ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: କ୍ୱାର୍ଟରରେ ମଞ୍ଜୁ ରାନୀ

ଉଲାନ୍‌-ଉଦେ (ରୁଷ୍‌): ଭାରତର ଡେବ୍ୟୁଟାଣ୍ଟ ବକ୍ସର ମଞ୍ଜୁ ରାନୀ (୪୮ କେଜି) ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ପ୍ରି-କ୍ୱାର୍ଟର୍ ଫାଇନାଲରେ ମଞ୍ଜୁ ଭେନେଜୁଏଲାର ରୋଜାସ୍ ତାୟୋନିସ୍ କେଡେନୋଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ଏହି ଭାରତୀୟ ବକ୍ସରଙ୍କ ସାମ୍ନା ଦକ୍ଷିଣ କୋରିଆର କିମ୍ ହ୍ୟାଙ୍ଗ୍ ମି’ଙ୍କୁ ଭେଟିବେ। ଏହି ମୁକାବିଲା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ। ମଞ୍ଜୁ ଯଦି ଏହି ମ୍ୟାଚ୍ ଜିତିବାରେ ସଫଳ ହୁଅନ୍ତି, […]

boxing

boxing

Ranjit Kumar Jena
  • Published: Monday, 07 October 2019
  • Updated: 07 October 2019, 06:50 PM IST

Sports

Latest News

ଉଲାନ୍‌-ଉଦେ (ରୁଷ୍‌): ଭାରତର ଡେବ୍ୟୁଟାଣ୍ଟ ବକ୍ସର ମଞ୍ଜୁ ରାନୀ (୪୮ କେଜି) ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ପ୍ରି-କ୍ୱାର୍ଟର୍ ଫାଇନାଲରେ ମଞ୍ଜୁ ଭେନେଜୁଏଲାର ରୋଜାସ୍ ତାୟୋନିସ୍ କେଡେନୋଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ଏହି ଭାରତୀୟ ବକ୍ସରଙ୍କ ସାମ୍ନା ଦକ୍ଷିଣ କୋରିଆର କିମ୍ ହ୍ୟାଙ୍ଗ୍ ମି'ଙ୍କୁ ଭେଟିବେ। ଏହି ମୁକାବିଲା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ। ମଞ୍ଜୁ ଯଦି ଏହି ମ୍ୟାଚ୍ ଜିତିବାରେ ସଫଳ ହୁଅନ୍ତି, ତାହେଲେ ସେ ଭାରତ ପାଇଁ ଅତିକମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିବେ।

ଆଜି ମୁକାବିଲାରେ ରାନୀ ଓ କେଡେନୋ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲେ। କିନ୍ତୁ ପରେ ରାନୀ ରଣନୀତିରେ ପରିବର୍ତ୍ତନ କରି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆକ୍ରମଣ କରିଥିଲେ। ରାନୀ ଚଳିତ ବର୍ଷ ବୁଲଗେରିଆରେ ଆୟୋଜିତ ସମ୍ମାନଜନକ ଷ୍ଟ୍ରାଞ୍ଜା ମେମୋରିଆଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ସେହିପରି ଆଜି ଭାରତର ଅନ୍ୟତମ ମହିଳା ବକ୍ସର ମଞ୍ଜୁ ବୋମ୍ବାରିୟା (୬୪ କେଜି) ପ୍ରି-କ୍ୱାର୍ଟର ଫାଇନାଲରେ ଇଟାଲୀର ଆଞ୍ଜେଲା କାରିନୀଙ୍କଠାରୁ ହାରି ବିଦାୟ ନେଇଛନ୍ତି।

ଭାରତର ଏକ ନମ୍ବର ମହିଳା ବକ୍ସର ଏବଂ ୬ଥରର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀକମ୍ (୫୧ କେଜି) ମଙ୍ଗଳବାର ନିଜର ଅଭିଯାନ ଆରମ୍ଭ କରିବେ। ସେ ରାଉଣ୍ଡ-୧୬ରେ ଥାଇଲ୍ୟାଣ୍ଡର ଜୁତାମାସ ଜିତପଙ୍ଗଙ୍କୁ ଭେଟିବେ। ତୃତୀୟ ସିଡ୍ ଭାରତୀୟ ବକ୍ସର ପ୍ରଥମ ରାଉଣ୍ଡରେ ବାଏ ପାଇଥିଲେ। ୭୫ କେଜି ବର୍ଗରେ ପୂର୍ବତନ ରୌପ୍ୟ ପଦକ ବିଜେତା ସୁଇଟି ବୁରା ପ୍ରି-କ୍ୱାର୍ଟରରେ ଦ୍ୱିତୀୟ ସିଡ୍ ୱେଲ୍ସ ବକ୍ସର ଲରେନ୍ ପ୍ରାଇସଙ୍କୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos