ଅତ୍ୟଧିକ ଅପିଲ୍ କରିବା କୋହଲିଙ୍କୁ ମହଙ୍ଗା ପଡ଼ିଲା

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅତ୍ୟଧିକ ଅପିଲ୍ କରି ଦଣ୍ଡିତ ହୋଇଛନ୍ତି। ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ଆଚାର ସଂହିତା ଧାରା-୧ର ଉଲ୍ଲଙ୍ଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦେଇଛି ଯେ, କୋହଲି ଆଇସିସି ଧାରା ୨.୧ ଆଧାରରେ ଦୋଷୀ ହୋଇଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ଅନ୍ତର୍ଜାତୀୟ ମୁକାବିଲାରେ […]

virat

Hemant Lenka
  • Published: Sunday, 23 June 2019
  • , Updated: 23 June 2019, 05:46 PM IST

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅତ୍ୟଧିକ ଅପିଲ୍ କରି ଦଣ୍ଡିତ ହୋଇଛନ୍ତି। ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ଆଚାର ସଂହିତା ଧାରା-୧ର ଉଲ୍ଲଙ୍ଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି।

ଆଇସିସି ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦେଇଛି ଯେ, କୋହଲି ଆଇସିସି ଧାରା ୨.୧ ଆଧାରରେ ଦୋଷୀ ହୋଇଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ଅନ୍ତର୍ଜାତୀୟ ମୁକାବିଲାରେ ଜଣେ ଖେଳାଳିଙ୍କ ଦ୍ୱାରା ଅତ୍ୟଧିକ ଅପିଲ୍ କରିବା କାରଣରୁ ଏହି ଜୋରିମାନା ଲଗାଯାଇଥାଏ।

ଶନିବାର ଏହି ଘଟଣା ଆଫଗାନିସ୍ତାନ ଇନିଂସର ୨୯ତମ ଓଭରରେ ଘଟିଥିଲା। ଏହି ଓଭରରେ କୋହଲି ଏକ ଏଲବିଡବ୍ଲ୍ୟୁ ପାଇଁ ବାରମ୍ବାର ଅପିଲ୍ କରି ଅମ୍ପାୟାର ଅଲିମ୍ ଦାରଙ୍କ ଆଡ଼କୁ ମାଡ଼ିଯାଇଥିଲେ। କୋହଲି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡଙ୍କ ନିକଟରେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏଥିପାଇଁ ତାଙ୍କ ଉପରେ କୌଣସି ଆନୁଷ୍ଠାନିକ ଶୁଣାଣିର ଆବଶକ୍ୟତା ପଡ଼ିନାହିଁ।

ଏଥିସହ କୋହଲିଙ୍କ ଖାତାରେ ଏକ ଡିମେରିଟ୍ ପଏଣ୍ଟ ଯୋଡ଼ିହୋଇ ଯାଇଛି। ସେ ଡିସେମ୍ବର, ୨୦୧୬ରେ ନୂଆ ଆଚାର ସଂହିତା ଆଧାରରେ ଦ୍ୱିତୀୟଥର ଦୋଷୀ ହୋଇଥିଲେ। ଜାନୁଆରୀ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରିଟୋରିଆରେ ହୋଇଥିବା ଟେଷ୍ଟ ମ୍ୟାଚ୍ ପରେ ତାଙ୍କୁ ଏହି ଡିମେରିଟ୍ ପଏଣ୍ଟ ମିଳିଛି।

Related story