ଡବଲ୍ ଖୁସି ନେଇ ଫେରିଲେ ପ୍ରମୋଦ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଆୟୋଜିତ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତ ଆଜି ଭୁବନେଶ୍ୱର ଫେରିଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରମୋଦ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଏହା ପରେ ସମର୍ଥକମାନେ ତାଙ୍କୁ ଏକ ଖୋଲା ଜିପ୍ ଦ୍ୱାରା ରାଜଧାନୀରେ ଭ୍ରମଣ କରାଇଥିଲେ। ଏଠାରେ ପହଞ୍ଚିବା ପରେ ଏଭଳି […]

pramod

pramod

Ranjit Kumar Jena
  • Published: Saturday, 31 August 2019
  • Updated: 31 August 2019, 08:16 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଆୟୋଜିତ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତ ଆଜି ଭୁବନେଶ୍ୱର ଫେରିଛନ୍ତି।

ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରମୋଦ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଏହା ପରେ ସମର୍ଥକମାନେ ତାଙ୍କୁ ଏକ ଖୋଲା ଜିପ୍ ଦ୍ୱାରା ରାଜଧାନୀରେ ଭ୍ରମଣ କରାଇଥିଲେ। ଏଠାରେ ପହଞ୍ଚିବା ପରେ ଏଭଳି ଅଭୁତପୂର୍ବ ସ୍ୱାଗତ କରାଯିବା ନେଇ ପ୍ରମୋଦ ଆଦୌ ଆଶା କରିନଥିଲେ। ପ୍ରମୋଦ ଏହା ପରେ ରାଜ୍ୟ ଭିନ୍ନକ୍ଷମ କାର୍ଯ୍ୟାଳୟକୁ ଯାଇଥିଲେ, ଯେଉଁଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ୱାର୍ଲ୍ଡ ପାରା ଚାମ୍ପିୟନଶିପରେ ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବିଥେଲଙ୍କୁ ହରାଇଥିବା ବେଳେ ଡବଲ୍ସ ଫାଇନାଲରେ ମନୋଜ ସରକାରଙ୍କ ସହ ମିଶି ନିଜ ଦେଶର ତରୁନ୍ ଓ ନିତେଶ କୁମାରଙ୍କୁ ହରାଇ ଏହି ସଫଳତା ହାସଲ କରିଥିଲେ।

ସେଠାରୁ ଫେରିବା ପରେ ତାଙ୍କୁ ଦିଲ୍ଲୀରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ୩୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେହିପରି ଗତ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story