ଆୟର୍ଲ୍ୟାଣ୍ଡ୍ ୩୮ ରନରେ ଅଲଆଉଟ୍, ୧୪୩ ରନରେ ଜିତିଲା ଇଂଲଣ୍ଡ

ଲଣ୍ଡନ: ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି ଇଂଲଣ୍ଡ-ଆୟର୍ଲ୍ୟାଣ୍ଡ୍ ଲର୍ଡ୍ସ ଟେଷ୍ଟ। ପ୍ରଥମ ଦିବସରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ ପରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ଓ ତୃତୀୟ ଦିନରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଉକ୍ତ ଟେଷ୍ଟରେ ଆୟର୍ଲ୍ୟାଣ୍ଡକୁ ୧୪୩ ରନରେ ହରାଇ ଦେଇଛି। ଫଳରେ ଆୟର୍ଲ୍ୟାଣ୍ଡର ଐତିହାସିକ ଟେଷ୍ଟ ଜିତିବାର ଆଶା ଧୂଳିସାତ୍ ହୋଇଯାଇଛି। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନରେ ଅଲଆଉଟ୍ ହୋଇ ଆୟର୍ଲ୍ୟାଣ୍ଡ୍ ଆଗରେ ୧୮୨ ରନର ଟାର୍ଗେଟ୍ ରଖିଥିଲା। ଏହାକୁ ପିଛା କରୁଥିବା […]

eng

eng

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 07:21 PM IST

Sports

Latest News

ଲଣ୍ଡନ: ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି ଇଂଲଣ୍ଡ-ଆୟର୍ଲ୍ୟାଣ୍ଡ୍ ଲର୍ଡ୍ସ ଟେଷ୍ଟ। ପ୍ରଥମ ଦିବସରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ ପରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ଓ ତୃତୀୟ ଦିନରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଉକ୍ତ ଟେଷ୍ଟରେ ଆୟର୍ଲ୍ୟାଣ୍ଡକୁ ୧୪୩ ରନରେ ହରାଇ ଦେଇଛି। ଫଳରେ ଆୟର୍ଲ୍ୟାଣ୍ଡର ଐତିହାସିକ ଟେଷ୍ଟ ଜିତିବାର ଆଶା ଧୂଳିସାତ୍ ହୋଇଯାଇଛି। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନରେ ଅଲଆଉଟ୍ ହୋଇ ଆୟର୍ଲ୍ୟାଣ୍ଡ୍ ଆଗରେ ୧୮୨ ରନର ଟାର୍ଗେଟ୍ ରଖିଥିଲା।

ଏହାକୁ ପିଛା କରୁଥିବା ଆୟର୍ଲ୍ୟାଣ୍ଡ୍ ଇଂଲିଶ ଟିମର ବୋଲିଂ ଆଗରେ ଆଦୌ ତିଷ୍ଠିନପାରି ୧୫.୪ ଓଭରରେ ମାତ୍ର ୩୮ ରନ୍ କରି ଅଲଆଉଟ୍ ହୋଇଛି, ଯାହା ଟେଷ୍ଟ କ୍ରିକେଟରେ ସପ୍ତମ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୪୬ରେ ୱେଲିଂଟନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ୪୨ ରନ୍ କରି ଅଲଆଉଟ୍ ହୋଇଥିଲା। ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ସ୍କୋରର ରେକର୍ଡ ନ୍ୟୁଜିଲ୍ୟାଣ୍ଡ୍ ନାଁରେ ରହିଥିଲା। ୧୯୫୫ରେ ଅକଲ୍ୟାଣ୍ଡରେ ନ୍ୟୁଜିଲ୍ୟାଣ୍ଡ୍ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୬ ରନରେ ଅଲଆଉଟ୍ ହୋଇଥିଲା। ଟେଷ୍ଟ କ୍ରିକେଟରେ ମଧ୍ୟ ଆୟର୍ଲ୍ୟାଣ୍ଡର ଏହା ସର୍ବନିମ୍ନ ସ୍କୋର।

ତୃତୀୟ ଦିବସରେ ୩୦୩/୯ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ କୌଣସି ରନ୍ ଯୋଡ଼ିନପାରି ଏହି ସ୍କୋରରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡର ଶେଷ ୱିକେଟ୍ ଭାବେ ଓଲି ଷ୍ଟୋନ୍ ପ୍ୟାଭିଲିୟନ୍ ଫେରିଥିଲେ। ଷ୍ଟୁଆର୍ଟ ବ୍ରଡ୍ ୨୧ ରନ୍ କରି ଅପରାଜିତ ଥିଲେ। ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ମାର୍କ ଆଡେର୍ ଓ ଷ୍ଟୁଆର୍ଟ ଥମ୍ପସନ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ବୟଡ୍ ରାନକିନ୍ ୨ଟି ୱିକେଟ୍ ହାସଲ କରିଥିଲେ।

୧୮୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆୟର୍ଲ୍ୟାଣ୍ଡ୍ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡର ଦୁଇ ଅଭିଜ୍ଞ ପେସ୍ ବୋଲର କ୍ରିସ୍ ଓକ୍ସ ଓ ବ୍ରଡଙ୍କୁ ସାମ୍ନା କରିପାରିନଥିଲେ। ଆୟର୍ଲ୍ୟାଣ୍ଡ ପକ୍ଷରୁ ଜେମ୍ସ ମ୍ୟାକକୋଲାମ (୧୧)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ।

କ୍ୟାପଟେନ୍ ୱିଲିୟମ୍ ପୋର୍ଟରଫିଲ୍ଡ (୨), ଆଣ୍ଡି ବାଲବିର୍ନି (୫), ପଲ୍ ଷ୍ଟର୍ଲିଙ୍ଗ୍ (୦), କେଭିନ୍ ଓ'ବ୍ରାଏନ୍ (୪), ଗ୍ୟାରୀ ୱିଲସନ୍ (୦), ଥମ୍ପସନ୍ (୪), ଆଡେର୍ (୮), ଆଣ୍ଡି ମ୍ୟାକବ୍ରାଇନ୍ (୦) ଓ ଟିମ୍ ମର୍ଟାଗ୍ (୨) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ମାତ୍ର ୧୭ ରନ୍ ଦେଇ ୬ଟି ଓ ଷ୍ଟୁଆର୍ଟ ବ୍ରଡ୍ ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପାଇଁ ୯୨ ରନର ଲଢ଼ୁଆ ଇନିଂସ୍ ଖେଳିଥିବା ଜ୍ୟାକ୍ ଲିଚ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଉକ୍ତ ମ୍ୟାଚର ପ୍ରଥମ ଦିବସ ଖେଳ ଆୟର୍ଲ୍ୟାଣ୍ଡ ନିୟନ୍ତ୍ରଣରେ ଥିଲା। ଟିମ୍ ଜବରଦସ୍ତ ବୋଲିଂ କରି ଇଂଲଣ୍ଡକୁ ମାତ୍ର ୮୫ ରନରେ ଅଲଆଉଟ୍ କରିଥିଲା। ଜବାବରେ ଆୟର୍ଲ୍ୟାଣ୍ଡ୍ ୨୦୭ ରନ୍ କରି ଅଗ୍ରଣୀ ହାସଲ କରିଥିଲା । କିନ୍ତୁ ତୃତୀୟ ଓ ଚତୁର୍ଥ ଇନିଂସରେ ଟିମ୍ ସବୁ ବିଭାଗରେ ଫେଲ୍ ମାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story