ନ୍ୟୁଜିଲ୍ୟାଣ୍ଡକୁ ହାଲକାରେ ନେବନି ଟିମ୍ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ମ୍ୟାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ପରସ୍ପରକୁ ଭେଟିବାକୁ ପ୍ରସ୍ତୁତ। ଏହି ମ୍ୟାଚରେ ଭାରତର ପଲା ଭାରୀ ରହିଛି, କିନ୍ତୁ କିୱି ଟିମକୁ ହାଲକା ନେବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିପାରେ। ଦୁଇ ଟିମ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କିଛି ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ସେହିପରି କିଛି ଏଭଳି ଦୁର୍ବଳତା ମଧ୍ୟ ଉଜାଗର ହୋଇଛି, ଯାହା ସେମାନଙ୍କ ଟାଇଟଲ୍ ଜିତିବାର ସ୍ୱପ୍ନକୁ ଚୁରମାର୍ କରିପାରେ। ଆସନ୍ତୁ ଦୁଇ […]

ind vs nz

ind vs nz

Hemant Lenka
  • Published: Monday, 08 July 2019
  • Updated: 08 July 2019, 05:08 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ମ୍ୟାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ପରସ୍ପରକୁ ଭେଟିବାକୁ ପ୍ରସ୍ତୁତ। ଏହି ମ୍ୟାଚରେ ଭାରତର ପଲା ଭାରୀ ରହିଛି, କିନ୍ତୁ କିୱି ଟିମକୁ ହାଲକା ନେବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିପାରେ। ଦୁଇ ଟିମ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କିଛି ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ସେହିପରି କିଛି ଏଭଳି ଦୁର୍ବଳତା ମଧ୍ୟ ଉଜାଗର ହୋଇଛି, ଯାହା ସେମାନଙ୍କ ଟାଇଟଲ୍ ଜିତିବାର ସ୍ୱପ୍ନକୁ ଚୁରମାର୍ କରିପାରେ। ଆସନ୍ତୁ ଦୁଇ ଟିମର ମୁଖ୍ୟ ଶକ୍ତି ଓ ଦୁର୍ବଳତା ଉପରେ ନଜର ପକାଇବା।

ଭାରତୀୟ ଟିମ୍
ଦମଦାର ଟପ୍ ଅର୍ଡର୍: ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ସବୁଠାରୁ ମଜଭୁତ୍ ପକ୍ଷ ହେଉଛି ରୋହିତ୍ ଶର୍ମାଙ୍କ ରେକର୍ଡ ବ୍ରେକିଂ ବ୍ୟାଟିଂ। ହିଟମ୍ୟାନ୍ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୬୪୭ ରନ୍ କରି ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ଅଛନ୍ତି। ଅଧିନାୟକ ବିରାଟ୍ କୋହଲି ଏପର୍ଯ୍ୟନ୍ତ ଶତକ ମାରିଥିଲେ ହେଁ, ସେ ଲଗାତାର ଭଲ ବ୍ୟାଟିଂ କରୁଛନ୍ତି । ବିରାଟ୍ ୫ ଅର୍ଦ୍ଧଶତକ ସହ ୪୪୨ ରନ୍ କରିସାରିଛନ୍ତି। ଶିଖର ଧୱନଙ୍କ ସ୍ଥାନ ନେଇଥିବା ଲୋକେଶ ରାହୁଲ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସହ ୩୬୦ ରନ୍ କରି ଓପନିଂ ଚିନ୍ତା ଦୂର କରିଦେଇଛନ୍ତି। ଭାରତର ଟପ୍ ଅର୍ଡରର ଏହି ତିନି ବ୍ୟାଟ୍ସମ୍ୟାନଙ୍କ ଫର୍ମରେ ରହିବା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ। କିୱି ବୋଲର ଯଦି ଏହି ତିନି ବ୍ୟାଟ୍ସମ୍ୟାନଙ୍କ ଉପରେ ଲଗାମ ଲଗାଇ ନପାରନ୍ତି, ତାହେଲେ ଟିମ୍ ଇଣ୍ଡିଆ ପୁଣିଥରେ ଅପରାଜେୟ ପ୍ରମାଣିତ ହେବ।

