ଡବ୍ଲୁଟିଏ ଫାଇନାଲ୍ସ: ଫାଇନାଲରେ ସାନିଆ-ହିଙ୍ଗିସ୍ ଯୋଡି

ସିଙ୍ଗାପୁର: ସିଙ୍ଗାପୁରରେ ଚାଲିଥିବା ଡବ୍ଲୁଟିଏ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ଯୋଡି। ଚାଇନିଜ ତାଇପେଇ ଯୋଡି ଚାନ୍ ହାଓ ଚିଙ୍ଗ ଓ ଚାନ୍ ୟଙ୍ଗ ଜାନଙ୍କୁ ୬-୪,୬-୨ପରାସ୍ତ କରି ଏହି ଯୋଡି ଫାଇନାଲରେ ପହଞ୍ଚିଛି। ଡବ୍ଲୁଟିଏ ଫାଇନାଲ୍ସ ହେଉଛି ବର୍ଷର ଶେଷ ଚାମ୍ପିଅନସିପ୍। ବର୍ଷର ଶ୍ରେଷ୍ଠ ୮ ଖେଳାଳି ବା ଯୋଡି ଏଥିରେ ରେଡ ଓ ହ୍ୱାଇଟ ପରି ଦୁଇଟି ଗ୍ରୁପରେ ପରସ୍ପରକୁ ଭେଟୁଛନ୍ତି। ରେଡ ଗ୍ରୁପରେ ସାମିଲ ସାନିଆ-ହିଙ୍ଗିସ୍ ଯୋଡି […]

sania-hingis

sania-hingis

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 12:14 PM IST

ସିଙ୍ଗାପୁର: ସିଙ୍ଗାପୁରରେ ଚାଲିଥିବା ଡବ୍ଲୁଟିଏ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ଯୋଡି। ଚାଇନିଜ ତାଇପେଇ ଯୋଡି ଚାନ୍ ହାଓ ଚିଙ୍ଗ ଓ ଚାନ୍ ୟଙ୍ଗ ଜାନଙ୍କୁ ୬-୪,୬-୨ପରାସ୍ତ କରି ଏହି ଯୋଡି ଫାଇନାଲରେ ପହଞ୍ଚିଛି।

ଡବ୍ଲୁଟିଏ ଫାଇନାଲ୍ସ ହେଉଛି ବର୍ଷର ଶେଷ ଚାମ୍ପିଅନସିପ୍। ବର୍ଷର ଶ୍ରେଷ୍ଠ ୮ ଖେଳାଳି ବା ଯୋଡି ଏଥିରେ ରେଡ ଓ ହ୍ୱାଇଟ ପରି ଦୁଇଟି ଗ୍ରୁପରେ ପରସ୍ପରକୁ ଭେଟୁଛନ୍ତି। ରେଡ ଗ୍ରୁପରେ ସାମିଲ ସାନିଆ-ହିଙ୍ଗିସ୍ ଯୋଡି ପ୍ରାରମ୍ଭରୁ ଶୀର୍ଷରେ ରହି ଆସିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ସାନିଆ ଓ ହିଙ୍ଗିସ ଯୋଡି ୮ଟି ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏଥି ମଧ୍ୟରେ ଦୁଇଟି ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ମଧ୍ୟ ରହିଛି। ଏହି ଦୁଇ ଯୋଡି ଚଳିତବର୍ଷ ୱିମ୍ବଲଡନ୍ ଓ ୟୁଏସ ଓପନ୍ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos