ପଡିଆ ରକ୍ଷଣାବେକ୍ଷଣ ପାଇଁ ବିଶୋଧିତ ଜଳ ବ୍ୟବହାର କରାଯିବ: ବିସିସିଆଇ

ମୁମ୍ୱାଇ: ମରୁଡି ପ୍ରଭାବିତ ମହାରାଷ୍ଟ୍ରରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବା ନେଇ ଦ୍ୱନ୍ଦ୍ୱ ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ବମ୍ବେ ହାଇକୋର୍ଟ ପ୍ରଶ୍ନ ଉଠାଇବା ପରେ ବିସିସିଆଇ କହିଛି ଯେ ଗ୍ରାଉଣ୍ଡର ରକ୍ଷଣାବେକ୍ଷଣ ପାଇଁ ସ୍ୱରେଜ ପାଣିକୁ ବିଶୋଧିତ କରାଯାଇ ବ୍ୟବହାର କରାଯିବ। ଏନେଇ ବିସିସିଆଇର ଓକିଲ ରଫିକ୍‌ ଦାଦା କହିଛନ୍ତି,“ଆଇପିଏଲ୍‌ ସମୟରେ ପଡିଆର ରକ୍ଷଣାବେକ୍ଷଣ ପାଇଁ ବିସିସିଆଇ ପକ୍ଷରୁ ରୟାଲ ୱେଷ୍ଟର୍ଣ୍ଣ ଇଣ୍ଡିଆ ଟୁର୍ଫ କ୍ଲବ (ଆରଡବ୍ଲ୍ୟୁଆଇଟିସି) ସହ ବୁଝାମଣା ହୋଇଛି। ପୁଣେ ଓ ମୁମ୍ବାଇରେ […]

STADIUM-WATER

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 12:52 PM IST

ମୁମ୍ୱାଇ: ମରୁଡି ପ୍ରଭାବିତ ମହାରାଷ୍ଟ୍ରରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବା ନେଇ ଦ୍ୱନ୍ଦ୍ୱ ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ବମ୍ବେ ହାଇକୋର୍ଟ ପ୍ରଶ୍ନ ଉଠାଇବା ପରେ ବିସିସିଆଇ କହିଛି ଯେ ଗ୍ରାଉଣ୍ଡର ରକ୍ଷଣାବେକ୍ଷଣ ପାଇଁ ସ୍ୱରେଜ ପାଣିକୁ ବିଶୋଧିତ କରାଯାଇ ବ୍ୟବହାର କରାଯିବ।

ଏନେଇ ବିସିସିଆଇର ଓକିଲ ରଫିକ୍‌ ଦାଦା କହିଛନ୍ତି,“ଆଇପିଏଲ୍‌ ସମୟରେ ପଡିଆର ରକ୍ଷଣାବେକ୍ଷଣ ପାଇଁ ବିସିସିଆଇ ପକ୍ଷରୁ ରୟାଲ ୱେଷ୍ଟର୍ଣ୍ଣ ଇଣ୍ଡିଆ ଟୁର୍ଫ କ୍ଲବ (ଆରଡବ୍ଲ୍ୟୁଆଇଟିସି) ସହ ବୁଝାମଣା ହୋଇଛି। ପୁଣେ ଓ ମୁମ୍ବାଇରେ ଖେଳା ଯିବାକୁ ଥିବା ପଡିଆରେ ଏହି କ୍ଲବ ସ୍ୱରେଜ ପାଣିକୁ ବିଶୋଧନ କରି ବ୍ୟବହାର କରିବ।”

ମରୁଡିରେ ପ୍ରଭାବିତ ମହାରାଷ୍ଟ୍ରରେ ଆଇପିଏଲ୍‌ ମ୍ୟାଚ୍‌ବେଳେ ପଡିଆରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ପାଣି ବ୍ୟବହାର ନେଇ ଏକ ଏନ୍‌ଜିଓ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାକୁ ଜଷ୍ଟିସ୍‌ ଭି.ଏମ୍‌ କାନାଡେ ଓ ଏମ୍‌ ଏସ୍‌ କାର୍ଣ୍ଣିକ ଶୁଣାଣି କରିଥିଲେ।

ଚଳିତ ଆଇପିଏଲରେ ମୁମ୍ବାଇରେ ୮ଟି  ଓ ପୁଣେରେ ୯ଟି ମ୍ୟାଚ୍‌ ଖେଳାଯିବ। ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ ଖେଳା ଯାଇସାରିଛି ବୋଲି କୋର୍ଟରେ କହିଛନ୍ତି ବିସିସିଆଇର କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ୩ଟି ମ୍ୟାଚ୍‌ ନାଗପୁରରେ ହେବ। ଯଦି ହାଇକୋର୍ଟ ଏହି ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ କୁହନ୍ତି ତେବେ କିଙ୍ଗ୍ସ ଏକାଦଶ ପଞ୍ଜାବ ମୋହାଲି କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଆଗ୍ରହୀ ରହିଛି। ପ୍ରତିଦିନ ୭ରୁ ୮ଟି ବିଶୋଧିତ ସ୍ୱେରେଜ୍ ଜଳ ଟାଙ୍କି ଷ୍ଟାଡିୟମରେ ବ୍ୟବହାର ପାଇଁ ଦିଆଯିବ ବୋଲି ସେ କହିଛନ୍ତି ।

Related story