କାଲି ଗ୍ରାଣ୍ଡ୍‌ ଫିନାଲେ: କାଉଣ୍ଟ୍‌ଡାଉନ୍‌ ଷ୍ଟାର୍ଟ୍‌, ଫୁଟ୍‌ବଲ୍‌ ପଣ୍ଡିତଙ୍କ ଅଙ୍କ ଭୁଲ୍ ହୋଇଯିବ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତକାଲି ଫିଫା ଫାଇନାଲ୍‌ରେ ଶକ୍ତିଶାଳୀ ଫ୍ରାନ୍ସକୁ ଟକ୍କର୍‌ ଦେବ କ୍ରୋଏସିଆ। ଚମତ୍କାର ଫର୍ମରେ ଥିବା କ୍ରୋଏସିଆ ଟିମ୍ ପ୍ରଥମଥର ପାଇଁ ଟାଇଟଲ ଜିତିବାର ଲକ୍ଷ୍ୟ ରଖିଛି।  ଅନ୍ୟପକ୍ଷରେ ଫ୍ରାନ୍ସ ଟିମ୍ ପୁରା ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି। ୧୯୯୮ ପରି ଚଳିତ ଫାଇନାଲ୍‌ରେ ମଧ୍ୟ ଏହି ଫର୍ମ ଦୋହରାଇବାକୁ ଚେଷ୍ଟା କରିବ ଟିମ୍। ଫିଫା ବିଶ୍ୱକପକୁ ନେଇ ଏବେ ସାରା ବିଶ୍ୱରେ ଉତ୍କଣ୍ଠା ଜାରି ରହିଛି। ଆଉ ଫାଇନାଲ୍‌ରେ ଖେଳିବାକୁ ଥିବା […]

wc

Rakesh Mallick
  • Published: Saturday, 14 July 2018
  • , Updated: 14 July 2018, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତକାଲି ଫିଫା ଫାଇନାଲ୍‌ରେ ଶକ୍ତିଶାଳୀ ଫ୍ରାନ୍ସକୁ ଟକ୍କର୍‌ ଦେବ କ୍ରୋଏସିଆ। ଚମତ୍କାର ଫର୍ମରେ ଥିବା କ୍ରୋଏସିଆ ଟିମ୍ ପ୍ରଥମଥର ପାଇଁ ଟାଇଟଲ ଜିତିବାର ଲକ୍ଷ୍ୟ ରଖିଛି।  ଅନ୍ୟପକ୍ଷରେ ଫ୍ରାନ୍ସ ଟିମ୍ ପୁରା ଟୁର୍ଣ୍ଣାମେଣ୍ଟରେ ତା'ର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି। ୧୯୯୮ ପରି ଚଳିତ ଫାଇନାଲ୍‌ରେ ମଧ୍ୟ ଏହି ଫର୍ମ ଦୋହରାଇବାକୁ ଚେଷ୍ଟା କରିବ ଟିମ୍।

ଫିଫା ବିଶ୍ୱକପକୁ ନେଇ ଏବେ ସାରା ବିଶ୍ୱରେ ଉତ୍କଣ୍ଠା ଜାରି ରହିଛି। ଆଉ ଫାଇନାଲ୍‌ରେ ଖେଳିବାକୁ ଥିବା ଦୁଇ ଦେଶ ଫ୍ରାନ୍ସ ଓ କ୍ରୋଏସିଆରେ ଏବେ ପୂରା ଫୁଟବଲ୍‌ ମାନିଆ। କ୍ରୋଏସିଆରେ ଏବେ କେବଳ ଫୁଟବଲ୍‌ ଚର୍ଚ୍ଚା। ଆଉ ଏଥିରୁ ବାଦ ପଡ଼ିନାହାନ୍ତି ରାଷ୍ଟ୍ରପତି କୋଲିନ୍ଦା ଗ୍ରାବର। ସେ ନିଜେ ମ୍ୟାଚ ବେଳେ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ଋଷିଆ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଯେତେବେଳ କ୍ରୋଏସିଆ ବିଜୟୀ ହେଲା ସେତେବେଳ ରାଷ୍ଟ୍ରପତି ଖୁସିରେ ନାଚି ଉଠିଥିଲେ। ଦର୍ଶକ ଗ୍ୟାଲେରୀରେ ଫିଫା ସଭାପତି ଜିଆନି ଇନଫାନଣ୍ଟିନୋ ଓ ଋଷିଆ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡଭେଡେଭ୍ ଉପସ୍ଥିତ ଥିଲେ ମଧ୍ୟ ସେଥିପ୍ରତି ତାଙ୍କର ଟିକେ ବି ନିଘା ନଥିଲା। ଇଂଲଣ୍ଡ ବିପକ୍ଷରେ କ୍ରୋଏସିଆର ଆକର୍ଷଣୀୟ ବିଜୟ ପରେ ରାଷ୍ଟ୍ରପତି ଖେଳାଳିଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ବିଜୟ ଉତ୍ସବ ମନାଇଥିଲେ।

