କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ୟୁନିସ ଖାନ୍‌ଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପାକିସ୍ତାନର ପୂର୍ବତନ ବ୍ୟାଟିଂ କୋଚ୍‌ ତଥା ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ଗ୍ରାଣ୍ଟ ଫ୍ଲାୱାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପାକିସ୍ତାନର ବ୍ୟାଟିଂ କୋଚ ଥିବା ବେଳେ ଗ୍ରାଣ୍ଟ ଥରେ ୟୁନିସ୍‌ଙ୍କୁ ବ୍ୟାଟିଂ ପାଇଁ ପରାମର୍ଶ ଦେଇଥିଲେ। ବାସ୍‌ ଏହି କଥାରେ ସେ ଗୋଟିଏ ଛୁରୀ ତାଙ୍କ ବେକରେ ଲଗାଇ ଦେଇଥିଲେ। ୨୦୧୪-୨୦୧୯ ଯାଏ ଗ୍ରାଣ୍ଟ ଫ୍ଲାୱାର ପାକିସ୍ତାନ ଜାତୀୟ ଟିମ୍‌ର […]

c

Hemant Lenka
  • Published: Thursday, 02 July 2020
  • , Updated: 02 July 2020, 08:57 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ୟୁନିସ ଖାନ୍‌ଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପାକିସ୍ତାନର ପୂର୍ବତନ ବ୍ୟାଟିଂ କୋଚ୍‌ ତଥା ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ଗ୍ରାଣ୍ଟ ଫ୍ଲାୱାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପାକିସ୍ତାନର ବ୍ୟାଟିଂ କୋଚ ଥିବା ବେଳେ ଗ୍ରାଣ୍ଟ ଥରେ ୟୁନିସ୍‌ଙ୍କୁ ବ୍ୟାଟିଂ ପାଇଁ ପରାମର୍ଶ ଦେଇଥିଲେ। ବାସ୍‌ ଏହି କଥାରେ ସେ ଗୋଟିଏ ଛୁରୀ ତାଙ୍କ ବେକରେ ଲଗାଇ ଦେଇଥିଲେ। ୨୦୧୪-୨୦୧୯ ଯାଏ ଗ୍ରାଣ୍ଟ ଫ୍ଲାୱାର ପାକିସ୍ତାନ ଜାତୀୟ ଟିମ୍‌ର ବ୍ୟାଟିଂ କୋଚ ଥିବା ବେଳେ ଏହି ଘଟଣା ଘଟିଥିଲା।

ଏବେ ଶ୍ରୀଲଙ୍କାର ବ୍ୟାଟିଂ କୋଚ ଥିବା ଫ୍ଲାୱାର କହିଛନ୍ତି, ୟୁନିସ୍‌ ଖାନ୍‌ ସର୍ବଦା ନିଜକୁ ମାଷ୍ଟର ବୋଲି ଭାବନ୍ତି। ମୋର ବ୍ରିସବେନ କଥା ମନେ ପଡ଼ୁଛି। ଟେଷ୍ଟ ମ୍ୟାଚ୍‌ ଚାଲିଥାଏ। ବ୍ରେକଫାଷ୍ଟ ବେଳେ ମୁଁ ତାଙ୍କୁ କିଛି ବ୍ୟାଟିଂ ପରାମର୍ଶ ଦେବାକୁ ଚାହିଁଥିଲି। କିନ୍ତୁ ସେ ମୋ କଥାକୁ ସକାରାତ୍ମକ ଢଙ୍ଗରେ ନେଇ ନଥିଲେ।

ବରଂ ଗୋଟିଏ ଛୁରୀ ଆଣି ମୋ ବେକରେ ଲଗାଇ ଦେଇଥିଲେ। ଏହି ସମୟରେ ମୋ ପାଖରେ ମାଇକ ଅର୍ଥର ବସିଥିଲେ। ସେ ହସ୍ତକ୍ଷେପ କରି ୟୁନିସଙ୍କୁ ଅଟକାଇଥିଲେ। ଏହା ମୋତେ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ ମୁଁ ଭାବିଥିଲି ଯେ ଏହା କୋଚିଂର ଏକ ଅଂଶ ବିଶେଷ।

ଏବେ ବି ମୁଁ ଅନେକ କିଛି ଶିଖୁଛି। ତଥାପି ମୋତେ ଯେଉଁ ମାନ୍ୟତା ମିଳିଛି, ସେଥିପାଇଁ ମୁଁ ଭାଗ୍ୟବାନ ବୋଲି ସେ କହିଛନ୍ତି। ଗ୍ରାଣ୍ଟ ଫ୍ଲାୱାର ସାଂଘାତିକ ଅଭିଯୋଗ ଆଣିଥିଲେ ହେଁ ୟୁନିସ ଖାନ୍‌ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

୪୨ ବର୍ଷୀୟ ୟୁନିସ ଖାନଙ୍କୁ ଏବେ ପାକିସ୍ତାନର ବ୍ୟାଟିଂ କୋଚ କରାଯାଇଥିଲା। ସେ ପାକିସ୍ତାନ ପାଇଁ ୧୧୮ ଟେଷ୍ଟ ଖେଳି ୧୦,୦୯୯ ରନ୍‌ କରିଛନ୍ତି।

Related story