ଜୋଶରେ ପେସର୍: ଯଶପ୍ରୀତ ବୁମ୍ରା (୮ ମ୍ୟାଚ୍, ୧୭ ୱିକେଟ୍) ସର୍ବୋପରି ଭାରତର ଟ୍ରମ୍ପକାର୍ଡ ସାବ୍ୟସ୍ତ ହେଉଛନ୍ତି ଏବଂ ଡେଥ୍ ଓଭରରେ ତାଙ୍କର ସଠିକ୍ ବୋଲିଂ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇଛି। ମହମ୍ମଦ ଶାମି (୪ ମ୍ୟାଚ୍, ୧୪ ୱିକେଟ୍) ବିଳମ୍ବରେ ଆସିଥିଲେ, କିନ୍ତୁ ଆଫଗାନିସ୍ତାନ ବିପକ୍ଷ ହ୍ୟାଟ୍ରିକ୍ ନେଇ ଜୋରଦାର ଏଣ୍ଟ୍ରି କରିଛନ୍ତି ଏବଂ ଏହା ପରେ ସେ ପ୍ରତି ମ୍ୟାଚରେ ୱିକେଟ୍ ନେଇଛନ୍ତି । ତେବେ ଭୁବନେଶ୍ୱର କୁମାର ୫ ମ୍ୟାଚରୁ ମାତ୍ର ୭ ୱିକେଟ୍ ନେଇଛନ୍ତି ସତ, କିନ୍ତୁ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇଛନ୍ତି। ଟିମ୍ ମ୍ୟାନେଜମେଣ୍ଟ କିୱି ଟିମ୍ ବିପକ୍ଷରେ ଶାମି କିମ୍ବା ଭୁବନେଶ୍ୱର କୁମାରଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା କଣ୍ଡିସନକୁ ନଜରରେ ରଖି ଦୁହିଁଙ୍କୁ ସୁଯୋଗ ମିଳିପାରେ।

ପ୍ରଭାବଶାଳୀ ଚହଲ୍: ଭାରତ ପାଖରେ ୟୁଜବେନ୍ଦ୍ର ଚହଲଙ୍କ ଭଳି ଏମିତି ଜଣେ ସ୍ପିନର୍ ଅଛି, ଯିଏ ନିର୍ଣ୍ଣାୟକ ସମୟରେ ୱିକେଟ୍ ନେଇ ସେଟ୍ ଯୋଡ଼ିକୁ ଭାଙ୍ଗିବାରେ ମାହିର୍। ସେ ୭ଟି ମ୍ୟାଚରେ ୩୪.୪୫ ହାରରେ ୧୧ ୱିକେଟ୍ ନେଇଛନ୍ତି।

ଫିଲ୍ଡିଂରେ ଏନର୍ଜି: ଟିମ୍ ଇଣ୍ଡିଆ ନିଜ ଉପରେ ଲାଗିଥିବା ଦୁର୍ବଳ ଫିଲ୍ଡିଂ ସାଇଡ୍ ଟ୍ୟାଗକୁ ହଟାଇ ଦେଇଛି ଏବଂ ବର୍ତ୍ତମାନ ଖେଳାଳିମାନେ ନିଜ ନିଜର ଆଥଲେଟିଜମର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଫିଲ୍ଡରମାନେ ପ୍ରତିପକ୍ଷ ଚମତ୍କାର ଫିଲ୍ଡିଂ କରିଛନ୍ତି। ଏହି କାରଣରୁ ଭାରତୀୟ ଫିଲ୍ଡରଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି।

ଦୁର୍ବଳ ମିଡିଲ୍ ଅର୍ଡର୍ ଚିନ୍ତାର ବିଷୟ: ମିଡିଲ୍ ଅର୍ଡର୍ ହିଁ ଭାରତର ମୁଖ୍ୟ ସମସ୍ୟା। ରୋହିତ୍, ରାହୁଲ ଓ ବିରାଟ ଯଦି କ୍ଲିନ୍ ନକରନ୍ତି, ତାହେଲେ ମଧ୍ୟକ୍ରମ ଉପରେ ଭରସା କରି ହେବନି। ମିଡିଲ୍ ଅର୍ଡରରେ ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର ଏବଂ ରିଷଭ ପନ୍ତ ଖେଳିସାରିଛନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ କେହିବି ଗୋଟିଏ ମ୍ୟାଚରେ ଶତପ୍ରତିଶତ ପ୍ରଦର୍ଶନ ଦେଇନାହାନ୍ତି। ଖୋଦ୍ ମାହି ନିଜର ସ୍ଲୋ ଷ୍ଟ୍ରାଇକରେଟ୍ ପାଇଁ ସମାଲୋଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସ୍ଲଗ୍ ଓଭର ଗୁଡ଼ିକରେ ଟିମର ଏହି ଦୁର୍ବଳତା ଦେଖିବାକୁ ମିଳିଥିଲା।

