ଆଜିର ଦିନରେ ଓଡ଼ିଶା ଦେଖିଥିଲା ଯୁବରାଜଙ୍କ ବିସ୍ଫୋରକ ବ୍ୟାଟିଂ: କଟକରେ ରଚିଥିଲେ ଇତିହାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଠିକ୍‌ ଗୋଟିଏ ବର୍ଷ ପୂର୍ବ ଆଜି ଦିନରେ ଓଡ଼ିଶାରେ ନିଜ ଚକ୍‌ମା ଦେଖାଇଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ। ଇଂଲଣ୍ଡ ବିପକ୍ଷରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯାଇଥିଲା ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍‌ରେ ୧୫୦ ରନର ବିଶାଳ ଇଂନିସ ଖେଳିଥଲେ ଯୁବି । ତାଙ୍କର ଏହି ବିସ୍ଫୋରକ ପାଳି ବଳରେ ଭାରତ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଥିଲା। ଠିକ୍‌ ବର୍ଷେ ପୂର୍ବ ଜାନୁଆରୀ ୧୯ ତାରିଖ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ […]

Yuvraj_Singh_3120505f

Yuvraj_Singh_3120505f

Rakesh Mallick
  • Published: Friday, 19 January 2018
  • Updated: 19 January 2018, 01:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଠିକ୍‌ ଗୋଟିଏ ବର୍ଷ ପୂର୍ବ ଆଜି ଦିନରେ ଓଡ଼ିଶାରେ ନିଜ ଚକ୍‌ମା ଦେଖାଇଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ। ଇଂଲଣ୍ଡ ବିପକ୍ଷରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯାଇଥିଲା ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍‌ରେ ୧୫୦ ରନର ବିଶାଳ ଇଂନିସ ଖେଳିଥଲେ ଯୁବି ।

ତାଙ୍କର ଏହି ବିସ୍ଫୋରକ ପାଳି ବଳରେ ଭାରତ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଥିଲା। ଠିକ୍‌ ବର୍ଷେ ପୂର୍ବ ଜାନୁଆରୀ ୧୯ ତାରିଖ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଆକର୍ଷଣୀୟ ପାଳି ପାଇଁ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୮୧ ରନ କରିଥିଲା। ପଡ଼ିଆର ବିଭିନ୍ନ ଦିଗକୁ ସଟ୍‌ ଖେଳି ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ। ୧୫୦ରନରେ ରହିଥିଲା ୨୧ଟି ଚୌକା ଓ ୩ଟି ବିଶାଳ ଛକା। ଯୁବରାଜଙ୍କ ଏହି ୧୫୦ ରନ୍‌ ବାରବାଟି ଷ୍ଟାଡିୟମର ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍‌। ଏହା ପୂର୍ବରୁ କେବଳ ମହମଦ୍‌ ଆଜାରୁଦ୍ଦିନ ବାରବାଟୀରେ ୧୫୩ରନ ସର୍ବାଧିକ ପାଳି ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos