ଆଇସିସି ବିଶ୍ୱକପ୍: ପ୍ରଥମ ସାତଦିନର ରୋମାଞ୍ଚ

ନୂଆଦିଲ୍ଲୀ: ଇତିମଧ୍ୟରେ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାର ସାତ ଦିନ ବିତିଯାଇଛି। ଏହି ସପ୍ତାହକ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ରୋମାଞ୍ଚର ଶିଖରରେ ପହଞ୍ଚିସାରିଛି। ପରବର୍ତ୍ତୀ ବଲରେ କ’ଣ ହେବ, ତାହା ବଡ଼ ବଡ଼ ଅଭିଜ୍ଞମାନେ ମଧ୍ୟ କହିପାରିବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୫ ରନରେ ଅଲଆଉଟ୍ ହୋଇଥିବା ପାକିସ୍ତାନ ବିଶ୍ୱକପର ଏକ ନମ୍ବର ଟିମ୍ ଇଂଲଣ୍ଡକୁ ହରାଇ ସାରିଛି। ଦକ୍ଷିଣ ଆଫ୍ରିକା ଲଗାତାର ତିନୋଟି ମ୍ୟାଚ୍ ହାରି ଲଜ୍ଜାଜନକ ରେକର୍ଡ କରିଛି। ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଥିବା ନ୍ୟୁଜିଲ୍ୟାଣ୍ଡ୍ […]

wc trophy

wc trophy

Hemant Lenka
  • Published: Friday, 07 June 2019
  • Updated: 07 June 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: ଇତିମଧ୍ୟରେ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାର ସାତ ଦିନ ବିତିଯାଇଛି। ଏହି ସପ୍ତାହକ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ରୋମାଞ୍ଚର ଶିଖରରେ ପହଞ୍ଚିସାରିଛି। ପରବର୍ତ୍ତୀ ବଲରେ କ'ଣ ହେବ, ତାହା ବଡ଼ ବଡ଼ ଅଭିଜ୍ଞମାନେ ମଧ୍ୟ କହିପାରିବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୫ ରନରେ ଅଲଆଉଟ୍ ହୋଇଥିବା ପାକିସ୍ତାନ ବିଶ୍ୱକପର ଏକ ନମ୍ବର ଟିମ୍ ଇଂଲଣ୍ଡକୁ ହରାଇ ସାରିଛି।

ଦକ୍ଷିଣ ଆଫ୍ରିକା ଲଗାତାର ତିନୋଟି ମ୍ୟାଚ୍ ହାରି ଲଜ୍ଜାଜନକ ରେକର୍ଡ କରିଛି। ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଥିବା ନ୍ୟୁଜିଲ୍ୟାଣ୍ଡ୍ ବାଂଲାଦେଶ ଆଗରେ ନାକେଦମ୍ ହୋଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୯ ରନରେ ୫ ୱିକେଟ୍ ହରାଇଥିବା ଅଷ୍ଟ୍ରେଲିଆ ହାରୁଥିବା ବାଜି କିପରି ପଲଟାଇଛି, ତାହା ଏହି ସାତ ଦିନ ମଧ୍ୟରେ ଦେଖିବାକୁ ମିଳିଛି। ଆସନ୍ତୁ ଏହି ସାତଦିନ ମଧ୍ୟରେ ଘଟିଥିବା ରୋମାଞ୍ଚ ଉପରେ ନଜର ପକାଇବା।

ଗୋଟିଏ ଟିମ୍ ନାମରେ ସବୁଠାରୁ କମ୍ ଓ ବଡ଼ ସ୍କୋର: ଚଳିତ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆତ୍ମସମର୍ପଣ କରି ମାତ୍ର ୧୦୫ ରନରେ ଅଲଆଉଟ୍ ହୋଇଥିଲା। ଯାହା ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବନିମ୍ନ ସ୍କୋର। ଏହି ମ୍ୟାଚରେ ୱିଣ୍ଡିଜ୍ ୭ ୱିକେଟରେ ବିଜୟୀ ହୋଇଥିଲା। ତେବେ ମଜାଦାର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋର ମଧ୍ୟ ପାକିସ୍ତାନ ନାମରେ ହୋଇଛି। ଜୁନ୍ ୩ ତାରିଖରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୮ ୱିକେଟ୍ ବିନିମୟରେ ୩୪୮ ରନ୍ କରିଥିଲା। ପାକିସ୍ତାନ ଏହି ବଡ଼ ସ୍କୋରକୁ ଡିଫେଣ୍ଡ୍ କରିବାରେ ସଫଳ ହୋଇ ମ୍ୟାଚକୁ ୧୪ ରନରେ ଜିତି ନେଇଥିଲା।

