ରକ୍ତ ବାନ୍ତି ସତ୍ତ୍ୱେ ବ୍ୟାଟିଂ ଜାରି ରଖିଥିଲେ 'ସିକ୍ସର କିଙ୍ଗ୍‌'

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଅଲରାଉଣ୍ଡରଙ୍କ ମଧ୍ୟ ସାମିଲ୍ ଯୁବରାଜ ସିଂହ ୨୦୧୧ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଥିଲେ। ୨୦୧୧ ବିଶ୍ୱକପ୍ ଯୁବରାଜଙ୍କ ପାଇଁ ବହୁତ ଖାସ ଥିଲା। ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ବିଶ୍ୱ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଥିଲା। ସିକ୍ସର କିଙ୍ଗ୍ ନାମରେ ପରିଚିତ ଯୁବରାଜଙ୍କୁ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା, କିନ୍ତୁ ପୂରା ବିଶ୍ୱକପରେ ଯୁବି ଯେଉଁ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ତାହା ତାଙ୍କଠାରୁ ଭଲଭାବେ […]

yuvi

Ranjit Kumar Jena
  • Published: Thursday, 02 April 2020
  • , Updated: 02 April 2020, 05:32 PM IST

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଅଲରାଉଣ୍ଡରଙ୍କ ମଧ୍ୟ ସାମିଲ୍ ଯୁବରାଜ ସିଂହ ୨୦୧୧ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଥିଲେ। ୨୦୧୧ ବିଶ୍ୱକପ୍ ଯୁବରାଜଙ୍କ ପାଇଁ ବହୁତ ଖାସ ଥିଲା। ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ବିଶ୍ୱ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଥିଲା। ସିକ୍ସର କିଙ୍ଗ୍ ନାମରେ ପରିଚିତ ଯୁବରାଜଙ୍କୁ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା, କିନ୍ତୁ ପୂରା ବିଶ୍ୱକପରେ ଯୁବି ଯେଉଁ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ତାହା ତାଙ୍କଠାରୁ ଭଲଭାବେ ଆଉ କେହି ଜାଣିନଥିଲେ। ମ୍ୟାଚ୍ ଚାଲୁଥିବା ବେଳେ ଯୁବରାଜ ମଇଦାନରେ ହିଁ ରକ୍ତ ବାନ୍ତି କରିଥିଲେ। କିନ୍ତୁ ଏହି ଭାରତୀୟ କ୍ରିକେର ନିଜ କଥା ଚିନ୍ତା ନକରି ଭାରତକୁ ବିଶ୍ୱ ଚାମ୍ପିୟନ କରାଇଥିଲେ।

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଲିଗ୍ ମ୍ୟାଚରେ ଭାରତ ସଚିନ ତେନ୍ଦୁଲକର ଓ ଗୌତମ ଗମ୍ଭୀରଙ୍କୁ ସଅଳ ହରାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଯୁବରାଜ ଆକର୍ଷଣୀୟ ଶତକୀୟ ଇନିଂସ୍ ଖେଳିଥିଲେ। ସେ ୧୨୩ ବଲରେ ୧୦ ଚୌକା ଓ ୨ ଛକା ସହାୟତାରେ ୧୧୩ ରନ୍ କରିଥିଲେ । ଏହି ମାରାଥନ ଇନିଂସ୍ ସମୟରେ ଯୁବି ମଇଦାନରେ ହିଁ ରକ୍ତ ବାନ୍ତି କରିଥିଲେ। ପରେ ଜଣାପଡ଼ିଥିଲା ଯେ ତାଙ୍କୁ କ୍ୟାନସର୍ ହୋଇଥିଲା। ତେବେ ଏହାର ସୂଚନା ଯୁବରାଜ କି ଟିମ୍ ମ୍ୟାନେଜମେଣ୍ଟକୁ ଜଣା ନଥିଲା। ଏହା ସତ୍ତ୍ୱେ ଯୁବି ଖେଳିବା ଜାରି ରଖିଥିଲେ।

ବିଶ୍ୱକପ୍ ପରେ ଯୁବି ନିଜ କ୍ୟାନସରର ଚିକିତ୍ସା କରାଇଥିଲେ ଏବଂ ସୁସ୍ଥ ହୋଇ ପୁଣି ମଇଦାନକୁ ଫେରିଥିଲେ। ୨୦୧୪ରେ ଏକ ସାକ୍ଷାତକାରରେ ଯୁବି କହିଥିଲେ, ବିଶ୍ୱକପ୍ ବେଳେ ମୁଁ ଯେତେବେଳେ ବାନ୍ତି କଲି, ମୋତେ ଲାଗିଲା ଏହା ଗରମ ଯୋଗୁ ହେଉଛି। ତେବେ ଚେନ୍ନାଇରେ ଶତକୀୟ ଇନିଂସ୍ ବେଳେ ପୁନର୍ବାର ଯେତେବେଳେ ବାନ୍ତି ହେଲା, ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ ଯଦି ମୁଁ ମରିବି ଯାଏ ତଥାପି ଭାରତକୁ ବିଶ୍ୱକପ୍ ଜିତାଇବି।"

Related story