ନ୍ୟୁଜିଲ୍ୟାଣ୍ଡରେ ଟସ୍ ଜିତିବା ଭାରତ ପାଇଁ ଅନଲକି

ନୂଆଦିଲ୍ଲୀ: ସାଧାରଣତଃ କୌଣସି ମ୍ୟାଚରେ ଟସର ଭୂମିକା ନିର୍ଣ୍ଣାୟକ ରହିଥାଏ। ଯେଉଁ ଟିମ୍ ଟସ୍ ଜିତିବ, ସେହି ଟିମର ବିଜୟ ପ୍ରତିଶତ ଅଧିକ ବୋଲି କୁହାଯାଏ। କିନ୍ତୁ ନ୍ୟୁଜିଲ୍ୟାଣ୍ଡରେ ଭାରତର ଟସ୍ ରେକର୍ଡ କିଛି ଅଲଗା ଦର୍ଶାଉଛି। କିୱି ମାଟିରେ ଭାରତ ଥରେ ଟସ୍ ଜିତିଛି ଏବଂ ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି। କିନ୍ତୁ ବାକି ଯେଉଁ ମ୍ୟାଚରେ ଭାରତ ଟସ୍ ଜିତିଛି, ସେଥିରେ ଆଉ ବିଜୟ ହାସଲ କରିପାରିନାହିଁ। ଚଳିତ ସିରିଜରେ ଭାରତ ୱେଲିଂଟନରେ ଖେଳିଥିବା […]

toss

toss

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 04:54 PM IST

ନୂଆଦିଲ୍ଲୀ: ସାଧାରଣତଃ କୌଣସି ମ୍ୟାଚରେ ଟସର ଭୂମିକା ନିର୍ଣ୍ଣାୟକ ରହିଥାଏ। ଯେଉଁ ଟିମ୍ ଟସ୍ ଜିତିବ, ସେହି ଟିମର ବିଜୟ ପ୍ରତିଶତ ଅଧିକ ବୋଲି କୁହାଯାଏ। କିନ୍ତୁ ନ୍ୟୁଜିଲ୍ୟାଣ୍ଡରେ ଭାରତର ଟସ୍ ରେକର୍ଡ କିଛି ଅଲଗା ଦର୍ଶାଉଛି। କିୱି ମାଟିରେ ଭାରତ ଥରେ ଟସ୍ ଜିତିଛି ଏବଂ ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି। କିନ୍ତୁ ବାକି ଯେଉଁ ମ୍ୟାଚରେ ଭାରତ ଟସ୍ ଜିତିଛି, ସେଥିରେ ଆଉ ବିଜୟ ହାସଲ କରିପାରିନାହିଁ।

ଚଳିତ ସିରିଜରେ ଭାରତ ୱେଲିଂଟନରେ ଖେଳିଥିବା ପ୍ରଥମ ଟେଷ୍ଟରେ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଭାରତ ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୩୪୮ ରନ୍ କରି ୧୮୩ ରନର ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ଇନିଂସରେ ମଧ୍ୟ ଫେଲ୍ ମାରିଥିଲେ ଏବଂ ମାତ୍ର ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍ ପରେ କୋହଲି ଟସର ଭୂମିକାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଯଦି ଆମେ ନ୍ୟୁଜିଲ୍ୟାଣ୍ଡରେ ରେକର୍ଡକୁ ଦେଖିବା, ତାହେଲେ ସେଠାରେ ଭାରତ ୨୪ ଟେଷ୍ଟ ଖେଳିଛି, ଯେଉଁଥିରେ ୫ଟିରେ ବିଜୟ ହାସଲ କରିଥିବା ବେଳଳେ ୯ଟିରେ ପରାସ୍ତ ହୋଇଛି। ବାକି ୧୦ଟି ମ୍ୟାଚ୍ ଡ୍ର' ରହିଛି । ଭାରତ ନ୍ୟୁଜିଲ୍ୟାଣ୍ଡରେ ଯେଉଁ ୫ଟି ମ୍ୟାଚ୍ ଜିତିଛି, ସେଥିରୁ ୪ଟିରେ ଟିମ୍ ଟସ୍ ହାରିଥିଲା। ନ୍ୟୁଜିଲ୍ୟାଣ୍ଡରେ ଟସ୍ ହାରିବାରେ ଭାରତର ରେକର୍ଡ ୧୧ ମ୍ୟାଚରେ ୪ ବିଜୟ ଏବଂ ୪ ପରାଜୟ ରହିଛି। ତେବେ ଏହାର ବିପରୀତ ଅର୍ଥାତ୍ ଟସ୍ ଜିତିବାରେ ଭାରତର ରେକର୍ଡ ୧୩ ମ୍ୟାଚରେ ଗୋଟିଏ ବିଜୟ ଏବଂ ୫ ପରାଜୟ ରହିଛି।

ଭାରତ ଗତ ୪୪ ବର୍ଷ ମଧ୍ୟରେ ଅର୍ଥାତ୍ ଫେବୃଆରୀ ୫, ୧୯୭୬ଠାରୁ ଏପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡରେ ୧୯ ଟେଷ୍ଟ ଖେଳି ମାତ୍ର ଗୋଟିଏରେ ବିଜୟୀ ହୋଇଛି। ଏହି ୧୯ ଟେଷ୍ଟରେ ଭାରତ ୧୨ଟିରେ ଟସ୍ ଜିତିଥିଲା ଏବଂ ସେଥିରୁ ଗୋଟିଏ ମ୍ୟାଚରେ ବିଜୟୀ ହାସଲ କରିଛି। ଭାରତ ଏହି ଏକମାତ୍ର ବିଜୟ ୨୦୦୯ରେ ଲାଭ କରିଥିଲା, ଯେଉଁଥିରେ ବର୍ତ୍ତମାନ ଟିମର ସଦସ୍ୟ ଈଶାନ୍ତ ଶର୍ମା ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos