ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: କ୍ୱାର୍ଟରରୁ ସିନ୍ଧୁ ବିଦା, ହ୍ୟାଟ୍ରିକ୍ ସ୍ୱପ୍ନ ଧୂଳିସାତ୍

ଜାକାର୍ତା: ଜାପାନର ଜାକାର୍ତାଠାରେ ଚାଲିଥିବା ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି ଭାରତୀୟ ତାରକା ପି.ଭି ସିନ୍ଧୁ। ଏହା ସହିତ ଏହି ଚାମ୍ପିଅନସିପରେ ତାଙ୍କର ହ୍ୟାଟ୍ରିକ୍ ପଦକ ପାଇବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ଗୁରୁବାର ପ୍ରି-କ୍ୱାର୍ଟର ମ୍ୟାଚରେ ସିନ୍ଧୁ ବିଶ୍ୱର ତିନି ନମ୍ବର ଲି ଝୁରୈଙ୍କୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ତେବେ ଆଜି କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ଆଠ ନମ୍ବର ମାନ୍ୟତାପ୍ରାପ୍ତ ତଥା ଦକ୍ଷିଣ କୋରିଆର ସୁଙ୍ଗ ଜି ହ୍ୟୁନଙ୍କଠାରୁ […]

sindhu.p.v

sindhu.p.v

Rakesh Mallick
  • Published: Friday, 14 August 2015
  • Updated: 14 August 2015, 04:39 PM IST

Sports

Latest News

ଜାକାର୍ତା: ଜାପାନର ଜାକାର୍ତାଠାରେ ଚାଲିଥିବା ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି ଭାରତୀୟ ତାରକା ପି.ଭି ସିନ୍ଧୁ। ଏହା ସହିତ ଏହି ଚାମ୍ପିଅନସିପରେ ତାଙ୍କର ହ୍ୟାଟ୍ରିକ୍ ପଦକ ପାଇବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ଗୁରୁବାର ପ୍ରି-କ୍ୱାର୍ଟର ମ୍ୟାଚରେ ସିନ୍ଧୁ ବିଶ୍ୱର ତିନି ନମ୍ବର ଲି ଝୁରୈଙ୍କୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ତେବେ ଆଜି କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ଆଠ ନମ୍ବର ମାନ୍ୟତାପ୍ରାପ୍ତ ତଥା ଦକ୍ଷିଣ କୋରିଆର ସୁଙ୍ଗ ଜି ହ୍ୟୁନଙ୍କଠାରୁ ୧୭-୨୧, ୨୧-୧୯ ଓ ୧୬-୨୧ରେ ହାରି ଯାଇଥିଲେ।

୨୦୧୩ ଓ ୨୦୧୪ରେ ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ବ୍ରୋଞ୍ଜ୍ ପଦକ ଜିତିଥିଲେ ପି.ଭି ସିନ୍ଧୁ।

ସେହିପରି ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରୁ ବିଦା ହୋଇଛନ୍ତି ଭାରତୀୟ ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନାପ୍ପା। ଏହି ଯୋଡ଼ି ଜାପାନର ନାଓକୋ ଫୁକୁମାନ୍ ଓ କୁରୁମି ୟୋନାଓଙ୍କ ଠାରୁ ୨୩-୨୫ ଓ ୧୪-୨୧ରେ ହାରି ଚାମ୍ପିଅନସିପରୁ ବିଦା ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos