ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ରେକର୍ଡ କଲେ ଯଶସ୍ୱୀ

ପୋଚେଫଷ୍ଟ୍ରୁମ୍‌: ଭାରତୀୟ ଅଣ୍ଡର୍‌-୧୯ ଟିମର ଷ୍ଟାର୍ ଓପ୍ନର ଯଶସ୍ୱୀ ଜୈଶ୍ୱାଲ୍ ବିଶ୍ୱକପ୍ ଫାଇନାଲରେ ଆଉ ଏକ ଦମଦାର ଇନିଂସ୍ ଖେଳିଛନ୍ତି। ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ଯଶସ୍ୱୀ ଏକ ଖାସ୍ କ୍ଲବରେ ସାମିଲ୍ ହୋଇଛନ୍ତି। ଯଶସ୍ୱୀ ଅଣ୍ଡର୍‌-୧୯ ବିଶ୍ୱକପରେ ପାଞ୍ଚଥର ୫୦ରୁ ଅଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଯଶସ୍ୱୀଙ୍କ ପୂର୍ବରୁ ବ୍ରିଟ୍ ୱିଲିୟମ୍ସ ଓ ସର୍ଫରାଜ ଖାନ୍ ଏହି କାରନାମା କରିଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର୍ ବ୍ରିଟ୍ ୱିଲିୟମ୍ସ ୧୯୮୮ରେ ଏହି କାରନାମା କରିଥିଲେ। […]

jaiswal

Ranjit Kumar Jena
  • Published: Sunday, 09 February 2020
  • , Updated: 09 February 2020, 09:17 PM IST

ପୋଚେଫଷ୍ଟ୍ରୁମ୍‌: ଭାରତୀୟ ଅଣ୍ଡର୍‌-୧୯ ଟିମର ଷ୍ଟାର୍ ଓପ୍ନର ଯଶସ୍ୱୀ ଜୈଶ୍ୱାଲ୍ ବିଶ୍ୱକପ୍ ଫାଇନାଲରେ ଆଉ ଏକ ଦମଦାର ଇନିଂସ୍ ଖେଳିଛନ୍ତି। ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ଯଶସ୍ୱୀ ଏକ ଖାସ୍ କ୍ଲବରେ ସାମିଲ୍ ହୋଇଛନ୍ତି। ଯଶସ୍ୱୀ ଅଣ୍ଡର୍‌-୧୯ ବିଶ୍ୱକପରେ ପାଞ୍ଚଥର ୫୦ରୁ ଅଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

ଯଶସ୍ୱୀଙ୍କ ପୂର୍ବରୁ ବ୍ରିଟ୍ ୱିଲିୟମ୍ସ ଓ ସର୍ଫରାଜ ଖାନ୍ ଏହି କାରନାମା କରିଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର୍ ବ୍ରିଟ୍ ୱିଲିୟମ୍ସ ୧୯୮୮ରେ ଏହି କାରନାମା କରିଥିଲେ। ସେହିପରି ଭାରତର ସର୍ଫରାଜ ୨୦୧୬ ବିଶ୍ୱକପରେ ଏହି ରେକର୍ଡ ନିଜ ନାଁରେ କରିଥିଲେ। ଚଳିତ ବିଶ୍ୱକପରେ ଯଶସ୍ୱୀ ଯଥାକ୍ରମେ ୫୯, ୨୯*, ୫୭*, ୬୨, ୧୦୫*, ୮୮ ରନ୍ କରିଛନ୍ତି।

ସେ ମୋଟ ୬ ଇନିଂସରେ ୫ଥର ୫୦ରୁ ଅଧିକ ସ୍କୋର କରିଛନ୍ତି ଏବଂ ଏଥିରେ ଗୋଟିଏ ଶତକ ମଧ୍ୟ ସାମିଲ୍ ଅଛି। ଯଶସ୍ୱୀ ଚଳିତ ସଂସ୍କରଣରେ ୪ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଯଶସ୍ୱୀ ଚଳିତ ସଂସ୍କରଣରେ ୪୦୦ ରନ୍ କରି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ସ୍କୋରର ହୋଇଛନ୍ତି।

Related story