ଭେଟନ୍ତୁ ‘ତିନ୍‌ ତଲାକ୍‌’ ବିରୋଧରେ ଲଢ଼ିଥିବା ପ୍ରଥମ ମହିଳାଙ୍କୁ: ଜିତିଥିଲେ କିନ୍ତୁ ଅଧିକାର ପାଇଲେନି

ନୂଆଦିଲ୍ଲୀ: ତିନ୍‌ ତଲାକ୍‌ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ସଂସଦରେ ବିଲ୍‌ ଆଣିଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‌ ସଂସଦରେ ଉପସ୍ଥାପନ କରିବା ସହ ଏହା କୌଣସି ଧର୍ମକୁ ନେଇ ନୁହେଁ ବୋଲି ସଫେଇ ଦେଇଛନ୍ତି। ସେ କହିଛନ୍ତି- “ତିନ୍‌ ତଲାକ୍‌ ବିଲ ମହିଳାଙ୍କ ଅଧିକାରକୁ ନେଇ ଅଣାଯାଇଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ୍‌ ବିଲ୍‌କୁ ସମର୍ଥନ କରିଥିବା ବେଳେ ଅନ୍ୟ କିଛି ଦଳ ଏହାକୁ ବିରୋଧ କରୁଛନ୍ତି। ଏହାକୁ ନେଇ ସାରା ଦେଶରେ […]

tini talak

Rakesh Mallick
  • Published: Thursday, 28 December 2017
  • , Updated: 28 December 2017, 05:22 PM IST

ନୂଆଦିଲ୍ଲୀ: ତିନ୍‌ ତଲାକ୍‌ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ସଂସଦରେ ବିଲ୍‌ ଆଣିଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‌ ସଂସଦରେ ଉପସ୍ଥାପନ କରିବା ସହ ଏହା କୌଣସି ଧର୍ମକୁ ନେଇ ନୁହେଁ ବୋଲି ସଫେଇ ଦେଇଛନ୍ତି। ସେ କହିଛନ୍ତି- “ତିନ୍‌ ତଲାକ୍‌ ବିଲ ମହିଳାଙ୍କ ଅଧିକାରକୁ ନେଇ ଅଣାଯାଇଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ୍‌ ବିଲ୍‌କୁ ସମର୍ଥନ କରିଥିବା ବେଳେ ଅନ୍ୟ କିଛି ଦଳ ଏହାକୁ ବିରୋଧ କରୁଛନ୍ତି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏହି ଅବସରରେ ଆମେ ଆଜି କହିବାକୁ ଯାଉଛି ଏମିତି ଜଣେ ମହିଳାଙ୍କ ବିଷୟରେ ଯିଏ ପ୍ରଥମେ ତିନ୍‌ ତଲାକ୍‌ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଖାଲି ସ୍ୱର ଉତ୍ତୋଳନ କରି ନଥିଲେ କୋର୍ଟକୁ ମଧ୍ୟ ଯାଇ ମାମଲା ଜିତିଥିଲେ। ହେଲେ ସ୍ୱର୍ଗତ ରାଜୀବ ଗାନ୍ଧି ସରକାରର ଗୋଟେ ନିଷ୍ପତ୍ତି ପାଇଁ ସେ ମାମଲା ଜିତି ମଧ୍ୟ ନିଜ ଅଧିକାର ପାଇ ନଥିଲେ। ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ଓ ରାଜୀବ ଗାନ୍ଧିଙ୍କ ଭୁଲ ସମ୍ପର୍କରେ।

ଶାହବାନୋ। ଇନ୍ଦୋରରେ ପାଞ୍ଚ ପିଲାଙ୍କ ସହ ରହନ୍ତି। ୧୯୭୮ରେ ପତି ମହମ୍ମଦ ସ୍ୱାନ ତାଙ୍କୁ ତଲାକ୍‌ ଦେଇଦେଲେ। ହେଲେ ନିଜର ଓ ପିଲାଙ୍କ ଭରଷପୋଷଣ ପାଇଁ ଶାହବାନୋ ସ୍ୱର ଉତ୍ତୋଳନ କରିଥିଲେ। ମାମଲା ସୁପ୍ରିମ୍‌କୋର୍ଟକୁ ଯାଇଥିଲା। ୭ ବର୍ଷ ମାମଲା ଚାଲିବା ପରେ ରାୟ ଶାହବାନୋଙ୍କ ସପକ୍ଷରେ ଆସିଥିଲା। ଶାହବାନୋଙ୍କୁ ଭରଣପୋଷଣ ଦେବାକୁ କୋର୍ଟ ମହମ୍ମଦଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେମିତି ହାରିଗଲେ ଜିତିବା ବାଜି

ଶାହବାନୋଙ୍କ ସପକ୍ଷରେ କୋର୍ଟ ରାୟ ଦେବା ପରେ ସାରା ଦେଶରେ ମୁସଲମାନ ସମାଜ ଏହାକୁ ବିରୋଧ କରିବାକୁ ଲାଗିଲେ। ଏହି ପରିପେକ୍ଷୀରେ ଅଲ୍‌ ଇଣ୍ଡିଆ ପର୍ସନାଲ ଲ ବୋର୍ଡ଼ ନାମରେ ଏକ ସଂଗଠନ ଗଠନ କରାଯାଇ ସାରା ଦେଶରେ ବିରୋଧ କରାଯିବାକୁ ଧମକ ଦିଆଗଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧି ବୋର୍ଡ଼ର ଦାବିକୁ ମାନି ନେବା ସହ ଏକ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଧର୍ମ ନିରେପେକ୍ଷ ନିର୍ଣ୍ଣୟକୁ ବଦଳାଇବା ପାଇଁ ମୁସଲିମ ମହିଳା (ତଲାକ ଅଧିକାର ଆଇନ୍‌) ଆଇନ ୧୯୮୬ରେ ସଂସଦରେ ପାସ୍‌ କରାଇ ନେଲେ ଓ ଶାହବାନୋ ଜିତିଥିବା ବାଜି ହାରି ଯାଇଥିଲେ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ବହି ‘ଦି ଟ୍ରିବୁଲେଣ୍ଟ ୟର: ୧୯୮୦-୧୯୯୬’ରେ ଶାହବାନୋଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜୀବ ଗାନ୍ଧିଙ୍କ ନିଷ୍ପତ୍ତି ବଡ଼ ଭୁଲ ଥିଲା ବୋଲି ଏଥିରେ ସେ ଦର୍ଶାଇଛନ୍ତି।

Related story