ଏହି ଗ୍ଲୋଭସ୍ ପାଇଁ ଧୋନିଙ୍କୁ ସାଲ୍ୟୁଟ୍ କରୁଛନ୍ତି କ୍ରିକେଟ୍ ଫ୍ୟାନ୍

ଲଣ୍ଡନ: ଟିମ୍ ଇଣ୍ଡିଆ ବିଶ୍ୱକପରେ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିସାରିଛି। ଏହି ମ୍ୟାଚର ହିରୋ ସାଜିଥିଲେ ରୋହିତ ଶର୍ମା। ରୋହିତଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ବୋଲରମାନେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତେବେ ସୋଶାଲ ମିଡିଆରେ ଭାରତର ଏହି ବିଜୟ ଅପେକ୍ଷା ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟକିପିଙ୍ଗ ଗ୍ଲୋଭସକୁ ନେଇ ବେଶ୍ ଚର୍ଚ୍ଚା। ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚରେ ଧୋନି ୱିକେଟକିପିଙ୍ଗ୍ ଗ୍ଲୋଭସ ଉପରେ ପ୍ରଶଂସକଙ୍କ ନଜର ପଡ଼ିଥିଲା […]

dhoni

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 04:27 PM IST

ଲଣ୍ଡନ: ଟିମ୍ ଇଣ୍ଡିଆ ବିଶ୍ୱକପରେ ତା'ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିସାରିଛି। ଏହି ମ୍ୟାଚର ହିରୋ ସାଜିଥିଲେ ରୋହିତ ଶର୍ମା। ରୋହିତଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ବୋଲରମାନେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତେବେ ସୋଶାଲ ମିଡିଆରେ ଭାରତର ଏହି ବିଜୟ ଅପେକ୍ଷା ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟକିପିଙ୍ଗ ଗ୍ଲୋଭସକୁ ନେଇ ବେଶ୍ ଚର୍ଚ୍ଚା।

ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚରେ ଧୋନି ୱିକେଟକିପିଙ୍ଗ୍ ଗ୍ଲୋଭସ ଉପରେ ପ୍ରଶଂସକଙ୍କ ନଜର ପଡ଼ିଥିଲା ଏବଂ ଏହା ପରେ ଏହି ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଧୋନି ସବୁଜ ରଙ୍ଗର ୱିକେଟକିପିଙ୍ଗ୍ ଗ୍ଲୋଭସ ପିନ୍ଧିଥିଲେ। ତାଙ୍କ ଗ୍ଲୋଭସରେ ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ସିମ୍ବଲ ଦେଖିବାକୁ ମିଳିଥିଲା, ଯାହାକୁ "ବଳିଦାନ ବା ତ୍ୟାଗ" ବୋଲି କୁହାଯାଏ।

ଏହାର ସୂଚନା ମିଳିବା ମାତ୍ରକେ ସୋଶାଲ ମିଡିଆରେ ଧୋନିଙ୍କୁ ବେଶ ପ୍ରଶଂସା କରାଯିବା ସହ ଭାରତୀୟ ସେନାଙ୍କ ପ୍ରତି ତାଙ୍କ ଭଲପାଇବାର ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୂଚନାଯୋଗ୍ୟ, ୨୦୧୧ରେ ଧୋନିଙ୍କୁ ପାରା ରେଜିମେଣ୍ଟରେ ଲେଫ୍ଟନାଣ୍ଟ କର୍ଣ୍ଣଲ ସମ୍ମାନ ମିଳିଥିଲା। ଧୋନି ୨୦୧୫ରେ ପାରା ବ୍ରିଗେଡର ମାର୍ଗଦର୍ଶନରେ ଏହାର ଟ୍ରେନିଂ ମଧ୍ୟ ନେଇଥିଲେ।

ସୂଚନାଯୋଗ୍ୟ, ଧୋନି ଯେଉଁ ଗ୍ଲୋଭସ ପିନ୍ଧିଛନ୍ତି, ତାହାର ଉପଯୋଗ ସମସ୍ତେ କରିପାରିବେ ନାହିଁ। ଏହାକୁ କେବଳ ପାରା କମାଣ୍ଡୋ ହିଁ ବ୍ୟବହାର କରିପାରିବେ। ପାରା ସ୍ପେଶାଲ ଫୋର୍ସ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଅପରେଶନ୍ ୟୁନିଟ୍। ଏହି ପାରା ସ୍ପେଶାଲ ଫୋର୍ସ ୨୦୧୬ରେ ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା।

Related story