ସବୁ କଳ୍ପନା ଜଳ୍ପନାର ଅନ୍ତ: ଭାରତୀୟ ମହିଳା ହକି ଦଳର କୋଚ୍‌ ହେଲେ ପୁରୁଷ ଦଳର ହକି କୋଚ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ହକି ଦଳର କୋଚ ଏବେ ପ୍ରଶିକ୍ଷଣ ଦେବେ ପୁରୁଷ ଦଳକୁ। ଏଭିଳ ଏକ ଅପ୍ରତ୍ୟାଶିତ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂ ରାଠୋର୍‌। ଭାରତୀୟ ମହିଳା ହକି ଦଳର କୋଚ ମରିନ୍ ସୋର୍ଡଙ୍କୁ ପୁରୁଷ ଦଳର କୋଚ ପଦରେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ବିଶ୍ୱକପ ବିଜୟୀ କନିଷ୍ଠ ହକି ଦଳର କୋଚ ହରେନ୍ଦ୍ର ସିଂଙ୍କୁ ଭାରତୀୟ ମହିଳା ଦଳର ହାଇ ପରଫର୍ମନ୍ସ୍ ବିଶେଷଜ୍ଞ କୋଚ ପଦ ଦିଆଯାଇଛି। ସେ ଆସନ୍ତା […]

Rakesh Mallick
  • Published: Friday, 08 September 2017
  • , Updated: 08 September 2017, 06:42 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ହକି ଦଳର କୋଚ ଏବେ ପ୍ରଶିକ୍ଷଣ ଦେବେ ପୁରୁଷ ଦଳକୁ। ଏଭିଳ ଏକ ଅପ୍ରତ୍ୟାଶିତ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂ ରାଠୋର୍‌। ଭାରତୀୟ ମହିଳା ହକି ଦଳର କୋଚ ମରିନ୍ ସୋର୍ଡଙ୍କୁ ପୁରୁଷ ଦଳର କୋଚ ପଦରେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ବିଶ୍ୱକପ ବିଜୟୀ କନିଷ୍ଠ ହକି ଦଳର କୋଚ ହରେନ୍ଦ୍ର ସିଂଙ୍କୁ ଭାରତୀୟ ମହିଳା ଦଳର ହାଇ ପରଫର୍ମନ୍ସ୍ ବିଶେଷଜ୍ଞ କୋଚ ପଦ ଦିଆଯାଇଛି। ସେ ଆସନ୍ତା କାଲି ଠାରୁ ନିଜ କାର୍ଯ୍ୟ ଭାର ଗ୍ରହଣ କରିବେ। ଅନ୍ୟପଟେ ବର୍ତମାନ ଭାରତୀୟ ମହିଳା ଦଳ ସହ ୟୁରୋପ ଟୁରରେ ଥିବା ମରିନ୍ ସୋର୍ଡ ସେମ୍ବେର ୨୦ରୁ ନିଜ ପଦରେ ଯୋଗ ଦେବେ। ଏନେଇ କ୍ରୀଡାମନ୍ତ୍ରୀ  ରାଜ୍ୟବର୍ଦ୍ଦନ ସିଂ ରାଠୋର୍‌ ନିଜ ଅଫିସିଆଲ୍ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି।

Related story