୧୫ ଦିନରେ ୪୦୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ: ପ୍ରତିବାଦରେ ୨୫ରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ୧୫ ଦିନରେ ପ୍ରାୟ ୪୦୦ ମାଓ ସମର୍ଥକ ଓ ମାଓ ସହଯୋଗୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରି ସାରିଲେଣି। ତେବେ ପୋଲିସର ଏହି ଦାବିକୁ ଦୃଢ଼ ବିରୋଧ କରିଛି ମାଓ ସଂଗଠନ। ସେମାନଙ୍କ କହିବା କଥା ପୋଲିସ୍ ମିଛ କହୁଛି। ଆତ୍ମସମର୍ପଣ କରିଥିବା ଲୋକେ ମାଓବାଦୀ ନୁହନ୍ତି। ସେମାନେ ସାଧାରଣ ଲୋକ। ତେଣୁ ସେମାନେ କାହିଁକି ଆତ୍ମସମର୍ପଣ କରିବେ। ଆଉ ଏହାକୁ ପ୍ରତିବାଦ କରି ଆସନ୍ତା ୨୫ ତାରିଖରେ ମାଓବାଦୀମାନେ ମାଲକାନଗିରି ଜିଲ୍ଲା ବନ୍ଦ […]

malkangiri

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 07:51 AM IST

ମାଲକାନଗିରି: ୧୫ ଦିନରେ ପ୍ରାୟ ୪୦୦ ମାଓ ସମର୍ଥକ ଓ ମାଓ ସହଯୋଗୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରି ସାରିଲେଣି। ତେବେ ପୋଲିସର ଏହି ଦାବିକୁ ଦୃଢ଼ ବିରୋଧ କରିଛି ମାଓ ସଂଗଠନ। ସେମାନଙ୍କ କହିବା କଥା ପୋଲିସ୍ ମିଛ କହୁଛି। ଆତ୍ମସମର୍ପଣ କରିଥିବା ଲୋକେ ମାଓବାଦୀ ନୁହନ୍ତି। ସେମାନେ ସାଧାରଣ ଲୋକ। ତେଣୁ ସେମାନେ କାହିଁକି ଆତ୍ମସମର୍ପଣ କରିବେ। ଆଉ ଏହାକୁ ପ୍ରତିବାଦ କରି ଆସନ୍ତା ୨୫ ତାରିଖରେ ମାଓବାଦୀମାନେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ମାଲକାନଗିରି ମାଓ ଡିଭିଜନ କମିଟି ସମ୍ପାଦକ ପୁନମ୍ ଚାନ୍ଦ ଏକ ପ୍ରେସ୍ ରିଲିଜ୍ ଯୋଗୋ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଯେଉଁ ୪୦୦ ଜଣଙ୍କ କଥା କୁହାଯାଉଛି, ସେମାନେ ସମସ୍ତେ ସାଧାରଣ ଲୋକ। ସେମାନେ କାହିଁକି ଆତ୍ମସମର୍ପଣ କରିବେ।

ବିଚ୍ଛିନ୍ନାଞ୍ଚଳରେ ପଲଙ୍କରାୟ ଘାଟରେ ୩ ଜଣ ବିଏସଏଫ୍ ଯବାନଙ୍କ ମୃତ୍ୟୁ ପରେ ପୋଲିସ୍ ଏଭଳି ଆତ୍ମସମର୍ପଣ ନାଟକ କରୁଛି। ପୂର୍ବରୁ ଅନେକ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ସହାୟତ ଯୋଗାଇ ଦେଇନାହିଁ ବୋଲି ସେ ଏଥିରେ ଲେଖିଛନ୍ତି।

ଅନ୍ୟପକ୍ଷରେ ମାଲକାନଗିରି ପୋଲିସ୍ କହିଛି ଯେ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ସହାୟତା ଦିଆଯାଇଛି। ମାଓ ସଂଗଠନ ଦୁର୍ବଳ ହେବାରୁ ମାଓବାଦୀ ମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ତେଣୁ ଏଭଳି କଥା କହୁଛନ୍ତି।

 

Related story