ଲଗାତାର ୫ ଅର୍ଦ୍ଧଶତକ ମାରି ରେକର୍ଡ କଲେ ବିରାଟ୍

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ଖୁବ୍ ଚାଲିଛି। କୋହଲି ଇଂଲଣ୍ଡ ବିପକ୍ଷ ମୁକାବିଲାରେ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ସେ ମାତ୍ର ୫୯ ବଲରେ ନିଜର ୫୪ତମ ଅନ୍ତର୍ଜାତୀୟ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। କ୍ରିକେଟ୍ ବିଶ୍ୱକପରେ ଲଗାତାର ପାଞ୍ଚଟି ଅର୍ଦ୍ଧଶତକ ମାରିବାରେ ସେ ବିଶ୍ୱର ପ୍ରଥମ କ୍ୟାପଟେନ୍ ହୋଇଛନ୍ତି। ଏହାଛଡ଼ା ବିରାଟ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଲଗାତାର ୫ ଅର୍ଦ୍ଧଶତକ ମାରି ଆଉ ଏକ ରେକର୍ଡ କରିଛନ୍ତି। […]

koh

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 09:35 PM IST

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ଖୁବ୍ ଚାଲିଛି। କୋହଲି ଇଂଲଣ୍ଡ ବିପକ୍ଷ ମୁକାବିଲାରେ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ସେ ମାତ୍ର ୫୯ ବଲରେ ନିଜର ୫୪ତମ ଅନ୍ତର୍ଜାତୀୟ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। କ୍ରିକେଟ୍ ବିଶ୍ୱକପରେ ଲଗାତାର ପାଞ୍ଚଟି ଅର୍ଦ୍ଧଶତକ ମାରିବାରେ ସେ ବିଶ୍ୱର ପ୍ରଥମ କ୍ୟାପଟେନ୍ ହୋଇଛନ୍ତି।

ଏହାଛଡ଼ା ବିରାଟ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଲଗାତାର ୫ ଅର୍ଦ୍ଧଶତକ ମାରି ଆଉ ଏକ ରେକର୍ଡ କରିଛନ୍ତି। କିନ୍ତୁ ଏହି ବିଶ୍ୱକପରେ କୋହଲିଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ବି ଶତକ ବାହାରି ନାହିଁ, ଯାହା ଭାରତୀୟ ପ୍ରଶଂସକଙ୍କୁ ବହୁତ ନିରାଶ କରିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୋହଲି ୬୬ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ଷ୍ଟିଭ୍ ସ୍ମିଥ୍ ଲଗାତାର ୫ଟି ଅର୍ଦ୍ଧଶତକ ମାରିଥିଲେ। ଚଳିତ ବିଶ୍ୱକପରେ କୋହଲି କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚକୁ ଛାଡ଼ି ଦେଲେ ବାକି ସବୁ ଟିମ୍ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ମାତ୍ର ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୨, ପାକିସ୍ତାନ ବିପକ୍ଷରେ ୭୭, ଆଫଗାନିସ୍ତାନ ବିପକ୍ଷରେ ୬୭, ୱେଷ୍ଟଇଣ୍ଡିଜ୍ ବିପ୪ରେ ୭୨ ରନର ଇନିଂସ୍ ଖେଳିଥିଲେ। କୋହଲି ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚରୁ ୬ ଇନିଂସରେ ୩୮୨ ରନ୍ କରିଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୂର୍ବ ମ୍ୟାଚରେ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ଦ୍ରୁତ ୨୦ହଜାର ରନ୍ କରି ଇତିହାସ ରଚିଥିଲେ। ଏହି ମାମଲାରେ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇଛନ୍ତି।

Related story