ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: କ୍ୱାର୍ଟରରେ ପଙ୍ଘାଲ ଓ କୌଶିକ୍

ଏକଟେରିନାବର୍ଗ (ରୁଷ୍): ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ବକ୍ସର୍ ଅମିତ୍ ପଙ୍ଘାଲ୍ (୫୨ କେଜି) ପ୍ରଥମ ୱାର୍ଲ୍ଡ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍ ପଙ୍ଘାଲ୍ ପ୍ରି-କ୍ୱାର୍ଟରଫାଇନାଲ୍ ମୁକାବିଲାରେ ତୁର୍କୀର ବାତୁହାନ୍ ସିଫକିଙ୍କୁ ୫-୦ରେ ପରାସ୍ତ କରିଛନ୍ତି। କ୍ୱାର୍ଟରଫାଇନାଲରେ ପଙ୍ଘାଲଙ୍କ ସାମ୍ନା ଫିଲିପାଇନ୍ସର କାର୍ଲୋ ପାଲାମଙ୍କ ସହ ହେବ, ଯିଏ ଗତବର୍ଷ ଏସିଆନ୍ ଗେମ୍ସର ଫାଇନାଲରେ ପଙ୍ଘାଲଙ୍କଠାରୁ ହାରିଯାଇଥିଲେ। ପାଲାମ ନିଜର ପ୍ରି-କ୍ୱାର୍ଟରଫାଇନାଲ୍ ମୁକାବିଲାରେ କୋରିଆର ଜୋ ଶେହିୟଙ୍ଗଙ୍କୁ ପରାସ୍ତ କରିଛନ୍ତି। ବୁଲଗେରିଆରେ […]

boxking

Ranjit Kumar Jena
  • Published: Tuesday, 17 September 2019
  • , Updated: 17 September 2019, 06:37 PM IST

ଏକଟେରିନାବର୍ଗ (ରୁଷ୍): ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ବକ୍ସର୍ ଅମିତ୍ ପଙ୍ଘାଲ୍ (୫୨ କେଜି) ପ୍ରଥମ ୱାର୍ଲ୍ଡ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍ ପଙ୍ଘାଲ୍ ପ୍ରି-କ୍ୱାର୍ଟରଫାଇନାଲ୍ ମୁକାବିଲାରେ ତୁର୍କୀର ବାତୁହାନ୍ ସିଫକିଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

କ୍ୱାର୍ଟରଫାଇନାଲରେ ପଙ୍ଘାଲଙ୍କ ସାମ୍ନା ଫିଲିପାଇନ୍ସର କାର୍ଲୋ ପାଲାମଙ୍କ ସହ ହେବ, ଯିଏ ଗତବର୍ଷ ଏସିଆନ୍ ଗେମ୍ସର ଫାଇନାଲରେ ପଙ୍ଘାଲଙ୍କଠାରୁ ହାରିଯାଇଥିଲେ। ପାଲାମ ନିଜର ପ୍ରି-କ୍ୱାର୍ଟରଫାଇନାଲ୍ ମୁକାବିଲାରେ କୋରିଆର ଜୋ ଶେହିୟଙ୍ଗଙ୍କୁ ପରାସ୍ତ କରିଛନ୍ତି। ବୁଲଗେରିଆରେ ଷ୍ଟ୍ରାଞ୍ଜା ମେମୋରିଆଲ୍ ଟୁର୍ଣ୍ଣାମେଣ୍ଟରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଥିବା ପଙ୍ଘାଲ ୨୦୧୭ ୱାର୍ଲ୍ଡ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ହାରିଯାଇଥିଲେ।

ସେହିପରି ଭାରତର ଅନ୍ୟତମ ଷ୍ଟାର୍ ବକ୍ସର ମନିଷ କୌଶିକ୍ ମଧ୍ୟ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ସେ ପ୍ରି-କ୍ୱାର୍ଟରରେ ମଙ୍ଗୋଲିଆର ଚିନଜୋରିଗ୍ ବାତାରସୁଖଙ୍କୁ ଏକତରଫା ଭାବେ ୫-୦ ପଏଣ୍ଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ହାସଲ କରିଛନ୍ତି।

Related story