ମାଉସୀର ମୂର୍ଖାମି, କାଚ ଗରମ କରି କଲା ପୁତୁରାର ଚେଙ୍କ ଚିକିତ୍ସା

Ordigital Desk
  • Published: Saturday, 16 September 2017
  • , Updated: 16 September 2017, 08:51 AM IST
<p>କେନ୍ଦୁଝର: ପୁଣି ଚେଙ୍କ ନେଲା ଶିଶୁର ଜୀବନ। କେନ୍ଦୁଝର ଜିଲ୍ଲାରେ ଚେଙ୍କ ଯୋଗୁଁ ୧୮ ଦିନର ଶିଶୁପୁତ୍ରର ଜୀବନ ଯାଇଛି। ଜିଲ୍ଲାର ଯୋଡ଼ା ବ୍ଲକ ପିଢ଼ପୋଖରୀ ଗାଁର ଏହି ଶିଶୁପୁତ୍ରର ପେଟ ରୋଗ ଭଲ କରିବାକୁ&nbsp; ତା&rsquo; ନିଜ ମାଉସୀ ଚେଙ୍କ ଦେଇଥିଲେ। ଗତକାଲି ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଛି।</p> <p>ପିଢ଼ପୋଖରୀ ଗାଁର ବୁଧୁରାମ ମୁଣ୍ଡାଙ୍କର ୧୮ଦିନର ଶିଶୁପୁତ୍ରର ଗତ ସୋମବାର ପେଟ ଫୁଲିଥିଲା। ଏହା ପରେ ତାକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା। ସେ ଖାଦ୍ୟ ମଧ୍ୟ ଗ୍ରହଣ କରି ନଥିଲା। ନିକଟରେ ଡାକ୍ତରଖାନା ନଥିବାରୁ ତୁରନ୍ତ ଶିଶୁଟିର ଚିକିତ୍ସା ହୋଇ ପାରିନଥିଲା। ମଙ୍ଗଳବାର ଶିଶୁଟିର ମାଉସୀ ତା&rsquo; ପେଟରେ କାଚ ଗରମ କରି ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ଶିଶୁଟି ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ନିକଟସ୍ଥ ଗାଁରେ ଶିଶୁମାନଙ୍କୁ ଟିକା ଦେବାପାଇଁ ଆସିଥିବା ଆମ୍ବୁଲାନ୍ସ ଯୋଗେ &nbsp;ତାକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାର ଆଇସିୟୁରେ ୪ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।</p> <p>ଚେଙ୍କ ଯୋଗୁଁ ଗତ ୩ ମାସ ଭିତରେ କେନ୍ଦୁଝରରେ ମୋଟ ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି।</p>

Related story