ପଞ୍ଚମ ବୋଲରଙ୍କ ଚ୍ୟାଲେଞ୍ଜ: ଟିମକୁ ପଞ୍ଚମ ବୋଲରଙ୍କ ୧୦ ଓଭର କୋଟାକୁ ନେଇ ବେଶ୍ ସମସ୍ୟା ଦେଖା ଦେଇଛି। ପଞ୍ଚମ ବୋଲର ଭାବେ ହାର୍ଦ୍ଦିକଙ୍କୁ ସବୁ ମ୍ୟାଚରେ ପୂରା ୧୦ ଓଭର ବୋଲିଂ କରିବାକୁ ଦିଆଯାଇଛି ଏବଂ ସେ ଏପର୍ଯ୍ୟନ୍ତ ୯ ୱିକେଟ୍ ନେଇଛନ୍ତି। କିନ୍ତୁ କିଛି ମ୍ୟାଚରେ ଦେଖିବାକୁ ମିଳିଛି ଯେ, ସେ ମିଡିଲ୍ ଓଭରରେ ଭଲ ବୋଲିଂ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ଟିମ୍
ଉନ୍ନତ ପେସ୍ ଆକ୍ରମଣ: ଲକି ଫର୍ଗୁସନ୍ (୭ ମ୍ୟାଚ୍, ୧୭ ୱିକେଟ୍), ଟ୍ରେଣ୍ଟ୍ ବୋଲ୍ଡ (୮ମ୍ୟାଚ୍, ୧୫ ୱିକେଟ୍) ଓ ଜେମ୍ସ ନିଶାମ୍ (୮ ମ୍ୟାଚ୍, ୧୧ ୱିକେଟ୍)ଙ୍କ ଭଳି ପେସ୍ ଆଟାକ୍ କିୱି ଟିମ୍ ପାଖରେ ଅଛନ୍ତି, ଯେଉଁମାନଙ୍କଠାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ଇଂଲିଶ୍ କଣ୍ଡିସନରେ ଏମାନଙ୍କ ସ୍ପିଡ୍ ଓ ସୁଇଂ ଲିଗ୍ ମ୍ୟାଚରେ ଦେଖିବାକୁ ମିଳିଛି।

ୱିଲିୟମସନଙ୍କ ନେତୃତ୍ୱ: କେନ୍ ୱିଲିୟମସନ୍ ନିଜର ନେତୃତ୍ୱ ଓ ବ୍ୟକ୍ତିଗତ ପ୍ରଦର୍ଶନ ଦ୍ୱାରା ପ୍ରତିଥର ଭଳି ଚଳିତ ବିଶ୍ୱକପରେ ମଧ୍ୟ ପୂରା ଟିମର ମନୋବଳକୁ ଶୀର୍ଷରେ ରଖିଛନ୍ତି। ସେ କିୱି ଟିମ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ସଫଳ ବ୍ୟାଟ୍ସମ୍ୟାନ୍, ଯିଏ ଦୁଇ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୯୬.୨୦ ହାରରେ ୪୮୧ ରନ୍ କରିଛନ୍ତି। କେନଙ୍କ କାନ୍ଧରେ ଏବେ ପୁଣିଥରେ ବ୍ୟାଟିଂର ବଡ଼ ଦାୟିତ୍ୱ ରହିବ।

ଅଲରାଉଣ୍ଡର ମୁଖ୍ୟ ଶକ୍ତି: କିୱି ଟିମ୍ ପାଖରେ ଉନ୍ନତ ଅଲରାଉଣ୍ଡର ଅଛନ୍ତି, ଯଦ୍ଦ୍ୱାରା ସେମାନଙ୍କ ବ୍ୟାଟିଂରେ ଗଭୀରତା ବଢ଼ିଛି ଏବଂ ବୋଲିଂରେ ଅଧିକ ବିକଳ୍ପ ମଧ୍ୟ ମିଳିଛି। ଜେମ୍ସ ନିଶାମ, କଲିନ୍ ଡି'ଗ୍ରାଣ୍ଡହୋମ୍ ଏବଂ ମିଚେଲ୍ ସାଣ୍ଟନରଙ୍କ ଭଳି ଅଲରାଉଣ୍ଡର ଭାରତ ବିପକ୍ଷରେ ପ୍ରମୁଖ ଅସ୍ତ୍ର ହୋଇପାରନ୍ତି।

ବ୍ୟାଟିଂ ମୁଖ୍ୟ ଦୁର୍ବଳତା: ୱିଲିୟମସନଙ୍କୁ ଛାଡ଼ି ଦେଲେ ପୂରା ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଚମକ ଦେଖାଇ ନାହାନ୍ତି। ଅଭିଜ୍ଞ ରସ୍ ଟେଲର (୮ ମ୍ୟାଚ୍, ୨୬୧ ରନ୍)ଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ପ୍ରାୟତଃ ଚୁପ୍ ରହିଛି। କାଗଜରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପରାକ୍ରମ ଆଗରେ କିୱି ଟିମ୍ ତିଷ୍ଠୁ ନାହିଁ। ରୋହିତ୍, ବିରାଟ୍, ରାହୁଲ ଓ ଧୋନିଙ୍କ ସମ୍ମିଳିତ ରେକର୍ଡ ଆଗରେ କିୱି ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ବହୁତ ଦୁର୍ବଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story