ରୋହିତଙ୍କ ବିଶ୍ୱକପ୍ ସଫଳତା ପଛରେ କାହାର ହାତ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମାଙ୍କ ବିଶ୍ୱକପ୍ ପ୍ରଦର୍ଶନକୁ ହୁଏତ କେହି ଭୁଲିନଥିବେ। ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ଏହି କ୍ରିକେଟ୍ ମହାକୁମ୍ଭରେ ରୋହିତଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଥିଲା। ରୋହିତ୍ ୯ ମ୍ୟାଚ୍ ଖେଳି ୮୧ ହାରରେ ସର୍ବାଧିକ ୬୪୮ ରନ୍ କରିଥିଲେ, ଯେଉଁଥିରେ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଥିଲା। ବିଶ୍ୱକପ୍ ଭଳି ମେଗା ଇଭେଣ୍ଟରେ ରୋହିତଙ୍କ ଏହି ସଫଳତା ପଛର ରହସ୍ୟ କ’ଣ ଜାଣନ୍ତି କି? ଖୋଦ୍ […]

rohit

Ranjit Kumar Jena
  • Published: Thursday, 23 April 2020
  • , Updated: 23 April 2020, 01:56 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମାଙ୍କ ବିଶ୍ୱକପ୍ ପ୍ରଦର୍ଶନକୁ ହୁଏତ କେହି ଭୁଲିନଥିବେ। ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ଏହି କ୍ରିକେଟ୍ ମହାକୁମ୍ଭରେ ରୋହିତଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଥିଲା। ରୋହିତ୍ ୯ ମ୍ୟାଚ୍ ଖେଳି ୮୧ ହାରରେ ସର୍ବାଧିକ ୬୪୮ ରନ୍ କରିଥିଲେ, ଯେଉଁଥିରେ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଥିଲା। ବିଶ୍ୱକପ୍ ଭଳି ମେଗା ଇଭେଣ୍ଟରେ ରୋହିତଙ୍କ ଏହି ସଫଳତା ପଛର ରହସ୍ୟ କ'ଣ ଜାଣନ୍ତି କି? ଖୋଦ୍ ରୋହିତ୍ ନିଜର ଏହି ଚିତ୍ତାକର୍ଷକକ ପ୍ରଦର୍ଶନ ପାଇଁ ପତ୍ନୀ ରିତିକାଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

ରୋହିତଙ୍କ ଜୀବନରେ ରିତିକାଙ୍କର କ'ଣ ମହତ୍ତ୍ୱ ରହିଛି, ତା'ର ଖୁଲାସା କରିଛନ୍ତି ହିଟମ୍ୟାନ୍। ରୋହିତ୍ କହିଛନ୍ତି, ରିତିକା ମୋତେ ବହୁତ ସପୋର୍ଟ କରନ୍ତି। ରିତିକା ମୋ ପାଇଁ ସର୍ବଦା ଏକ ଚଟାଣ ପରି ରହିଆସିଛନ୍ତି। ସେ ମୋର ସବୁ ଅତ୍ୟାବଶକ ସାମଗ୍ରୀ ଏବଂ ସୁବିଧାର ବହୁତ ଯତ୍ନ ରଖନନ୍ତି। ତାଙ୍କ ସହ ରହିବା ଦ୍ୱାରା ମୋ କାମ ବହୁତ ସହଜ ହୋଇଯାଏ। ବର୍ତ୍ତମାନ ମୁଁ ମୋ ଘରେ ଭଲ ସମୟ ବିତାଉଛି।

ରୋହିତ୍ ଆହୁରି କହିଛନ୍ତି, ବିଶ୍ୱକପ୍ ବେଳେ ମୋର ପୂରା ପରିବାର ଇଂଲଣ୍ଡରେ ଥିଲା ଏବଂ ଏହା ମୋ ପାଇଁ ବହୁତ ଖାସ୍ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ବିଶ୍ୱକପ୍ ସ୍ମରଣୀୟ ଥିଲା। ମୁଁ ମଧ୍ୟ ନିଜ ଜୋନରେ ଥିଲି। ତା'ର ଯେଉଁ ଖେଳାଳିଙ୍କ ପାଖରେ ନିଜର ପରିବାରର ଭରପୂର ସମର୍ଥନ ଥାଏ, ସେ ନିଶ୍ଚୟ ସଫଳ ହେବ। ଠିକ୍ ସେହିଭଳି ରିତିକାଙ୍କ ଉପସ୍ଥିତି ଯୋଗୁ ମୁଁ ବିଶ୍ୱକପରେ ସଫଳ ହୋଇପାରିଲି। ଫାଇନାଲରେ ନପହଞ୍ଚିବା ଆମକୁ ବହୁତ ନିରାଶ କରିଥିଲା, କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟର ଆମର ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

ରିତିକାଙ୍କ ସମ୍ବନ୍ଧରେ ରୋହିତ୍ ଆହୁରି କହିଛନ୍ତି, ରିତିକା ମୋ ସହ ୨୦୦୮ଠାରୁ ରହିଆସିଛନ୍ତି। ସେ ପ୍ରଥମେ ଜଣେ ବନ୍ଧୁ ଭାବେ, ତା'ର ପରେ ଗାର୍ଲଫ୍ରେଣ୍ଡ, ପତ୍ନୀ ଏବଂ ମା' ଭାବେ ନିଜର ଭୂମିକାକୁ ସୁଚାରୁରୂପେ ବହନ କରିଥିଲେ। ସତ କହିବାକୁ ଗଲେ ମୋ କ୍ରିକେଟ୍ କ୍ୟାରିୟରରେ ମଧ୍ୟ ତାଙ୍କର ବହୁତ ବଡ଼ ଭୂମିକା ରହିଛି।

Related story