ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: ଇତିହାସ ରଚିଲେ ଅମିତ୍ ପଙ୍ଘାଲ୍

ଏକାଟେରିନାବର୍ଗ (ରୁଷ୍): ଏସିଆନ୍ ଚାମ୍ପିୟନ୍ ଅମିତ୍ ପଙ୍ଘାଲ (୫୨ କେଜି) ଶୁକ୍ରବାର ଏଠାରେ ଅନ୍ତିମ-୪ ମୁକାବିଲାରେ କଜାଖସ୍ତାନର ସାକେନ୍ ବିବୋସିନୋଭଙ୍କୁ ହରାଇ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଛନ୍ତି। ଅମିତ୍ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରି ଇତିହାସ ରଚିଛନ୍ତି। ତେବେ ଭାରତର ଅନ୍ୟତମ ବକ୍ସର ମନିଷ କୌଶିକ୍ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଦ୍ୱିତୀୟ ସିଡ୍ ପଙ୍ଘାଲ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମୁକାବିଲାରେ ୩-୨ରେ ବିଜୟ […]

AMIT

Ranjit Kumar Jena
  • Published: Friday, 20 September 2019
  • , Updated: 20 September 2019, 06:02 PM IST

ଏକାଟେରିନାବର୍ଗ (ରୁଷ୍): ଏସିଆନ୍ ଚାମ୍ପିୟନ୍ ଅମିତ୍ ପଙ୍ଘାଲ (୫୨ କେଜି) ଶୁକ୍ରବାର ଏଠାରେ ଅନ୍ତିମ-୪ ମୁକାବିଲାରେ କଜାଖସ୍ତାନର ସାକେନ୍ ବିବୋସିନୋଭଙ୍କୁ ହରାଇ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଛନ୍ତି। ଅମିତ୍ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରି ଇତିହାସ ରଚିଛନ୍ତି।

ତେବେ ଭାରତର ଅନ୍ୟତମ ବକ୍ସର ମନିଷ କୌଶିକ୍ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଦ୍ୱିତୀୟ ସିଡ୍ ପଙ୍ଘାଲ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମୁକାବିଲାରେ ୩-୨ରେ ବିଜୟ ହାସଲ କରିଥିଲେ। ଏବେ ଫାଇନାଲରେ ତାଙ୍କ ସାମ୍ନା ଉଜବେକିସ୍ତାନର ଶାଖୋବିଦିନ୍ ଜୋଇରୋଭଙ୍କ ସହ ହେବ। ଜୋଇରୋଭ ସେମିଫାଇନାଲରେ ଫ୍ରାନ୍ସର ବିଲାଲ ବେନ୍ନାମାଙ୍କୁ ପରାସ୍ତ କରିଥିଲେ।

ଫାଇନାଲରେ ସ୍ଥାନ ପକ୍କା କରିବା ପରେ ପଙ୍ଘାଲ କହିଥିଲେ, ସେମିଫାଇନାଲ୍ ମୁକାବିଲା ବହୁତ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ ଶେଷରେ ବିଜୟୀ ହୋଇଥିବାରୁ ମୁଁ ବହୁତ ଖୁସି। ଏହାଛଡ଼ା ପ୍ରଥମ ଭାରତୀୟ ବକ୍ସର ଭାବେ ଏହି ଉପଲବ୍ଧି ଅର୍ଜନ କରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି। ଏବେ ମୁଁ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବି। ଦେଶକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେବା ପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ଅମିତ୍ କହିଛନ୍ତି।

ଏହା ପୂର୍ବରୁ ୱାର୍ଲ୍ଡ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ କୌଣସି ଭାରତୀୟ ବକ୍ସର ଗୋଟିଏ ବ୍ରୋଞ୍ଜ ପଦକରୁ ଅଧିକ ଜିତିପାରିନଥିଲେ। କିନ୍ତୁ ପଙ୍ଘାଲ ଓ କୌଶିକ୍ ଚଳିତ ଚାମ୍ପିୟନଶିପର ସେମିଫାଇନାଲରେ ପହଞ୍ଚି ସବୁକିଛି ବଦଳାଇ ଦେଇଛନ୍ତି। ପୂର୍ବରୁ ବିଜେନ୍ଦର ସିଂହ (୨୦୦୯), ବିକାଶ କ୍ରିଷନ୍ (୨୦୧୧), ଶିବ ଥାପା (୨୦୧୫) ଏବଂ ଗୌରବ ବିଧୁରୀ (୨୦୧୭) ୱାର୍ଲ୍ଡ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ।

ପଙ୍ଘାଲ ୨୦୧୭ରେ ଏସିଆନ୍ ଚାମ୍ପିୟନଶିପରେ ୪୯କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହି ବର୍ଷ ସେ ୱାର୍ଲ୍ଡ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ ଏବଂ ପରେ ସେ ବୁଲଗେରିଆର ସମ୍ମାନଜନକ ଷ୍ଟ୍ରାଞ୍ଜା ମେମୋରିଆଲରେ ଲଗାତାର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ରେ ସେ ପୁଣି ଏସିଆନ୍ ଗେମ୍ସ ଚାମ୍ପିୟନ୍ ହୋଇଥିଲେ। ସେହିବର୍ଷ ପଙ୍ଘାଲ ଏସିଆନ୍ ଚାମ୍ପିୟନଶିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ ଏବଂ ଅଲିମ୍ପିକ୍ ବର୍ଗରୁ ୪୯ କେଜି ହଟିବା ପରେ ସେ ୫୨ କେଜିରେ ଭାଗ ନେବା ପାଇଁ ସ୍ଥିର କରିଥିଲେ।

ସେହିପରି ଅନ୍ୟଏକ ସେମିଫାଇନାଲରେ ଭାରତର ମନିଷ କୌଶିକ କ୍ୟୁବାର ଆଣ୍ଡି ଗୋମେଜ୍ କ୍ରୁଜଙ୍କଠାରୁ ୦-୫ ପଏଣ୍ଟରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ବ୍ରୋଞ୍ଜ ପଦକ ଜିତିବା ନେଇ କୌଶିକ୍ କହିଛନ୍ତି, ମୁଁ ମୋର ଯଥାସମ୍ଭବ ପ୍ରୟାସ କରିଥିଲି। କିନ୍ତୁ ମୋ ଗେମରେ କିଛି ଅଭାବ ରହିଛି, ଯାହାର ସୁଧାର କରିବାକୁ ଚାହୁଁଛି। ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟରେ ମୁଁ ଏହାଠାରୁ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିବି ବୋଲି କୌଶିକ୍ କହିଛନ୍ତି।

Related story