ବିଶ୍ୱ ମହିଳା ହକି ଲିଗ୍‌ ରାଉଣ୍ଡ ୨ ପାଇଁ ସ୍ଥାନ ପାଇଲେ ୪ଓଡିଆ

ଭୁବନେଶ୍ୱର :ବିଶ୍ୱ ହକି ଲିଗ ରାଉଣ୍ଡ ୨ ପାଇଁ ଘୋଷିତ ହୋଇଛି ଭାରତୀୟ ମହିଳା ହକି ଦଳ । ଏହି ସ୍କ୍ୱାଡରେ ସାମିଲ ହୋଇଛନ୍ତି ଦୀପଗ୍ରେସ ଏକ୍କା,ଅନୁପା ବାର୍ଲା,ସୁନୀତା,ଲାକ୍ରା ଏବଂ ଅନୀତା ଟପ୍ପୋ । କାନାଡାର ଭାଙ୍କୋଭରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏପ୍ରିଲ ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ୪ଜଣଙ୍କ ନାଁ ଘୋଷଣା ହେଲା ପରେ ରାଜ୍ୟ ମହିଳା ହକି ପାଇଁ ଖୁସୀର ଲହରି ଖେଳିଯାଇଛି ।