ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ସମଲିଙ୍ଗୀ କ୍ରିକେଟର୍

ମେଲବର୍ଣ୍ଣ: ପ୍ରେମ ଆଗରେ ସବୁ ତୁଚ୍ଛ। ଦୁଇ ସମଲିଙ୍ଗୀ ମହିଳା କ୍ରିକେଟର୍ ପରସ୍ପରକୁ ପ୍ରେମ କରୁଥିଲେ। ଶେଷରେ ଆଜି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣେ ଅଷ୍ଟ୍ରେଲୀୟ କ୍ରିକେଟର ହୋଇଥିବା ବେଳେ ଆଉ ଜଣେ ନ୍ୟୁଜିଲ୍ୟାଣ୍ଡର ଖେଳାଳି। ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟର ହ୍ୟାଲି ଜେନସେନ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବା ମହିଳା କ୍ରିକେଟର୍ ନିକୋଲା ହ୍ୟାନକକ୍‌ଙ୍କୁ ବିବାହ କରିଛନ୍ତି। ହ୍ୟାଲି ମେଲବର୍ଣ୍ଣ ଷ୍ଟାର ପକ୍ଷରୁ ‘ମହିଳା ବିଗ ବ୍ୟାଶ’ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ହ୍ୟାନକକ୍‌ଙ୍କ […]

ff

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 09:53 PM IST

ମେଲବର୍ଣ୍ଣ: ପ୍ରେମ ଆଗରେ ସବୁ ତୁଚ୍ଛ। ଦୁଇ ସମଲିଙ୍ଗୀ ମହିଳା କ୍ରିକେଟର୍ ପରସ୍ପରକୁ ପ୍ରେମ କରୁଥିଲେ। ଶେଷରେ ଆଜି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣେ ଅଷ୍ଟ୍ରେଲୀୟ କ୍ରିକେଟର ହୋଇଥିବା ବେଳେ ଆଉ ଜଣେ ନ୍ୟୁଜିଲ୍ୟାଣ୍ଡର ଖେଳାଳି।

ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟର ହ୍ୟାଲି ଜେନସେନ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବା ମହିଳା କ୍ରିକେଟର୍ ନିକୋଲା ହ୍ୟାନକକ୍‌ଙ୍କୁ ବିବାହ କରିଛନ୍ତି। ହ୍ୟାଲି ମେଲବର୍ଣ୍ଣ ଷ୍ଟାର ପକ୍ଷରୁ 'ମହିଳା ବିଗ ବ୍ୟାଶ' ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ହ୍ୟାନକକ୍‌ଙ୍କ ପ୍ରେମରେ ପଡ଼ିଥିଲେ। ହ୍ୟାନକକ୍‌ ଏବେ ଅଷ୍ଟ୍ରେଲିଆ ଗ୍ରୀନ୍‌ ପକ୍ଷରୁ ଟି-୨୦ ଲିଗ୍‌ ଖେଳୁଛନ୍ତି। ହ୍ୟାଲି ଆଜି ଟ୍ୱିଟରରେ ବିଶ୍ୱକୁ ଏହି ଖବର ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୨ ଏପ୍ରିଲ ୧୩ରୁ ନ୍ୟୁଜିଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦିଆଯାଇଛି। ଗତବର୍ଷ ଦକ୍ଷିଣ ଆଫ୍ରିକା ମହିଳା ଟିମ୍‌ କ୍ୟାପ୍ଟେନ୍‌ ଡାନେ ଭାନ୍‌ ନିଏକେର୍କ ଦଳର ଅନ୍ୟତମ ଖେଳାଳି ମାରିଜାନ କାପ୍ପାଙ୍କୁ ବିବାହ କରିଥିଲେ।

Related story