ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନକୁ ହରାଇଲା ଭାରତ

ସିଡନୀ: ପୁନମ ଯାଦବ ଓ ଶିଖା ପାଣ୍ଡେଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏଠାରେ ଆରମ୍ଭ ହୋଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭରରେ […]

india

india

Ranjit Kumar Jena
  • Published: Friday, 21 February 2020
  • Updated: 21 February 2020, 04:53 PM IST

Sports

Latest News

ସିଡନୀ: ପୁନମ ଯାଦବ ଓ ଶିଖା ପାଣ୍ଡେଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏଠାରେ ଆରମ୍ଭ ହୋଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୫ ରନ୍ କରି ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଓପ୍ନର ଆଲିସା ହିଲୀଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କେହିବି ବଡ଼ ସ୍କୋର କରିପାରିନାହାନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ପୁନମ ରାଉତ ମାତ୍ର ୧୯ ରନ୍ ନେଇ ୪ଟି ଓ ଶିଖା ୧୩ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା। ୧୬ ବର୍ଷୀୟା ଶେଫାଳି ଚୌକା ଓ ଛକାର ବର୍ଷା କରି ଆରମ୍ଭରୁ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଚାପ ପକାଇଥିଲେ। ଶେଫାଳି ଓ ସ୍ମୃତି ୨୫ ବଲରେ ୪୧ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲା। ମନ୍ଧାନା ୧୦ ରନ୍ କରି ଜେସ୍ ଜୋନାସେନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ଶେଫାଳିଙ୍କୁ ଆୟୋଜକ ଦଳର ଏକ ନମ୍ବର ଅଲରାଉଣ୍ଡର ଏଲିସ୍ ପେରୀ ପ୍ୟାଭିଲିୟନ୍ ପଠାଇଥିଲେ। ଆଉଟ୍ ହେବା ପୂର୍ବରୁ ଶେଫାଳି ମାତ୍ର ୧୫ ବଲରେ ୫ ଚୌକା ଓ ୧ ଛକା ସହ ୨୯ ରନ୍ କରିଥିଲେ।

ଶେଫାଳିଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ହରମନପ୍ରୀତ କୌର୍ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ୪୭ ରନରେ ୩ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିଲା ବେଳେ ଜେମିମା ରୋଡ୍ରିଗ୍ସ ଓ ଦୀପ୍ତି ଶର୍ମା ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୫୩ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ରୋଡ୍ରିଗ୍ସ ୨୬ ରନ୍ କରି କିମିନ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଦୀପ୍ତି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ତାଙ୍କ ବେଦା କ୍ରିଷ୍ଣମୂର୍ତ୍ତି ଭଲ ସହଯୋଗ କରିଥିଲେ। ଦୀପ୍ତି ୪୬ ବଲରେ ୩ ଚୌକା ସହ ୪୯ ଓ ବେଦା ୯ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋନାସେନ୍ ୨ଟି, ଏଲିସ୍ ପେରୀ ଓ କିମିନ୍ସ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ।

୧୩୩ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ଆଲିସା ହିଲୀ ଓ ଆଶଲେ ଗାର୍ଡନରଙ୍କ ଛାଡ଼ି ଦେଲେ ଅନ୍ୟ ସବୁ ବ୍ୟାଟ୍ସଓମ୍ୟାନ୍ ଫେଲ୍ ମାରିଥିଲେ। ଆଲିସା ୩୫ ବଲରେ ୬ ଚୌକା ଓ ୧ ଛକା ସହ ସର୍ବାଧିକ ୫୧ ରନ୍ କରିଥିବା ବେଳେ ଗାର୍ଡନର୍ ୩୬ ବଲରେ ୩୪ (୩ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଦଳକୁ ଜିତାଇପାରିନଥିଲେ। ଅଷ୍ଟ୍ରେଲିଆ ବ୍ୟାଟିଂରେ ଅଙ୍କୁଶ ଲଗାଇଥିଲେ ପୁନମ। ପୁନମ୍ ହିଲୀଙ୍କ ବ୍ୟତୀତ ମିଡିଲ୍ ଅର୍ଡରରେ ରାଚେଲ୍ ହାନେସ୍ (୬), ପେରୀ (୦) ଓ ଜୋନାସେନ୍ (୨)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ସେହିପରି ଶିଖା ବେଥ୍ ମୁନୀ (୬), ଗାର୍ଡନର୍ ଓ ଆନାବେଲ୍ ସଦରଲ୍ୟାଣ୍ଡ୍ (୨)ଙ୍କ ମହତ୍ତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ୧୩୨/୪, ୨୦ ଓଭର: ଦୀପ୍ତି ଶର୍ମା ୪୯*, ଶେଫାଳି ବର୍ମା ୨୯, ଜେମିମା ରୋଡ୍ରିଗ୍ସ ୨୬, ବେଦା କ୍ରିଷ୍ଣମୂର୍ତ୍ତୀ ୯*, ଜେସ୍ ଜୋନାସେନ୍ ୨/୨୪।

ଅଷ୍ଟ୍ରେଲିଆ ୧୧୫, ୧୯.୫ ଓଭର: ଆଲିସା ହିଲୀ ୫୧, ଆଶଲେ ଗାର୍ଡନର୍ ୩୪, ପୁନମ ଯାଦବ ୪/୧୯, ଶିଖା ପାଣ୍ଡେ ୩/୧୪।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story