କବାଡି ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ୍‌

ଅହମ୍ମଦାବାଦ: ଅହମ୍ମଦାବାଦରେ ଚାଲିଥିବା କବାଡ଼ି ବିଶ୍ୱକପ୍‌ରେ ଭାରତ ତୃତୀୟ ଥର ପାଇଁ ଚାମ୍ପିଅନ୍‌ ହୋଇଛି। ଆଜି ଆୟୋଜିତ ଫାଇନାଲ ମ୍ୟାଚ୍‌ରେ ଇରାନ୍‌କୁ ୩୮-୨୯ରେ ଭାରତ ପରାସ୍ତ କରିଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ଅଜୟ ଠାକୁର। ସେ ୧୨ ପଏଣ୍ଟ ପାଇଥିଲେ। ଭାରତ ୨୦୦୪ ଓ ୨୦୦୭ ବିଶ୍ୱକପ୍‌ କବାଡି ଚାମ୍ପିଅନ୍‌ ହୋଇଥିଲା। ଗତକାଲି ପ୍ରଥମ ସେମି ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ଇରାନ। ସେହିପରି ଦ୍ୱିତୀୟ ସେମି ଫାଇନାଲ୍‌ରେ ଥାଇଲାଣ୍ଡକୁ […]

india

Rakesh Mallick
  • Published: Saturday, 22 October 2016
  • , Updated: 23 October 2016, 06:43 AM IST

ଅହମ୍ମଦାବାଦ: ଅହମ୍ମଦାବାଦରେ ଚାଲିଥିବା କବାଡ଼ି ବିଶ୍ୱକପ୍‌ରେ ଭାରତ ତୃତୀୟ ଥର ପାଇଁ ଚାମ୍ପିଅନ୍‌ ହୋଇଛି। ଆଜି ଆୟୋଜିତ ଫାଇନାଲ ମ୍ୟାଚ୍‌ରେ ଇରାନ୍‌କୁ ୩୮-୨୯ରେ ଭାରତ ପରାସ୍ତ କରିଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ଅଜୟ ଠାକୁର। ସେ ୧୨ ପଏଣ୍ଟ ପାଇଥିଲେ।

ଭାରତ ୨୦୦୪ ଓ ୨୦୦୭ ବିଶ୍ୱକପ୍‌ କବାଡି ଚାମ୍ପିଅନ୍‌ ହୋଇଥିଲା।

ଗତକାଲି ପ୍ରଥମ ସେମି ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ଇରାନ। ସେହିପରି ଦ୍ୱିତୀୟ ସେମି ଫାଇନାଲ୍‌ରେ ଥାଇଲାଣ୍ଡକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ଭାରତ।

Related story