କ୍ରିକେଟ୍‌ ଛାଡ଼ି ୱେଲ୍ଡିଂ ମାରିବାକୁ ଯାଉଛନ୍ତି ପାକିସ୍ତାନର ସୋଏବ ଅଖତର: କ’ଣ କହିଲେ ଯୁବରାଜ ଓ ଭଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲରଙ୍କ ପାଇଁ ଯମରାଜ୍‌ କୁହାଯାଉଥିବା ଯୁବରାଜ ସିଂ ଯଦିଓ ଭାରତୀୟ ଦଳ ପକ୍ଷରୁ ଏବେ ପଡ଼ିଆରେ ଦେଖାଯାଉନାହାଁନ୍ତି ହେଲେ ପଡ଼ିଆ ବାହାରେ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଫିଟ୍‌ନେସ୍ ପାଇଁ ଜୋରଦାର ଅଭ୍ୟାସ କରୁଥିବା ଯୁବରାଜ ପାକିସ୍ତାନର ପୂର୍ବତନ ବୋଲର୍‌ ସୋଏବ ଅଖତରଙ୍କ ଏକ ଟ୍ୱିଟ୍‌କୁ ଟ୍ରୋଲ୍‌ କରିଛନ୍ତି। କେବଳ ଏତିକି ନୁହେଁ ହରଭଜନ ସିଂ ମଧ୍ୟ ସୋଏବଙ୍କୁ ଟ୍ରୋଲ୍‌ କରିବାକୁ ପଛାଇ ନାହାଁନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ସୋଏବ ଟ୍ୱିଟର୍‌ରେ ନିଜ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସୋଏବ ନିଜ ହାତରେ ୱେଲ୍ଡିଂ ଗ୍ଲୋବ୍ସ୍‌ ପିନ୍ଧି  ଏକ ୱେଲ୍ଡିଂ ହେଲମେଟ୍‌ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ପୋଷ୍ଟ ସହ ସୋଏବ ଲେଖିଥିଲେ ଯେ, “ପରିଶ୍ରମ କରି ଆପଣ ଆପଣଙ୍କ ସ୍ୱୋପ୍ନ ପୂରା କରିପାରିବେ”।

ସୋସିଆଲ ମିଡିଆର ସୋଏବଙ୍କର ଏହି ମଜାଦାର ଫଟୋ ଏବେ ଭାଇରାଲ୍‌ ହୋଇଛି। ଏହି ଫଟୋ ଏତେ ମଜାଦାର ହୋଇଛି ଯେ ଏହାକୁ ଦେଖି ଯୁବରାଜ ସିଂ ମଧ୍ୟ ଟ୍ୱିଟର୍‌ ମାଧ୍ୟମରେ କମେଟ୍‌ ଦେବାକୁ ପଛାଇନାହାଁନ୍ତି। ଯୁବି କମେଟ୍‌ରେ ଲେଖିଥିଲେ ଯେ ‘ସବୁ କିଛି ଠିକ୍ ଅଛି ହେଲେ ଆପଣ ୱେଲ୍ଡିଂ ପାଇଁ କୁଆଡ଼େ ଯାଉଛ’। ଏହାପରେ ହରଭଜନ ସିଂ ଏହି ପୋଷ୍ଟରେ ଲେଖିଲେ କି, “ତାଙ୍କୁ ଲାଗୁଛି ସୋଏବ x-ray କରିବାକୁ ବାହାରିଲେ ବୋଲି”। ଏହା ପରେ ସୋସିଆଲ୍‌ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି। ଅନେକ୍‌ ୟୁଜର୍ସ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମଜା ନେଉଛନ୍ତି।