ଯୁବାରଜଙ୍କ କ୍ୟାରିୟରକୁ ନେଇ ଖୁଲାସା କଲେ ସୌରଭ: ଦଳକୁ ଫେରିବାର କ୍ଷମତା ରଖିଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ସିରିଜ ବିପକ୍ଷରେ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍ ପାଇଁ ଭାରତୀୟ ଦଳ ଚୟନ ହୋଇଥିବା ବେଳେ ଏଥିରେ ଯୁବରାଜଙ୍କୁ ସ୍ଥାନ ମିଳିନାହିଁ। ଦୀର୍ଘଦିନ ଧରି ଟିମରୁ ବାଦ ପଡିଥିବା ଯୁବରାଜଙ୍କ କ୍ୟାରିୟରକୁ ନେଇ ଏବେ ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି  କିନ୍ତୁ ଯୁବରାଜଙ୍କ ସପକ୍ଷରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯୁବରାଜ ଟିମ୍‌ ଇଣ୍ଡିଆକୁ  ପୁଣି ଥିରେ ଫେରିବାକୁ କ୍ଷମତା ରଖିଛନ୍ତି। ତାଙ୍କ କ୍ୟାରିୟର ଏପର୍ଯ୍ୟନ୍ତ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 05:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ସିରିଜ ବିପକ୍ଷରେ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍ ପାଇଁ ଭାରତୀୟ ଦଳ ଚୟନ ହୋଇଥିବା ବେଳେ ଏଥିରେ ଯୁବରାଜଙ୍କୁ ସ୍ଥାନ ମିଳିନାହିଁ। ଦୀର୍ଘଦିନ ଧରି ଟିମରୁ ବାଦ ପଡିଥିବା ଯୁବରାଜଙ୍କ କ୍ୟାରିୟରକୁ ନେଇ ଏବେ ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି  କିନ୍ତୁ ଯୁବରାଜଙ୍କ ସପକ୍ଷରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯୁବରାଜ ଟିମ୍‌ ଇଣ୍ଡିଆକୁ  ପୁଣି ଥିରେ ଫେରିବାକୁ କ୍ଷମତା ରଖିଛନ୍ତି। ତାଙ୍କ କ୍ୟାରିୟର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯୁବରାଜ ପୁଣିଥରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିପାରିବେ। ଇଂଲଣ୍ଡରେ ଶେଷ ହୋଇଥିବା ଚାମ୍ପିୟନ୍ସ ଟ୍ରଫିରେ ସେତେଟା ଭଲ ପ୍ରଦର୍ଶନ କରିନପାରିବାରୁ ଯୁବରାଜ ଦଳରୁ ବାଦ ପଡିଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ଯୁବରାଜ ମଧ୍ୟ କହିଛନ୍ତି ଯେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ତାଙ୍କ କ୍ୟାରିୟର ଆଗକୁ ବଢିଛି। ଯୁବରାଜ ଏହା ମଧ୍ୟ କହିଛନ୍ତି ଯେ ସୌରଭ ତାଙ୍କର ସବୁଠୁ ପ୍ରିୟ ଅଧିନାୟକ ଏବଂ ତାଙ୍କ ଅଧିନାୟକତ୍ୱରେ ସେ ଅନେକ କିଛି ଶିଖିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos