ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଲେଗ୍ ସ୍ପିନର ୱଜବିନ୍ଦର ଚହଲ ନ୍ୟୁଜିଲାଣ୍ଡ ବିପକ୍ଷରେ ବୋଲିଂରେ କିଛି କମାଲ କରିପାରିନଥିଲେ। ହେଲେ ତାଙ୍କର ଅନ୍ୟ ଏକ ଦକ୍ଷତା ବଳରେ ସେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଦେଇଛନ୍ତି। ଏହି ଦକ୍ଷତା ବିଷୟରେ ହୁଏତ ବହୁତ କମ ଲୋକଙ୍କୁ ଜଣାଥିବ। ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡର ଖେଳାଳି ଥିରୁଅନନ୍ତପୁରମ୍ ଯାତ୍ରା କରୁଥିବା ସମୟରେ ଚହଲ ତାଙ୍କର ଦକ୍ଷତା ଦେଖାଇଥିଲେ। ବିମାନରେ ଭାରତୀୟ ବୋଲର ଚହଲ ଓ ନ୍ୟୁଜିଲାଣ୍ଡ ବୋଲର ସୋଧୀଙ୍କ ମଧ୍ୟରେ ଏକ ଚେସ୍ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଯେଉଁଥିରେ ଚହଲ ଦୁଇ ଦୁଇ ଥର ନ୍ୟୁଜିଲାଣ୍ଡ ବୋଲର ସୋଧୀଙ୍କୁ ପରାସ୍ତ କରିଥିଲେ। ପ୍ରଥମ ମ୍ୟାଚରେ ଚହଲ ବିଜୟୀ ହେବା ପରେ ଆଉଥରେ ମଧ୍ୟ ଏହି ଦୁଇଜଣଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଦ୍ୱିତୀୟ ମ୍ୟାଚରେ ମଧ୍ୟ ଚହଲ ସୋଧୀଙ୍କୁ ମାତ୍ ଦେଇଥିଲେ। ପୂର୍ବରୁ ଚହଲ ଜଣେ ଜାତୀୟ ଚେସ୍ ଖେଳାଳି ଥିଲେ। ଏବଂ ଜୁନିୟର ଲେବଲ୍ରେ ଭାରତରୁ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।