କ ସହ ଟିମର ବାକି ଖେଳାଳିଙ୍କୁ ପ୍ରଦର୍ଶନ ଓ ଫିଟନେସକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ପୂର୍ବତନ କ୍ରିକେଟର ୱାସିମ୍ ଆକ୍ରାମ କହିଥିଲେ ଯେ, ଯଦି ପାକିସ୍ତାନ ଟିମ୍ ସୁଧାର ଆଣିବାକୁ ଚାହୁଁଛିଳ ତାହେଲେ ସେମାନେ ଭାରତ ଓ ବାଂଲାଦେଶ ଟିମକୁ ଦେଖି କିଛି ଶିଖିପାରିବେ। ବର୍ତ୍ତମାନ ଯେଉଁଠି ଚାରିଆଡୁ ପାକିସ୍ତାନ କ୍ରିକେଟ୍ ଟିମକୁ ସମାଲୋଚନା କରୁଛି, ସେଇଠି ଦେଶର ପ୍ରଧାନମନ୍ତ୍ରୀ ଏବେ ଟିମକୁ ସଜାଡ଼ିବାର ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି।

ପାକିସ୍ତାନ ବାହାରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ସମ୍ବୋଧିତ କରିବା ଅବସରରେ ଇମ୍ରାନ୍ କହିଥିଲେ, "ମୁଁ ଇଂଲଣ୍ଡରେ କ୍ରିକେଟ୍ ଶିଖିଥିଲି ଏବଂ ସେଠାରୁ ଫେରିବା ପରେ ଆମେ ଆମର କ୍ରିକେଟରଙ୍କ ସ୍ତରକୁ ବଢ଼ାଇଥିଲୁ। ଏଥର ବିଶ୍ୱକପରେ ଆମର ପ୍ରଦର୍ଶନ ଭଲ ରହିନାହିଁ। କିନ୍ତୁ ବିଶ୍ୱକପ୍ ପରେ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ନିଜେ ପାକିସ୍ତାନ କ୍ରିକେଟରେ ସୁଧାର ଆଣିବି। ମୋର ଏହି ଶବ୍ଦକୁ ମନେ ରଖିବ। ପରବର୍ତ୍ତୀ ବିଶ୍ୱକପରେ ଆପଣ ଏକ ପେସାଦାର ପାକିସ୍ତାନ ଟିମକୁ ଦେଖିବାକୁ ପାଇବେ। ଆମେ ସିଷ୍ଟମରେ ସୁଧା କରିବୁ ଏବଂ ଏଭଳି ଢ଼ାଞ୍ଚା ପ୍ରସ୍ତୁତ କରିବୁ, ଯଦ୍ଦ୍ୱାରା ସର୍ବଶ୍ରେଷ୍ଠ ପ୍ରତିଭା ସାମ୍ନାକୁ ଆସିପାରିବେ।"

ସୂଚନାଯୋଗ୍ୟ, ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତା'ର ଟିମ୍ ରଣନୀତିରେ ବଡ଼ ପରିବର୍ତ୍ତନ କରିବ ବୋଲି ଖବର ମିଳିଛି। ଏହି ଖବର ମୁତାବକ, ପାକିସ୍ତାନ କ୍ରିକେଟ୍ ଟିମରେ ଟ୍ରିପଲ୍ କ୍ୟାପଟେନ୍ ଅର୍ଥାତ୍ ଅଲଗା ଫର୍ମାଟରେ ଅଲଗା କ୍ୟାପଟେନର ରଣନୀତି ଆପଣାଯିବ। ତେବେ ଏପର୍ଯ୍ୟନ୍ତ ଏହାକୁ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story