ଫାଇନାଲ ମ୍ୟାଚରେ ମଧ୍ୟ ଉପସ୍ଥିତ ରହିବେ ରାଷ୍ଟ୍ରପତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସେ କ୍ରୋଏସିଆର ଜର୍ସି ଉପହାର ଦେବେ ବୋଲି ସ୍ଥିର କରିଛନ୍ତି। ମ୍ୟାଚର ପରିଣାମ କ୍ରୋଏସିଆ ଦଳ ସପକ୍ଷରେ ଯିବ ବୋଲି ସେ ପୁରା ଆଶା ରଖିଛନ୍ତି। ସେପଟେ ଋଷିଆରେ ଫାଇନାଲ ମ୍ୟାଚ ଦେଖିବା ପାଇଁ କ୍ରୋଏସିଆର ଲୋକମାନଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ ଦେଖିବାକୁ ମିଳିଛି। ଏଥିପାଇଁ କ୍ରୋଏସିଆର ପାସପୋର୍ଟ କାର୍ଯ୍ୟାଳୟରେ ଭିଡ଼ ବଢିବାରେ ଲାଗିଛି। ୧୯୯୮ରେ କ୍ରୋଏସିଆ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ପ୍ରଶଂସକଙ୍କ ଉତ୍ସାହ, ରାଷ୍ଟପତିଙ୍କ ସମର୍ଥନ ଓ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ କ୍ରୋଏସିଆ ଚଳିତ ବର୍ଷ ଦଳକୁ ପ୍ରଥମ ଫିଫା ବିଶ୍ୱକପ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛି।

ସେପଟେ ଫ୍ରାନ୍ସରେ ମଧ୍ୟ ଫିଫା ବିଶ୍ୱକପକୁ ନେଇ ନାହିଁ ନଥିବା ଉତ୍ସାହ ଦେଖାଦେଇଛି।  ୨୦ବର୍ଷ ପରେ ପୁଣି ଥରେ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ ଟିମ୍। ଘରୋଇ ମାଟିରେ ବ୍ରାଜିଲ୍‌କୁ ମାତ ଦେଇ ଜିନେଡିନ୍ ଜିଡାନେଙ୍କ ଟିମ୍ ୧୯୯୮ରେ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲା। ଆଉ ସେହି ଫର୍ମକୁ ଆଉଥରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଫ୍ରାନ୍ସ। ପୁରା ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସ ଟିମ୍ ମାତ୍ର ୯ମିନିଟ୍ ପାଇଁ ପଛୁଆ ରହିଛି। ଫାଇନାଲରେ ଆଗୁଆ ଗୋଲ ଦେଇ କ୍ରୋଏସିଆ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ ଫ୍ରାନ୍ସ। ଟିନ୍‌ଏଜ୍‌ର ଏମ୍‌ବାପେ ବ୍ରାଜିଲର ପେଲେଙ୍କ ପରେ ଦ୍ୱିତୀୟ କନିଷ୍ଠ ଖେଳାଳି ଭାବେ ବିଶ୍ୱକପ ଫାଇନାଲରେ ଗୋଲ ଦେବାର ସୁଯୋଗ ପାଇବେ।

Related story