୧୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୧୯ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଖାଦ୍ୟ ଓ ସଂରକ୍ଷଣ ନୀତିରେ କ୍ୟାବିନେଟ୍‌ ମୋହର ବାଜିଛି। ଧାନ ସଂଗ୍ରହ ପାଇଁ ଖାଦ୍ୟ ଓ ସଂରକ୍ଷଣ ନୀତି ଲାଗୁ ହେବ। ଚଳିତବର୍ଷ ସରକାର ୩୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସାଧାରଣ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କା ଓ ଗ୍ରେଡ ‘ଏ’ ଧାନ କ୍ୱିଣ୍ଟାଲ ପିଛା […]

cabinet

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 10:26 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୧୯ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଖାଦ୍ୟ ଓ ସଂରକ୍ଷଣ ନୀତିରେ କ୍ୟାବିନେଟ୍‌ ମୋହର ବାଜିଛି। ଧାନ ସଂଗ୍ରହ ପାଇଁ ଖାଦ୍ୟ ଓ ସଂରକ୍ଷଣ ନୀତି ଲାଗୁ ହେବ।

ଚଳିତବର୍ଷ ସରକାର ୩୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସାଧାରଣ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କା ଓ ଗ୍ରେଡ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୧୫୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୨୯୪ ବ୍ଲକରେ ପି-ପାସ୍‌ ବ୍ୟବସ୍ଥା ଲାଗୁ କରାଯିବା ଓ ୧୦୦ ପ୍ରତିଶତ ଚାଉଳ ଦେଇଥିବା ମିଲରଙ୍କୁ ଧାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଆଧାରକାର୍ଡ ନ ଥିବା ଚାଷୀ ମଧ୍ୟ ଧାନ ବିକ୍ରି କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେହିପରି କେନ୍ଦ୍ରାପଡ଼ାରେ ୧୦୦ ଶଯ୍ୟାର ହସ୍ପିଟାଲ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଏଥିପାଇଁ ୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଠମଲ୍ଲିକ-ବୌଦ୍ଧ ମହାନଦୀ ସେତୁରେ ମଧ୍ୟ କ୍ୟାବିନେଟ୍‌ ମୋହର ଲାଗିଛି। ୩୬ ମାସରେ ଏହାର କାମ ସରିବ । ଏଥିପାଇଁ ଖର୍ଚ୍ଚ ହେବ ୧୬୮ କୋଟି ଟଙ୍କା।

ବ୍ରହ୍ମପୁର ଜାନିବାଲୀଠାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିପାଇଁ ୪୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପାଣି ପଞ୍ଚାୟତରୁ ସରକାର ଭାଟ୍‌ ଛାଡ କରିଛନ୍ତି। ଡାଲି ଉପରେ ୫ ପ୍ରତିଶତରୁ ୧ ପ୍ରତିଶତକୁ କମାଯାଇଥିବା ଭାଟ୍‌ର ସମୟ ସୀମାକୁ ଆଉ ୩ ମାସ ସରକାର ବୃଦ୍ଧି କରିଛନ୍ତି।

Related story