ମହିଳା ଟି-ଟ୍ୱେଣ୍ଟି: ଶ୍ରୀଲଙ୍କାକୁ ୩୪ ରନ୍‌ରେ ହରାଇଲା ଭାରତ

ରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଯାଇଛି ଭାରତୀୟ ମହିଳା ଦଳ। ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସୋମବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଦଳକୁ ୩୪ ରନ୍‌ରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ଶ୍ରୀଲାଙ୍କ ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୯୬ […]

india women

india women

Rakesh Mallick
  • Published: Monday, 22 February 2016
  • Updated: 22 February 2016, 10:43 AM IST

ରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଯାଇଛି ଭାରତୀୟ ମହିଳା ଦଳ। ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସୋମବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଦଳକୁ ୩୪ ରନ୍‌ରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ଶ୍ରୀଲାଙ୍କ ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୯୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହା ସହିତ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି।

ଆଜି ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ଯଥାକ୍ରମେ ୩୫ ଓ ୩୬ ରନ୍ କରିଥିଲେ। ଅନୁଜା ପଟେଲ ଅପରାଜିତ ୨୨ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ସୁଗନ୍ଦିକା କୁମାରୀ ଓ ଇଶାନି ଲୋକୁସୁରିୟାଗ୍ ଯଥାକ୍ରମେ ୩ ଓ ୨ଟି ୱିକେଟ୍ ନେଇଥିଲେ।

୧୩୧ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିବା ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କୁ ମୁକାବିଲା କରି ପାରି ନ ଥିଲେ। ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଲଶନି ମନୋଦରା ଅପରାଜିତ ୪୧ ରନ୍ କରି ଥିଲେ ସୁଦ୍ଧା ଦଳକୁ ଜିତାଇ ପାରି ନ ଥିଲେ। ତାଙ୍କ ବ୍ୟତୀତ ଶଶୀକଲା ଓ ହଂସିମା ଯଥାକ୍ରମେ ୧୮ ଓ ୧୪ ରନ୍ କରିଥିଲେ।

ଏହି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ବୁଧବାର ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story