ରୁଟ୍‌ଙ୍କ 'ଶୁଭ ଶତକ': ଜୋ ରୁଟ୍ ଇଂଲଣ୍ଡ ପାଇଁ ଚଳିତ ବିଶ୍ୱକପରେ 'ଶୁଭ ଶତକ' ମାରିଛନ୍ତି। ଚଳିତ ବିଶ୍ୱକପର ପ୍ରଥମ ଶତକ ରୁଟଙ୍କ ବ୍ୟାଟରୁ ହିଁ ବାହାରିଛି। ତେବେ ଏହି ଶତକକୁ କାହିଁକି ଶୁଭ କୁହାଯାଉଛି, ତାହା ପଛରେ କାରଣ ମଧ୍ୟ ରହିଛି। ଗତ ତିନୋଟି ବିଶ୍ୱକପରେ, ଯେଉଁ ଖେଳାଳିଙ୍କ ବ୍ୟାଟରୁ ପ୍ରଥମ ଶତକ ବାହାରିଛି, ତାଙ୍କ ଟିମ୍ ହିଁ ଚାମ୍ପିଅନ୍ ହୋଇଛି। ୨୦୦୭ରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ୨୦୧୧ରେ ବୀରେନ୍ଦ୍ର ସେହ୍ୱାଗ ଏବଂ ୨୦୧୫ରେ ଆରୋନ୍ ଫିଞ୍ଚ୍ ବିଶ୍ୱକପରେ ପ୍ରଥମ ଶତକ ମାରିଥିଲେ । ତେବେ ରୁଟଙ୍କ ଏହି ଶତକ ସତ୍ତ୍ୱେ ଇଂଲଣ୍ଡ ପାକିସ୍ତାନ ନିକଟରୁ ପରାସ୍ତ ହୋଇଇଥିଲା।

ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ: ବିଶ୍ୱକପରେ ଏମିତି ଅନେକ ଉତଥାନ-ପତନ ଦେଖିବାକୁ ମିଳିଛି। ପ୍ରଥମ ୧୦ଟି ମ୍ୟାଚରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। କିନ୍ତୁ ଏଥି ମଧ୍ୟରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ବିଜୟକୁ ସବୁଠାରୁ ବଡ଼ ବିପର୍ଯ୍ୟୟ କୁହାଯାଇପାରେ। ଚଳିତ ବିଶ୍ୱକପର ପଞ୍ଚମ ମ୍ୟାଚରେ ବାଂଲାଦେଶ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ବିନିମୟରେ ୩୦୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ତା'ର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଆଉ ବିପର୍ଯ୍ୟୟ ଘଟାଇଥାନ୍ତା। କିନ୍ତୁ ଏସିଆର ଏହି ଟିମ୍ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା।

ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ୍ ପରାଜୟ: ଦକ୍ଷିଣ ଆଫ୍ରିକା ଯେବେଠାରୁ ଦିନିକିଆ କ୍ରିକେଟରେ ପଦାର୍ପଣ କରିଛି, ସେବେଠାରୁ ଏହି ଟିମକୁ ମଜଭୁତ୍ କୁହାଯାଉଛି। ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ବିଶ୍ୱକପ୍ (୧୯୯୨)ର ସେମିଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଆସିଛି। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଟିମ୍ ଭାବେ ପରିଚିତ ଦକ୍ଷିଣ ଆଫ୍ରିକା ବିଶ୍ୱକପରେ ଏମିତି ଆରମ୍ଭ କରିବ ବୋଲି କେହି ଭାବି ନଥିଲେ। ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ ଇଂଲଣ୍ଡ (୧୦୪ ରନ୍), ବାଂଲାଦେଶ (୨୧ ରନ୍) ଓ ଭାରତ (୬ ୱିକେଟ୍)ଠାରୁ ପରାସ୍ତ ହୋଇଛି। ବିଶ୍ୱକପ୍ ଇତିହାସରେ ପ୍ରଥମଥର ପାଇଁ ଦକ୍ଷୀଣ ଆଫ୍ରିକା ତା'ର ପ୍ରଥମ ତିନୋଟି ମ୍ୟାଚରେ ହାରି ଲଜ୍ଜାଜନକ ରେକର୍ଡ କରିଛି।

କୁଲ୍ଟର-ନାଇଲଙ୍କ ରେକର୍ଡ ୯୨ ରନ୍: ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ କ୍ରିକେଟର ନେଥନ କୁଲ୍ଟରଙ୍କ ଇନିଂସ୍ ସମସ୍ତଙ୍କୁ ଚକିତ କରିଥିଲା। କୁଲ୍ଟର-ନାଇଲ୍ ଜଣେ ସ୍ପେଶାଲିଷ୍ଟ ବୋଲର। ଏହି ବିଶ୍ୱକପ୍ ପୂର୍ବରୁ ସେ ୨୭ ମ୍ୟାଚ୍ ଖେଳିଥିଲେ ଏବଂ ତାଙ୍କର ସର୍ବୋଚ୍ଚ ସ୍କୋର ୩୪ ରନ୍ ଥିଲା। କୁଲ୍ଟର-ନାଇଲ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେହି ସମୟରେ ଅଷ୍ଟ୍ରେଲିଆର ସ୍କୋର ୬ ୱିକେଟରେ ୧୪୭ ରନରେ ଥିଲା। ସେ ଏହିଠାରୁ ଅବିଶ୍ୱସନୀୟ ବ୍ୟାଟିଂ କରି ୯୨ ରନର ମାରାଥନ୍ ଇନିଂସ୍ ଖେଳିଥିଲେ। ଏଥିସହ ସେ ବିଶ୍ୱକପରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରି ସର୍ବାଧିକ ରନର ରେକର୍ଡ ନିଜ ନାମରେ କରିଛନ୍ତି। ଏହାଛଡ଼ା ଅନ୍ତର୍ଜାତୀୟ କ୍ରିକେଟରେ ସେ ଦ୍ୱିତୀୟ କ୍ରିକେଟର ଭାବେ ଅଷ୍ଟମ ସ୍ଥାନରେ ସର୍ବାଧିକ ସ୍କୋର କରିଛନ୍ତି। ଇଂଲଣ୍ଡର କ୍ରିସ୍ ଓକ୍ସ ଅଷ୍ଟମ ସ୍ଥାନରେ ସର୍ବାଧିକ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story