ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ଅକାଳରେ ଝଡ଼ିଗଲା ୧୬ ଜୀବନ

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାଇଦାପାହି ପାଗନଈ, ସୋର ଥାନା ଶ୍ରୀଜଙ୍ଗ ମହମ୍ମଦା ଗାଁ ଓ କୁଳିଗାଁରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ିର ଓରାଳି ଏବଂ ରମ୍ବିଳା ଗାଁରେ ବିଲରେ କାମ କରୁଥିବା ବେଳେ ଜଣେ ଲେଖାଏଁ ବ୍ୟକ୍ତିଙ୍କ […]

lighting

Rakesh Mallick
  • Published: Sunday, 30 July 2017
  • , Updated: 31 July 2017, 08:20 PM IST

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାଇଦାପାହି ପାଗନଈ, ସୋର ଥାନା ଶ୍ରୀଜଙ୍ଗ ମହମ୍ମଦା ଗାଁ ଓ କୁଳିଗାଁରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଭଦ୍ରକ ଜିଲ୍ଲା ତିହିଡ଼ିର ଓରାଳି ଏବଂ ରମ୍ବିଳା ଗାଁରେ ବିଲରେ କାମ କରୁଥିବା ବେଳେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଚାନ୍ଦବାଲିର ଠିଆକୁହ୍ଲା, ସୁନ୍ଦରପୁର ଓ ହଟପୁରରେ ମଧ୍ୟ ଜଣେ ଲେଖାଏଁ ଲୋକଙ୍କ ପ୍ରାଣହାନୀ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଏଣ୍ଡୁଳାପୁର ଗାଁରେ ବଜ୍ରାଘାତରେ ୧ ବଖରା ଘର  ଜଳିଯାଇଥିବା ସୂଚନା ମିଳିଛି। ମହାକାଳପଡ଼ା ପେଟଛେଲା ଆଡୋହି ଓ କୁଚିଳାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପାଟକୁରା ଗର୍ଦ୍ଦପୁର ବ୍ଲକ ବନ୍ତଳା ଗାଁରେ ଜଣେ ମହିଳା ପ୍ରାଣ ହରାଇଛନ୍ତି।

କେନ୍ଦୁଝର ବାଁଶପାଳ ବ୍ଲକ ଅଁରା ଗାଁ ଓ ଝୁମ୍ପୁରା ବ୍ଲକ ପଦ୍ମକେଶରୀପୁର ଗାଁ ଏବଂ ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ କଇଁଫୁଲିଆ ସାହିରେ ବଜ୍ରପାତରେ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବ୍ଡ଼େଗାର ନୂଆପଡ଼ାରେ ଜଣଙ୍କ ମୃତ୍ୟୁ ଘଟିଛି।

ଗଞ୍ଜାମ ଜିଲ୍ଲା ଅାସିକା ବ୍ଲକ ଖୁଣ୍ଟକଟାପଲ୍ଲୀ ଗାଁରେ ବିଲରେ ଚାଷ କରୁଥିବା ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Related story