ଚଳିତବର୍ଷ ହେବନି ଯୁକ୍ତ ଦୁଇର ପ୍ରଥମବର୍ଷ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇର ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବ ନା ନାହିଁ ତାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଚଳିତବର୍ଷ ଯୁକ୍ତ ଦୁଇର ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବନାହିଁ। ଏ ସମ୍ପର୍କରେ ଆଜି ସଚିବାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“ଅଳ୍ପ ସମୟ ମଧ୍ୟରେ ନୂଆ ନିୟମରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଲେ ନାନା ଅସୁବିଧାରେ ସମ୍ମୁଖୀନ ହେବେ। ସେଥିପାଇଁ ଚଳିତବର୍ଷ ପ୍ରଥମ ବର୍ଷର ବୋର୍ଡ ପରୀକ୍ଷା […]

2-examation

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 10:05 PM IST

ଭୁବନେଶ୍ୱର: ଯୁକ୍ତ ଦୁଇର ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବ ନା ନାହିଁ ତାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଚଳିତବର୍ଷ ଯୁକ୍ତ ଦୁଇର ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବନାହିଁ। ଏ ସମ୍ପର୍କରେ ଆଜି ସଚିବାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“ଅଳ୍ପ ସମୟ ମଧ୍ୟରେ ନୂଆ ନିୟମରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଲେ ନାନା ଅସୁବିଧାରେ ସମ୍ମୁଖୀନ ହେବେ। ସେଥିପାଇଁ ଚଳିତବର୍ଷ ପ୍ରଥମ ବର୍ଷର ବୋର୍ଡ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନିଆଯାଇଛି।”

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା କରିବା ପାଇଁ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ମଧ୍ୟ ବୋର୍ଡ ପରୀକ୍ଷା କରିବା ପାଇଁ ସୁପାରିସ କରିଥିଲା। ସର୍ବ ଭାରତୀୟ ମେଡ଼ିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକାରେ ଓଡ଼ିଶା ଛାତ୍ରଛାତ୍ରୀ ଅଧିକ ସଫଳତା ପାଇବା ଲକ୍ଷ୍ୟରେ ନୂଆ ଫର୍ମାଟ ଅପଣାଇବାକୁ ସରକାର ଯୋଜନା ରଖିଥିଲେ।

ଜଣେ ଛାତ୍ର କହିଛନ୍ତି, “ବର୍ଷ ଶେଷ ହେବାକୁ ବସିଲାଣି, ତଥାପି ଆମେ ଜାଣିପାରୁ ନ ଥିଲୁ ପ୍ରଥମ ବର୍ଷର ପରୀକ୍ଷା ହେବ ନା ନାହିଁ। ସେଥିପାଇଁ ଠିକ୍‌ ଭାବେ ପଢ଼ି ପାରି ନ ଥିଲୁ। ପ୍ରଥମ ବର୍ଷ ପରୀକ୍ଷା ବାତିଲ ହୋଇ ଠିକ୍‌ ହୋଇଛି।”

ଅନ୍ୟ ଜଣେ ଛାତ୍ର କହିଛନ୍ତି, “ପ୍ରଥମ ବର୍ଷ ପରୀକ୍ଷା ହେବ ବୋଲି ସମସ୍ତେ କହୁଥିବାରୁ ଆମେ ପଢ଼ୁଥିଲୁ। ହଠାତ୍‌ ପରୀକ୍ଷା ହେବ ନି ବୋଲି ସରକାର ଘୋଷଣା କରିବାରୁ ଆମେ ହତବାକ ହୋଇପଡ଼ିଛୁ।”

Related story