ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଲିଗ୍ ପର୍ଯ୍ୟାରେ ସବୁଯାକ ମ୍ୟାଚ୍ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିରେ ଇଂଲଣ୍ଡକୁ ଭେଟିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ। ପ୍ରଥମ ସେମି ମାର୍ଚ୍ଚ ୫ ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଏହି ଦିନ ସମାନ ଗ୍ରାଉଣ୍ଡରେ ଦ୍ୱିତୀୟ ସେମି ମଧ୍ୟ ଅନୁଷ୍ଠିତ ହେବ। ୨୦୧୮ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଭାରତର ସାମ୍ନା […]

india-women

india-women

Ranjit Kumar Jena
  • Published: Tuesday, 03 March 2020
  • Updated: 03 March 2020, 05:40 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଲିଗ୍ ପର୍ଯ୍ୟାରେ ସବୁଯାକ ମ୍ୟାଚ୍ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିରେ ଇଂଲଣ୍ଡକୁ ଭେଟିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ।

ପ୍ରଥମ ସେମି ମାର୍ଚ୍ଚ ୫ ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଏହି ଦିନ ସମାନ ଗ୍ରାଉଣ୍ଡରେ ଦ୍ୱିତୀୟ ସେମି ମଧ୍ୟ ଅନୁଷ୍ଠିତ ହେବ। ୨୦୧୮ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଭାରତର ସାମ୍ନା ଇଂଲଣ୍ଡ ସହ ହୋଇଥିଲା। ଏଥିରେ ଭାରତ ୮ ୱିକେଟରେ ପରାସ୍ତ ହୋଇ ଫାଇନାଲରୁ ବଞ୍ଚିତ ହୋଇଥିଲା।

ଚଳିତ ସଂସ୍କରଣରେ ଭାରତ ଗ୍ରୁପ୍‌-ଏ'ର ଶୀର୍ଷ ସ୍ଥାନରେ ରହି ସେମିରେ ସ୍ଥାନ କବଜା କରିଥିଲା। ସେହିପରି ଇଂଲଣ୍ଡ ଗ୍ରୁପ୍‌-ବି'ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଗ୍ରୁପ୍‌-ଏ'ରେ ଅଷ୍ଟ୍ରେଲିଆ ଏବଂ ଗ୍ରୁପ୍‌-ବି'ରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଥିଲା। ସୋମବାର ସେମିଫାଇନାଲିଷ୍ଟଙ୍କ ସ୍ଥାନ ଚୂଡ଼ାନ୍ତ ହୋଇଯାଇଥିଲା। କିନ୍ତୁ ଗ୍ରୁପ୍‌-ବି'ରେ କେଉଁ ଟିମ୍ ଶୀର୍ଷରେ ରହିବ, ଏହାର ନିଷ୍ପତ୍ତି ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ମୁକାବିଲାରେ ଧାର୍ଯ୍ୟ ହୋଇଥାନ୍ତା।

ଏହି ମ୍ୟାଚଟି ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା, ଯାହା ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହି ଗୋଟିଏ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ମୋଟ ୭ ପଏଣ୍ଟ ନେଇ ଗ୍ରୁପ୍‌-ବି'ରେ ଟପରେ ପହଞ୍ଚିଥିଲା। ଇଂଲଣ୍ଡର ୬ ପଏଣ୍ଟ ସହ ଦ୍ୱିତୀୟରେ ରହିଥିଲା। ଭାରତୀୟ ଟିମ୍ ଗ୍ରୁପ୍‌-ଏ'ରେ ସବୁଯାକ ମ୍ୟାଚ୍ ଜିତି ମୋଟ ୮ ପଏଣ୍ଟ ସହ ସେମିରେ ପ୍ରବେଶ କରିଥିଲା। ଅଷ୍ଟ୍ରେଲିଆ ତିନୋଟି ବିଜୟ ସହ ୬ ପଏଣ୍ଟ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story