ନୂଆ ଉପଲବ୍ଧି ହାସଲ କଲେ ଧୋନି

ମ୍ୟାଞ୍ଚେଷ୍ଟର୍: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରକେ ଏକ ନୂଆ ଉପଲବ୍ଧି ଅର୍ଜନ କରିଛନ୍ତି। ସେ ୩୫୦ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ବିଶ୍ୱର ଦଶମ କ୍ରିକେଟର୍ ହୋଇଛନ୍ତି। ତେବେ ଏହି କାରନାମା କରିବାରେ ସେ ଦ୍ୱିତୀୟ ଭାରତୀୟ କ୍ରିକେଟର୍ ହୋଇଛନ୍ତି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆକୁ ନିଜ ନେତୃତ୍ୱରେ ୨୦୦୭ ଟି-୨୦ […]

dhoni

Hemant Lenka
  • Published: Tuesday, 09 July 2019
  • , Updated: 09 July 2019, 08:21 PM IST

ମ୍ୟାଞ୍ଚେଷ୍ଟର୍: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରକେ ଏକ ନୂଆ ଉପଲବ୍ଧି ଅର୍ଜନ କରିଛନ୍ତି। ସେ ୩୫୦ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ବିଶ୍ୱର ଦଶମ କ୍ରିକେଟର୍ ହୋଇଛନ୍ତି। ତେବେ ଏହି କାରନାମା କରିବାରେ ସେ ଦ୍ୱିତୀୟ ଭାରତୀୟ କ୍ରିକେଟର୍ ହୋଇଛନ୍ତି।

ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆକୁ ନିଜ ନେତୃତ୍ୱରେ ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତାଇଥିବା ଧୋନି ମ୍ୟାଚରେ ୱିକେଟକିପିଙ୍ଗ୍ କରିବାକୁ ଓହ୍ଲାଇବା ମାତ୍ରକେ ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଥିଲେ।

ଧୋନିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଏହି ଉପଲବ୍ଧି ହାସଲ କରିସାରିଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନଙ୍କ ନାମରେ ୪୬୩ ଦିନିକିଆରେ ୧୮୪୨୬ ରନ୍ ରହିଛି। ଭାରତୀୟଙ୍କ ମଧ୍ୟରେ ଧୋନିଙ୍କ ପରେ ରାହୁଲ୍ ଡ୍ରାଭିଡଙ୍କ ନମ୍ବର ଆସିବ, ଯିଏ ୩୪୪ ଦିନିକିଆ ଖେଳି ୧୦୮୮୯ ରନ୍ କରିଛନ୍ତି।

୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଧୋନି ଏହି ଫର୍ମାଟରେ ୧୦ହଜାରରୁ ଅଧିକ ରନ୍ କରିଛନ୍ତି। ସଚିନଙ୍କ ବ୍ୟତୀତ ମାହେଲା ଜୟବର୍ଦ୍ଧନେ, ସନତ ଜୟସୁରିୟା, କୁମାର ସାଙ୍ଗାକାରା, ଶାହିଦ୍ ଆଫ୍ରିଦି, ଇଞ୍ଜାମାମ-ଉଲ୍-ହକ୍, ରିକି ପଣ୍ଟିଂ, ୱାସିମ୍ ଆକ୍ରାମ, ମୁଥିଆ ମୁରଲିଧରନ ମଧ୍ୟ ୩୫୦ରୁ ଅଧିକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିସାରିଛନ୍ତି।

Related story