ଟିମ୍ ଇଣ୍ଡିଆକୁ ଚିୟର୍ କଲେ ଜର୍ମାନୀର ଏହି ଷ୍ଟାର୍ ଫୁଟବଲର୍

ଲଣ୍ଡନ: ବିଶ୍ୱକପରେ ଭାଗ ନେଉଥିବା ୧୦ଟି ଯାକ ଟିମ୍ ମଧ୍ୟରୁ ୯ ଟିମ୍ ସେମାନଙ୍କର ଅଭିଯାନ ଆରମ୍ଭ କରିସାରିଛନ୍ତି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିନାହିଁ। କିନ୍ତୁ ଏହା ପୂର୍ବରୁ ଭାରତୀୟ ଟିମକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବିଶେଷକରି ଟିମ୍ ଇଣ୍ଡିଆକୁ ଫୁବଟଲ ଜଗତରୁ ଅଧିକ ସମର୍ଥନ ମିଳୁଛି। ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ଜର୍ମାନୀର ବିଶ୍ୱକପ୍ ବିଜେତା ଫୁଟବଲ୍ ଟିମର ଷ୍ଟାର୍ ଷ୍ଟ୍ରାଇକର୍ ଥୋମାସ ମୁଲର୍। ମୁଲର […]

muller

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 05:39 PM IST

ଲଣ୍ଡନ: ବିଶ୍ୱକପରେ ଭାଗ ନେଉଥିବା ୧୦ଟି ଯାକ ଟିମ୍ ମଧ୍ୟରୁ ୯ ଟିମ୍ ସେମାନଙ୍କର ଅଭିଯାନ ଆରମ୍ଭ କରିସାରିଛନ୍ତି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ତା'ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିନାହିଁ। କିନ୍ତୁ ଏହା ପୂର୍ବରୁ ଭାରତୀୟ ଟିମକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ବିଶେଷକରି ଟିମ୍ ଇଣ୍ଡିଆକୁ ଫୁବଟଲ ଜଗତରୁ ଅଧିକ ସମର୍ଥନ ମିଳୁଛି। ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ଜର୍ମାନୀର ବିଶ୍ୱକପ୍ ବିଜେତା ଫୁଟବଲ୍ ଟିମର ଷ୍ଟାର୍ ଷ୍ଟ୍ରାଇକର୍ ଥୋମାସ ମୁଲର୍। ମୁଲର ଆଇସିସି ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମକୁ ସମର୍ଥନ କରିଛନ୍ତି।

ମୁଲର୍ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଭାରତୀୟ କ୍ରିକେଟ୍ ଟିମର ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଛି। ମୁଲର୍ ଟ୍ୱିଟରରେ ଲେଖିଛନ୍ତି, "୨୦୧୯ ବିଶ୍ୱକପରେ ଭାଗ ନେଉଥିବା ସବୁ ଟିମକୁ ମୁଁ ଶୁଭକାମନା ଜଣାଉଛି। ବିଶେଷକରି ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କ ପାଇଁ ପ୍ରାର୍ଥନା କରୁଛି। ବିରାଟ ଜର୍ମାନୀ ଫୁଟବଲ ଟିମର ବଡ଼ ପ୍ରଶଂସକ ଏବଂ ପୂର୍ବରୁ ମଧ୍ୟ ସେ ଅନେକଥର ଆମକୁ ସମର୍ଥନ କରିଆସିଛନ୍ତି।"

ପୂର୍ବରୁ ବ୍ରାଜିଲ ଷ୍ଟାର ଫୁଟବଲର ଡେଭିଡ୍ ଲୁଇଜ୍ ମଧ୍ୟ ବିରାଟଙ୍କୁ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ ବୁଧବାର ତା'ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Related story