ଦୁନିଆର ସବୁଠୁ ଭଲ ଫିଲ୍ଡର୍‌ ଏବେ ଫିଟ୍‌ନେସ୍‌ ପାଇଁ  ଟିମ୍‌ରୁ ବାହାର

ମୁମ୍ବାଇ; ଓଡିଶା ରିପୋର୍ଟର: ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସ୍ଥାନ ମିଳିନାହିଁ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏହାସହ ଏହି ଦୁଇ ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରାଯାଇଛି। ଏହାରି ମଧ୍ୟରେ ଯୁବରାଜ ଓ ରାଇନାଙ୍କୁ କଣ ପାଇଁ ଟିମ୍‌ରେ ସ୍ଥାନ ମିଳିନାହିଁ ତାହା ସ୍ପଷ୍ଟ ହୋଇଛି। […]

yuvraj

yuvraj

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 04:48 PM IST

Sports

Latest News

ମୁମ୍ବାଇ; ଓଡିଶା ରିପୋର୍ଟର: ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସ୍ଥାନ ମିଳିନାହିଁ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏହାସହ ଏହି ଦୁଇ ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରାଯାଇଛି। ଏହାରି ମଧ୍ୟରେ ଯୁବରାଜ ଓ ରାଇନାଙ୍କୁ କଣ ପାଇଁ ଟିମ୍‌ରେ ସ୍ଥାନ ମିଳିନାହିଁ ତାହା ସ୍ପଷ୍ଟ ହୋଇଛି। ଏହି ଦୁଇଜଣ ଖେଳାଳି ଫିଟନେସ ଟେଷ୍ଟରେ ଫେଲ୍‌ ହେବା ଫଳରେ ଟିମ୍‌ରେ ସ୍ଥାନ ପାଇନାହାଁନ୍ତି। ରିପୋର୍ଟ ଅନୁସାରେ ଏହି ଦୁଇ ଖେଳାଳି ରାଷ୍ଟ୍ରୀୟ କ୍ରିକେଟ୍‌ ଏକାଡେମୀ ଦ୍ୱାରା ‘ୟୋ-ୟୋ’ ଟେଷ୍ଟରେ ଫେଲ୍‌ ହୋଇଥିବାରୁ ଟିମ୍‌ରେ ଜାଗା ମିଳି ନ ଥିବା କୁହାଯାଇଛି। ଭାରତୀୟ ଦଳର ଖେଳାଳିଙ୍କୁ ଏବେ ଟିମ୍‌ରେ ସ୍ଥାନ ପାଇବାକୁ ହେଲେ ଅନେକ ପ୍ରକାର ଫିଟ୍‌ନେସ୍ ଟେଷ୍ଟରେ ସଫଳ ହେବାକୁ ପଡୁଛି। ଏହାମଧ୍ୟରୁ ‘ୟୋ-ୟୋ’ ଟେଷ୍ଟ ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ।  ଦିନ ଥିଲା ବିଶ୍ୱର ସବୁଠୁ ଭଲ ଫିଲ୍ଡର ଭାବେ ଯୁବରାଜଙ୍କୁ ଗଣାଯାଉଥିଲା। ଦକ୍ଷିଣ ଆଫ୍ରିକାର ଜଣ୍ଟିରୋଡ୍ସ ପରେ ଯୁବରାଜ ହିଁ ଥିଲେ ସବୁଠୁ ଭଲ ପିଲ୍ଡର ଏବଂ ବର୍ତ୍ତମାନ ବିଶ୍ୱର ଭଲ ଫିଲ୍ଡର୍‌ଙ୍କ ମଧ୍ୟରୁ ସୁରେଶ ରାଇନାଙ୍କୁ ଗଣାଯାଏ। ହେଲେ ଏହି ଦୁଇ ଜଣ ଏବେ ଫିଟ୍‌ନେସ କାରଣରୁ ଟିମ୍‌ରୁ ବାହାରେ ବସିଛନ୍ତି। ଏବେ  ଟିମ୍‌ ଇଣ୍ଡିଆର ଫିଲ୍ଡିଂ ବିଭାଗ ବହୁ ପରିବର୍ତ୍ତନ ହୋଇଛି। ପୂର୍ବରୁ ଯେମିତି ଟିମ୍‌ ଇଣ୍ଡିଆ ଥିଲା ଏବେ ତାହା ଆଉ ନାହିଁ। ଏବେ ଟିମ୍‌ରେ ସ୍ଥାନ ପାଇବାକୁ ହେଲେ ସମସ୍ତ ଖେଳାଳିଙ୍କୁ ଫିଟ୍‌ ରହିବାକୁ ହେବ ବୋଲି କୁହାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos