ବାଲେଶ୍ୱରରେ ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ,ରିଂ ମାଷ୍ଟର ଗିରଫ

Ordigital Desk
  • Published: Wednesday, 07 June 2017
  • , Updated: 07 June 2017, 07:34 AM IST
<p>ବାଲେଶ୍ୱର: ଅପରେସନ ଧଳା ପାଉଡରର ପ୍ରଭାବ। ବାଲେଶ୍ୱର ଜିଲ୍ଲା ଅରଡ ବଜାର ମସଜିଦ ଗଳିରୁ ପୁଣି ପ୍ରାୟ ୧କେଜି ୨ଶହ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧କୋଟି ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ଏହା ସହ ବ୍ରାଉନ ସୁଗାର ଚୋରା ଚାଲାଣର ରିଂ ମାଷ୍ଟର କୁହାଯାଉଥିବା ସାଇନାରା ବିବିକୁ ମଧ୍ୟ ପୋଲିସ୍ ଗିରଫ କରିଛି।</p> <p>ସେ କୋଲକାତରୁ ବ୍ରାଉନ ସୁଗାର ଆଣି ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ଅରଡ ବଜାର ମସଜିଦ ଗଳି ସ୍ଥିତ ଘରକୁ ଯାଇଥିଲା। ଏହି ସମୟରେ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ପୋଲିସ୍ ଟିମ୍ ନେଇ ସାଇନାରା ବିବିଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୧.୨କେଜି ବ୍ରାଉନ ସୁଗାର ସହ ୨ଟି ମୋଟର ସାଇକେଲ ପୋଲିସ୍ ଜବତ କରିଛି।</p> <p>ଗତ ୨୮ ତାରିଖରେ ମଧ୍ୟ ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗ ସେହି ସ୍ଥାନରେ ଚଢ଼ାଉ କରି ୧କେଜି ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଥିଲା।</p>

Related story