ଗ୍ଲୋବାଲ୍ ଟି-୨୦ ଟାଇଟଲ୍ ଜିତିଲା ୱିନିପେଗ୍ ହକ୍ସ

ବ୍ରାମ୍ପଟନ୍: ଭ୍ୟାଙ୍କୋଭର୍ ନାଇଟ୍ସକୁ ହରାଇ ୱିନିପେଗ୍ ହକ୍ସ ଗ୍ଲୋବାଲ୍ ଟି-୨୦ କ୍ୟାନାଡା ଟାଇଟଲ୍ ଜିତିଛି। ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ୱିନିପେଗ୍ ହକ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଜବାବରେ ଭ୍ୟାଙ୍କୋଭର୍ ନାଇଟ୍ସ ମଧ୍ୟ ୨୦ ଓଭରରେ ୬ ୱିକେଟ୍ ୧୯୨ ରନ୍ କରି ମ୍ୟାଚ୍ ଟାଇ କରିଥିଲା। ଏହା ପରେ ମ୍ୟାଚ୍ ଫଳାଫଳ ନିଷ୍ପତ୍ତି ସୁପର୍ ଓଭରରେ ହୋଇଥିଲା, ଯେଉଁଥିରେ ୱିନିପେଗ୍ ହକ୍ସ ବିଜୟୀ ହୋଇ ଟାଇଟଲକୁ ନିଜ ନାଁରେ […]

gt-20

gt-20

Ranjit Kumar Jena
  • Published: Monday, 12 August 2019
  • Updated: 12 August 2019, 08:54 PM IST

Sports

Latest News

ବ୍ରାମ୍ପଟନ୍: ଭ୍ୟାଙ୍କୋଭର୍ ନାଇଟ୍ସକୁ ହରାଇ ୱିନିପେଗ୍ ହକ୍ସ ଗ୍ଲୋବାଲ୍ ଟି-୨୦ କ୍ୟାନାଡା ଟାଇଟଲ୍ ଜିତିଛି। ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ୱିନିପେଗ୍ ହକ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଜବାବରେ ଭ୍ୟାଙ୍କୋଭର୍ ନାଇଟ୍ସ ମଧ୍ୟ ୨୦ ଓଭରରେ ୬ ୱିକେଟ୍ ୧୯୨ ରନ୍ କରି ମ୍ୟାଚ୍ ଟାଇ କରିଥିଲା।

ଏହା ପରେ ମ୍ୟାଚ୍ ଫଳାଫଳ ନିଷ୍ପତ୍ତି ସୁପର୍ ଓଭରରେ ହୋଇଥିଲା, ଯେଉଁଥିରେ ୱିନିପେଗ୍ ହକ୍ସ ବିଜୟୀ ହୋଇ ଟାଇଟଲକୁ ନିଜ ନାଁରେ କରିଥିଲା। ସୁପର୍ ଓଭରରେ ପ୍ରଥମେ ବ୍ୟାଟିଂ କରିଥିବା ଭ୍ୟାଙ୍କୋଭର୍ ନାଇଟ୍ସ ୨ ୱିକେଟ୍ ହରାଇ ୯ ରନ୍ କରିଥିଲା। ଜବାବରେ ୱିନିପେଗ୍ ୪ ବଲରେ ୧୦ ରନ୍ କରି ମୁକାବିଲାକୁ ଜିତି ନେଇଥିଲା।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ୱିନିପେଗ୍ ଟିମକୁ କ୍ରିସ୍ ଲିନ୍ ଓ ଶାଢମାନ୍ ଅନୱର୍ ଦ୍ରୁତ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫.୫ ଓଭରରେ ୭୩ ରନ୍ ଯୋଡ଼ିଥିଲେ। ଲିନ୍ ୨୧ ବଲରେ ୪ ଚୌକା ଓ ୩ ଛକା ସହ ୩୭ ରନ୍ କରି ଆଉଟ୍ ହୋଇଥିଲେ। ଅନୱର ଗୋଟିଏ ପଟେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ତାଙ୍କୁ ସହଯୋଗ ମିଳିନଥିଲା, ଯେଉଁକାରଣରୁ ଟିମ୍ ୧୯୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅନୱର୍ ୪୫ ବଲରେ ୮ ଚୌକା ଓ ୭ ଛକା ସହ ସର୍ବାଧିକ ୯୦, ଜେପି ଡୁମିନି ୩୩ ଓ ହାମଜା ସାନା ଅପରାଜିତ ୧୫ ରନ୍ କରିଥିଲେ। ଭ୍ୟାଙ୍କୋଭର୍ ନାଇଟ୍ସ ପକ୍ଷରୁ ଆନ୍ଦ୍ରେ ରସେଲ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

୧୯୩ ରନର ଲକ୍ଷ୍ୟର ପିଛା କରୁଥିବା ନାଇଟ୍ସ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୁଇ ଓପ୍ନର ଚାଡୱିକ୍ ୱାଲଟନ୍ (୧) ଓ ଟୋବିଆସ୍ ଭିସୀ (୦) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ମଧ୍ୟକ୍ରମରେ କ୍ୟାପଟେନ୍ ଶୋଏବ୍ ମଲିକ୍ ଓ ରସେଲ୍ ଦ୍ରୁତ ରନ୍ କରିଥିଲେ ହେଁ, ଟିମକୁ ଜିତାଇପାରିନଥିଲେ। ମଲିକ୍ ସର୍ବାଧିକ ୬୪ (୩୬ ବଲ୍, ୬ ଚୌକା, ୩ ଛକା) ଏବଂ ରସେଲ୍ ୪୬ (୨୦ ବଲ୍, ୩ ଚୌକା, ୫ ଛକା) ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାନ୍ ଡର୍ ଡୁସେନ୍ (୨୩), ଡାନିଏଲ୍ ସାମ୍ସ (୨୧) ଓ ସାଦ୍ ବିନ୍ ଜଫର୍ (୨୭) ନିରାଶ କରିଥିଲେ। ୱିନିପେଗ୍ ହକ୍ସ ପକ୍ଷରୁ ରୟାଦ୍ ଏମ୍ରିଟ୍ ଓ ଭାନ୍ ମୀକେରେନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos