ଅଖତରଙ୍କୁ ଯୁବିଙ୍କ ମଜାକିଆ ଜବାବ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର୍ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏହି ମଇଦାନ କ୍ରିକେଟ୍ ନୁହେଁ, ବରଂ ଏହା ସୋଶାଲ ମିଡିଆର ପ୍ଲାର୍ଟଫର୍ମ। ଅଖତର ଆଶେସ୍ ସିରିଜର ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ବୋଲିଂକୁ ନେଇ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଯୁବରାଜ ସିଂହ ମଧ୍ୟ ମଜାଦାର ଜବାବ ଦେଇଛନ୍ତି। Bouncers are a part & parcel of the […]

yuvi

yuvi

Ranjit Kumar Jena
  • Published: Monday, 19 August 2019
  • Updated: 19 August 2019, 05:36 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର୍ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏହି ମଇଦାନ କ୍ରିକେଟ୍ ନୁହେଁ, ବରଂ ଏହା ସୋଶାଲ ମିଡିଆର ପ୍ଲାର୍ଟଫର୍ମ। ଅଖତର ଆଶେସ୍ ସିରିଜର ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ବୋଲିଂକୁ ନେଇ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଯୁବରାଜ ସିଂହ ମଧ୍ୟ ମଜାଦାର ଜବାବ ଦେଇଛନ୍ତି।

ଲର୍ଡ୍ସରେ ଖେଳାଯାଇଥିବା ଏହି ଟେଷ୍ଟରେ ଆର୍ଚରଙ୍କ ଏକ ବଲ୍ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ମିଥଙ୍କ ମୁଣ୍ଡ ପଛରେ ବାଜିଥିଲା, ଯାହା ପରେ ସେ ତଳେ ପଡ଼ିଯାଇଥିଲେ। ଏହି ଘଟଣା ପରେ କିଛି ଇଂଲଣ୍ଡ ଖେଳାଳିମାନେ ସ୍ମିଥଙ୍କ ନିକଟକୁ ଦୌଡ଼ିଥିଲେ, କିନ୍ତୁ ଆର୍ଚର୍ ନିଜ ବୋଲିଂ ଏଣ୍ଡକୁ ପଳାଇଥିଲେ। ଆର୍ଚରଙ୍କ ଏହି ଆଚରଣକୁ ଅଖତର ସମାଲୋଚନା କରିଥିଲେ।

ଏହି ଘଟଣା ପରେ ଅଖତର ଟ୍ୱିଟ୍ କରିଥିଲେ ଯେ, "ବାଉନ୍ସର ଖେଳର ଏକ ଅଂଶ, କିନ୍ତୁ ଯେବେବି ଜଣେ ବୋଲର ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡକୁ ବଲ୍ ମାରିଥାଏ ଏବଂ ସେ ତଳେ ପଡ଼ିଯାଏ। ସେହି ସମୟରେ ବୋଲର ଜଣକ ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଯାଇ ତା'ର ହାଲଚାଲ୍ ପଚାରିବା ଦରକାର। କିନ୍ତୁ ସ୍ମିଥ୍ ଯେତେବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ସେହି ସମୟରେ ଆର୍ଚରଙ୍କୁ ସେଭଳି ଯିବାର ଦେଖିବାକୁ ମିଳିନଥିଲା। ଏଭଳି ସ୍ଥିତିରେ ମୁଁ ହିଁ ସର୍ବପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଦୌଡ଼ୁଥିଲି।"

ଅଖତରଙ୍କ ଏହି ଟ୍ୱିଟର ଜବାବରେ ଯୁବରାଜ ବଢ଼ିଆ ଜବାବ ଦେଇଛନ୍ତି। ଯୁବରାଜ ଟ୍ୱିଟ୍ କରି କହିଛନ୍ତି, "ହଁ ଆପଣ ନିଶ୍ଚୟ ବ୍ୟାଟ୍ସମ୍ୟାନଙ୍କୁ ପଚାରୁଥିଲେ। କିନ୍ତୁ ଆପଣ ବ୍ୟାଟ୍ସମ୍ୟାନଙ୍କ ପାଖକୁ ଯାଇ କହୁଥିଲେ ଯେ, ଆଶା କରୁଛି ଆପଣ ଠିକ୍ ଥିବେ, କାରଣ ଆଗକୁ ଆହୁରି ଏମିତି ବଲ୍ ପକାଯିବ।" ଏହାସହ ଯୁବରାଜ ଏକ ଛୋଟିଆ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ଥିବା ଅଭିନୟ କରୁଥିବା ଲୋକଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos