ଏହି ୧୦ଟି ପାସୱାର୍ଡ ଥିଲେ ଆକାଉଣ୍ଟ ହ୍ୟାକ୍‌ ହୁଏ: ଏଥିରେ ଆପଣଙ୍କର ସାମିଲ ନାହିଁ ତ?

ଇଣ୍ଟରନେଟ୍‌ ବ୍ୟବହାର କରିବା ସମୟରେ ଗୋଟେ ଭୟ ସମସ୍ତଙ୍କ ମନରେ ଥାଏ। ତାହାହେଉଛି ଆକାଉଣ୍ଟ ହ୍ୟାକ୍‌ ହେବାର। ବେଳେବେଳ ଆମ ସୋସିଆଲ୍‌ ନେଟୱର୍କିଂ ଆକାଉଣ୍ଟ ହ୍ୟାକ୍‌ ହୋଇଯାଏ। ତାର କାରଣ ମଧ୍ୟ ଜଣାପଡେନି। ସିକ୍ୟୁରିଟି ଆପ୍ଳିକେସନ୍‌ ଏବଂ ସର୍ଭିସ୍‌ ଦେଉଥିବା ସ୍ପେଲ୍ସ ଡାଟା ୱେବସାଇଟ୍‌ର ଗବେଷଣା ଅନୁଯାୟୀ ଆକାଉଣ୍ଟ ହ୍ୟାକ୍‌ ହେବା ପଛରେ ରହିଛି ଦୁର୍ବଳ ପାସୱାର୍ଡ। ଯାହା ହ୍ୟାକର୍‌ମାନଙ୍କୁ ଆକାଉଣ୍ଟ ହ୍ୟାକ୍‌ କରିବାରେ ସାହାଯ୍ୟ କରେ। ୨୦୧୭ରେ ସବୁଠୁ ଦୁର୍ବଳ ୧୦ଟି ପାସୱାର୍ଡ ସମ୍ପର୍କରେ ଏହି […]

hacker final

hacker final

Ordigital Desk
  • Published: Sunday, 24 December 2017
  • Updated: 24 December 2017, 04:16 PM IST

Sports

Latest News

ଇଣ୍ଟରନେଟ୍‌ ବ୍ୟବହାର କରିବା ସମୟରେ ଗୋଟେ ଭୟ ସମସ୍ତଙ୍କ ମନରେ ଥାଏ। ତାହାହେଉଛି ଆକାଉଣ୍ଟ ହ୍ୟାକ୍‌ ହେବାର। ବେଳେବେଳ ଆମ ସୋସିଆଲ୍‌ ନେଟୱର୍କିଂ ଆକାଉଣ୍ଟ ହ୍ୟାକ୍‌ ହୋଇଯାଏ। ତାର କାରଣ ମଧ୍ୟ ଜଣାପଡେନି। ସିକ୍ୟୁରିଟି ଆପ୍ଳିକେସନ୍‌ ଏବଂ ସର୍ଭିସ୍‌ ଦେଉଥିବା ସ୍ପେଲ୍ସ ଡାଟା ୱେବସାଇଟ୍‌ର ଗବେଷଣା ଅନୁଯାୟୀ ଆକାଉଣ୍ଟ ହ୍ୟାକ୍‌ ହେବା ପଛରେ ରହିଛି ଦୁର୍ବଳ ପାସୱାର୍ଡ। ଯାହା ହ୍ୟାକର୍‌ମାନଙ୍କୁ ଆକାଉଣ୍ଟ ହ୍ୟାକ୍‌ କରିବାରେ ସାହାଯ୍ୟ କରେ।

୨୦୧୭ରେ ସବୁଠୁ ଦୁର୍ବଳ ୧୦ଟି ପାସୱାର୍ଡ ସମ୍ପର୍କରେ ଏହି ୱେବସାଇଟ୍‌  ସୂଚନା ଦେଇଛି। ଯାହାକୁ ବହୁ ସଂଖ୍ୟାର ଲୋକେ ବ୍ୟବହାର କରିଛନ୍ତି। ଏହି ପାସୱାର୍ଡ ଥିବା ବ୍ୟକ୍ତିଙ୍କ ଆକାଉଣ୍ଡ ହ୍ୟାକ୍‌ ହେବାର ଦେଖାଦେଇଛି। ଏହି ସବୁ ପାସୱାର୍ଡ ସୁରକ୍ଷା ଦୃଷ୍ଟିରୁ ସବୁଠୁ ନିମ୍ନମାନର ବୋଲି କହିଛି ସ୍ପେଲ୍ସ ଡାଟା ୱେବସାଇଟ୍। ଏବେ ଜାଣନ୍ତୁ ସେହି ୧୦ଟି ପାସୱାର୍ଡ କ'ଣ? ଏବେ ଜାଣନ୍ତୁ ଆପଣଙ୍କ ପାସୱାର୍ଡ ଗବେଷଣାରୁ ଚିହ୍ନଟ ହୋଇଥିବା ପାସୱାର୍ଡ ସହ ମ୍ୟାଚ୍‌ କରୁନି ତ?

୧) 123456

୨) password

୩) 12345678

୪) qwerty

୫) 12345

୬) 123456789

୭) letmein

୮) 1234567

୯) football

୧୦) iloveyou

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos